ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ନିର୍ବାଚନ ସରିଲା, ଏବେ ବହି ପଢ଼ିବା: ‘ଆର୍ଯ୍ୟନ୍ସ’ ଓ ‘ସିକ୍ରେଟ୍ସ ଅଫ୍‌ ଶିମିଳିପାଳ’ ବହି କିଣିଲେ ନବୀନ

ଭୁବନେଶ୍ୱର,୦୧/୦୬: ନିର୍ବାଚନ ସରିଲା।  ପ୍ରଚାରରୁ ବିରତି ମିଳିଲା । ଏବେ ପୂରା ରିଲାକ୍ସ । ତେଣୁ ଅବସର ସମୟ କାଟିବା ପାଇଁ ବହି ପଢ଼ିବାର ବେଳ । ସେଥିଲାଗି ଦୁଇଟି ବହି କିଣିଛି । ‘ଆର୍ଯ୍ୟନ୍ସ’ ଓ ‘ସିକ୍ରେଟ୍ସ ଅଫ୍‌ ଶିମିଳିପାଳ’ । ଦୋକାନ ଆସି ବହି କିଣି ଫେରିବା ବେଳେ ହାତରେ ବହି ଧରି ବେଶ୍‌ ଖୁସି ଏବଂ ଫୂର୍ତ୍ତି ଦିଶୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ  ଏହା ଥିଲା ଗଣମାଧ୍ୟମ ଆଗରେ ବକ୍ତବ୍ୟ ।  

ଶୁକ୍ରବାର ସନ୍ଧ୍ୟା ୭ଟା ୪୫ । ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଲାଗିଲା ମାଷ୍ଟର୍‌କ୍ୟାଣ୍ଟିନ୍‌ ସ୍ଥିତ ଏକ ପୁରୁଣା ବହି ଦୋକାନ ମଡର୍ଣ୍ଣ ବୁକ୍‌ ଡିପୋ ଆଗରେ। ଆଶ୍ଚର୍ଯ୍ୟ ହୋଇ ବାହାରକୁ ଦୌଡ଼ିଲେ ଦୋକାନରେ ଥିବା ମାଲିକ ଓମ୍‌ ପ୍ରକାଶଜୀ । ବୁଝୁବୁଝୁ ଜଣାପଡ଼ିଲା  ମୁଖ୍ୟମନ୍ତ୍ରୀ କିଛି ବହି କିଣିବାକୁ ଚାହୁଁଛନ୍ତି। ସେ କିଛି କହିବା ପୂର୍ବରୁ ଦୋକାନ ଭିତରକୁ ନବୀନଙ୍କୁ ପାଛୋଟି ନେଲେ । ସାଙ୍ଗରେ ଥିଲେ ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଓ ସୁରକ୍ଷା କର୍ମୀ ।  

ନବୀନ ଦୋକାନକୁ ଆସି ବିଭିନ୍ନ ବହି ଦେଖିଲେ ଓ ବାଛିଲେ । ଶେଷରେ ଦୁଇଟି ବହି ତାଙ୍କ ମନୋନୀତ  ହେଲା । ଗୋଟିଏ ହେଲା, ଚାର୍ଲସ୍‌ ଆଲେନ୍‌ଙ୍କ ରଚିତ ‘ଆର୍ଯ୍ୟାନ୍ସ- ଦ ସର୍ଚ୍ଚ ଫର୍‌ ଏ ପିପୁଲ୍‌, ଏ ପ୍ଲେସ୍‌ ଆଣ୍ଡ୍‌  ଏ ମିଥ୍‌’ । ଅନ୍ୟ ପୁସ୍ତକଟି ଓଡ଼ିଶାର ଶିମିଳିପାଳ  ଉପରେ ଆଧାରିତ ଡ. ଦେବବ୍ରତ ସ୍ୱାଇଁଙ୍କ ରଚିତ  ‘ସିକ୍ରେଟ୍ସ ଅଫ୍‌ ଶିମିଳିପାଳ-ଏ ୱଣ୍ଡରଲ୍ୟାଣ୍ଡ୍‌ ଅଫ୍‌  ଏଲିଫାଣ୍ଟସ୍‌ ଆଣ୍ଡ୍‌ ମେଲାନିଷ୍ଟିକ୍‌ ଟାଇଗର୍ସ’ । ନବୀନ  ଜଣେ ସ୍ୱନାମଧନ୍ୟ ଲେଖକ ଏବଂ ବହି ପ୍ରତି ତାଙ୍କର  ଅହେତୁକ ଦୁର୍ବଳତା ରହିଛି । ଏଣୁ ଅଢ଼େଇ ହଜାର  ଟଙ୍କା ଦେଇ ସେ ଦୁଇଟି ବହି କିଣିଥିଲେ । 

