ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଓଡ଼ିଶା ଦେଉଛି ଭୋଟ: ସକାଳ ୯ଟା ସୁଦ୍ଧା ୭.୬୯ ପ୍ରତିଶତ ମତଦାନ, ଜଗତସିଂହପୁରରେ ସର୍ବାଧିକ ମତଦାନ

ଭୁବନେଶ୍ୱର ୦୧/୦୬: ଓଡ଼ିଶାରେ ଶେଷ ପର୍ଯ୍ୟାୟ ମତଦାନ । ୬ ଲୋକସଭା, ୪୨ ବିଧାନସଭା ଆସନରେ ଚାଲିଛି ଭୋଟିଂ। ଶେଷ ଦଫାରେ ୪୬୦ ପ୍ରାର୍ଥୀଙ୍କ ପାଇଁ ପଡୁଛି ଭୋଟ। ରାଜ୍ୟରେ ସକାଳ ୯ଟା ସୁଦ୍ଧା ୭.୬୯% ମତଦାନ ହୋଇଛି। ଜଗତସିଂହପୁର ସର୍ବାଧିକ ୮.୨୩ % ମତଦାନ ହୋଇଥିବା ବେଳେ ମୟୂରଭଞ୍ଜରେ ସର୍ବନିମ୍ନ ୭.୧୦ ପ୍ରତିଶତ ମତଦାନ ହୋଇଛି। ସେହିଭଳି ବାଲେଶ୍ବର-୭.୭୭%,  ଭଦ୍ରକ-୭.୭୯%,  କେନ୍ଦ୍ରାପଡ଼ା-୭.୯୦% , ଯାଜପୁର-୭.୭୪%  ଭୋଟିଂ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି ଯେ, ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟିଂରେ କିଛି ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ଦେଖା ଦେଇଥିଲା। ତୁରନ୍ତ ସେଠାରେ ଇଭିଏମ୍ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ସବୁ ଅଞ୍ଚଳ‌ରେ ଭୋଟିଂ ସୁରୁଖୁରୁରେ ଚାଲିଛି। ମହାକାଳପଡାରେ ୫ଟି ଇଭିଏମ୍ ତ୍ରୁଟି ଖବରକୁ ଖଣ୍ଡନ କରିଛନ୍ତି।

ସୂଚନା ମୁତାବିକ, ୬ଟି ଲୋକସଭା ଆସନ ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର।୪୨ଟି ବିଧାନସଭା ଆସନ : ଯଶୀପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଷି, ଉଦଳା, ବଡ଼ସାହି, ବାରିପଦା, ମୋରଡ଼ା, ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲେଶ୍ୱର, ରେମୁଣା, ନୀଳଗିରି, ସୋର, ସିମୁଳିଆ, ଭଣ୍ଡାରୀପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର, ଚାନ୍ଦବାଲି, ବିଂଝାରପୁର, ବରୀ, ବଡ଼ଚଣା, ଧର୍ମଶାଳା, ଯାଜପୁର, କୋରେଇ, ସୁକିନ୍ଦା, ନିଆଳୀ, ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର, ମହାକାଳପଡ଼ା, ପାରାଦୀପ, ତିର୍ତ୍ତୋଲ, ବାଲିକୁଦା ଏରସମା, ଜଗତସିଂହପୁର, କାକଟପୁର, ନିମାପଡ଼ା।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.