ପ୍ରମୂଖ ଖବର
  • ଅନୁଗୁଳ : ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ତିନି ବର୍ଷର ଛୁଆ
  • ||
  • ପାରାଦୀପ : ହାଇୱା ଦୁର୍ଘଟଣାରେ ୨ ମୃତ, ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ
  • ||

ସଂଯୁକ୍ତା ଓ ରଘୁନାଥ ପାଣିଗ୍ରାହୀ କଲଚୁରାଲ ହେରିଟେଜ ଫାଉଣ୍ଡେସନ ସଭାପତି ହେଲେ ନୀଳଗିରି ରାଜପ୍ରାସାଦ ସଦସ୍ୟ

Published By : Prameya | May 2, 2025 8:43 PM

ନୀଳଗିରି,୨/୫ : ସଂଯୁକ୍ତା ଏବଂ ରଘୁନାଥ ପାଣିଗ୍ରାହୀ କଲ୍ଟୁରାଲ ହେରିଟେଜ୍ ଫାଉଣ୍ଡେସନର ନବନିଯୁକ୍ତ ସଭାପତି ଭାବେ ନୀଳଗିରି ରାଜପ୍ରାସାଦ ସଦସ୍ୟ ଜଗଦୀଶ ମର୍ଦ୍ଦରାଜ ମନୋନୀତ ହୋଇଛନ୍ତି । ନୀଳଗିରିରେ ହଜି ଯାଇଥିବା ଓଡ଼ିଶୀ ନୃତ୍ୟ ଓ ଗୀତ ସହ ଛଉ ନୃତ୍ୟର ପୁନରୁଦ୍ଧାର ପାଇଁ ଅଗ୍ରାଧିକାର ଦେବେ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । 

ସୂଚନାଯୋଗ୍ୟ ଓଡ଼ିଶାର ମହାନ ନୃତ୍ୟାଙ୍ଗନା ସଂଯୁକ୍ତା ପାଣିଗ୍ରାହୀ ଓ ତାଙ୍କର ସ୍ବାମୀ ବିଶିଷ୍ଟ ଓଡ଼ିଶୀ ଓ ପାରମ୍ପରିକ ଗାୟକ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ସ୍ମୃତିରେ ପ୍ରତିଷ୍ଠିତ ସଂଯୁକ୍ତା ଓ ରଘୁନାଥ ପାଣିଗ୍ରାହୀ କଲ୍ଟୁରାଲ୍ ହେରିଟେଜ ଫାଉଣ୍ଡେସନର ନବ ନିଯୁକ୍ତ ସଭାପତି ଜଗଦୀଶ ମର୍ଦ୍ଦରାଜ ହରିଚନ୍ଦନ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଓଡ଼ିଶାର ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ପୁନରୁଦ୍ଧାର ପାଇଁ ପ୍ରାଧାନ୍ୟ ଦେବେ ବୋଲି ସୂଚନା ଦେଇଛନ୍ତି । 

ମୁଖ୍ୟତଃ ନୀଳଗିରି ରାଜ ପରିବାର ଦ୍ବାରା ପ୍ରୋତ୍ସାହିତ ଛଉ ନୃତ୍ୟକୁ କିପରି ନୀଳଗିରି ମାଟିର ଶିଳ୍ପୀମାନେ ଛଉ ନୃତ୍ୟ ପ୍ରତି ପୁନଃ ଆକୃଷ୍ଟ ହେବେ ସେଥିପ୍ରତି ଦୃଷ୍ଟି ଦେବେ ବୋଲି ସୂଚନା ଦେଇଛନ୍ତ । ଏଥିସହିତ ସମଗ୍ର ଓଡ଼ିଶା ସମେତ ନୀଳଗିରି ମାଟିରେ ପୁରାତନ ଓଡ଼ିଶୀ ନୃତ୍ୟ ଓ ଗୀତର ପୁନରୁଦ୍ଧାର କରି ରାଜ୍ୟ, ଦେଶ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଚାରପ୍ରସାର କରି ଏହାର ପୁର୍ବ ଐତିହ ଫେରିବ ସେଥିପ୍ରତି ଗୁରୁତ୍ୱ ଦେବେବୋଲି ସୂଚନା ଦେଇଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.