ଏଥିସହିତ  ସେ ଭାରତ ଏବଂ ବିଶ୍ୱ ଇତିହାସ ସମ୍ବଳିତ ପୁସ୍ତକ  ସମ୍ପର୍କରେ ପଚାରି ବୁଝିଥିଲେ । ପରେ ଆସି ଆଉ  କିଛି ବହି କିଣିବେ ବୋଲି କହିଥିଲେ କିନ୍ତୁ ବିଶେଷ  କିଛି କଥା ହୋଇନଥିଲେ । ମାତ୍ର ୧୦ରୁ ୧୫  ମିନିଟ୍‌, ଅର୍ଥାତ୍‌ ସନ୍ଧ୍ୟା ୭ଟା ୪୫ରୁ ୮ଟା ମଧ୍ୟରେ  ନବୀନ ବହି ନେଇ ଫେରିଥିଲେ । ଗଲାବେଳକୁ  ଫଟୋ ଉଠାଇଲେ, କୁନି ପିଲାଙ୍କ ସହ ସେଲ୍ଫି  ନେଇ ସାବାସି ଜଣାଇଥିଲେଫ ବାହାରେ ଉତ୍ସାହିତ ଲୋକଙ୍କୁ ହାତ ହଲାଇ ଅଭିବାଦନ ଜଣାଇ ନବୀନ  ଫେରିଯାଇଥିଲେ ବୋଲି ଦୋକାନ ମାଲିକ କହିଛନ୍ତି ।  

ହଠାତ୍‌ ମୁଖ୍ୟମନ୍ତ୍ରୀଙ୍କୁ ଦୋକାନରେ ପାଇ  ଖୁସି ହୋଇପଡ଼ିଥିବା ଓମ୍‌ ପ୍ରକାଶଜୀ କହିଛନ୍ତି, ଏ  ଖୁସିର ସୀମା ନଥିଲା । ପୂର୍ବରୁ ଦୋକାନକୁ ପୂର୍ବତନ  ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, ଜାନକୀ ବଲ୍ଲଭ  ପଟ୍ଟନାୟକଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଆସିଛନ୍ତି,  କିନ୍ତୁ ନବୀନ ପଟ୍ଟନାୟକ ଆସି ନ ଥିଲେ । ସେ  ଆସିବେ ବୋଲି ଆଗୁଆ କିଛି ଖବର ବି ନ ଥିଲା ।  

ବହି କିଣି ଫେରିବା ପରେ ନବୀନ ନିବାସରେ  ନବୀନ ପ୍ରସନ୍ନ ମନରେ ବସି ଟିଭି ଦେଖୁଥିଲେ ।  ସୌଭାଗ୍ୟକୁ ସେହି ସମୟରେ ଏକ ଓଡ଼ିଆ ଟିଭି  ଚ୍ୟାନେଲ୍‌ରେ ତାଙ୍କ ବହି କିଣା ଖବର ହିଁ ପ୍ରସାରିତ  ହେଉଥିଲା, ଯାହାର ଭିଡିଓ ଭାଇରାଲ୍‌ ହୋଇଛି ।  ବହି କିଣା ସମ୍ପର୍କରେ ସୋସିଆଲ୍‌ ମିଡିଆ  ‘ଏକ୍ସ’ରେ ନବୀନ ଉଲ୍ଲେଖ କରିଛନ୍ତି କି,  ‘ପୁସ୍ତକଗୁଡ଼ିକ ଆମର ଚିନ୍ତାଧାରାକୁ ଆକୃଷ୍ଟ  କରେ । ଆମର ଜ୍ଞାନକୁ ବିସ୍ତାର କରେ । ଶୁକ୍ରବାର ମାଷ୍ଟର୍‌ କ୍ୟାଣ୍ଟିନ୍‌ରେ ଥିବା ଏକ ଦୋକାନରେ ଭଲ  ପୁସ୍ତକ ସଂଗ୍ରହ ଦେଖି ଆନନ୍ଦିତ ହୋଇ କିଛି  ପ୍ରିୟ ବହି କିଣିଲି । ଏଥିସହ ଯୁବକଙ୍କ ମଧ୍ୟରେ  ପୁସ୍ତକ ପ୍ରତି ପ୍ରେମ ଦେଖି ଅତି ଆନନ୍ଦିତ । ଏହି  ବହି କିଣା ମାଧ୍ୟମରେ ସେମାନଙ୍କ ପଢ଼ିବାର  ଅଭ୍ୟାସକୁ ଆଉ ଟିକେ ଉତ୍ସାହିତ କଲି’ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.