ଭୁବନେଶ୍ୱର, ୨୩/୦୪: ବୁଧବାର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ । ଅପରାହ୍ନ ୨ଟା ୩୫ରେ ଶ୍ରୀନଗରରୁ ବାହାରିବ ମୃତଦେହ । ରାତି ୯ଟା ୪୫ରେ ଦିଲ୍ଲୀରୁ ଭୁବନେଶ୍ୱର ଆସିବ ମୃତଦେହ । ଏହାପରେ ରାତି ୧୨ଟାରେ ଭୁବନେଶ୍ୱରରେ ଆସି ପହଞ୍ଚିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ । ଭୁବନେଶ୍ୱରରୁ ବାଲେଶ୍ୱର ନିଆଯିବ ଏବଂ ରେମୁଣା ସରଗାଁରେ କରାଯିବ ଅନ୍ତିମ ସଂସ୍କାର ।
ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଓଡିଆ ପର୍ଯ୍ୟଟକ ମୃତ, ଘଟଣାରେ ଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀ…
କହିରଖୁ କି, ଜାମ୍ମୁକାଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ମୃତ୍ୟୁସଂଖ୍ୟା ୨୮ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ଓଡିଶାର ପର୍ଯ୍ୟଟକ ପ୍ରଶାନ୍ତ ଶତପଥିଙ୍କ ମୃତ୍ୟୁ ରହିଛି। ପ୍ରଶାନ୍ତଙ୍କ ଘର ବାଲେଶ୍ୱରରରେ। ସେ ବାଲେଶ୍ୱର CIPETର ଜଣେ କର୍ମଚାରୀ। ଦୁଇଦିନ ତଳେ ସେ ତାଙ୍କ ପତ୍ନୀ ଓ ପୁଅଙ୍କ ସହ କାଶ୍ମୀର ବୁଲିବା ପାଇଁ ଯାଇଥିଲେ।