ପ୍ରମୂଖ ଖବର
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ଆରଜି କର ମାମଲାକୁ ବିରୋଧ: ଓଡ଼ିଆସ୍‌ ଆଟ୍‌ ପକ୍ଷରୁ କୋଲକାତାର ମହମବତୀ ରାଲ

କୋଲକାତା,୦୯/୦୯: ଓଡ଼ିଆସ୍‌  ଆଟ୍‌ କୋଲକାତା ପକ୍ଷରୁ ଆରଜି କର  ମାମଲାର ପ୍ରତିବାଦରେ ମୌନ ମହମତି  ରାଲି ଅନୁଷ୍ଠିତ ହୋଇଯାଇଛି । ରବିବାର  ସନ୍ଧ୍ୟା ସାଢ଼େ ୬ଟାରେ କୋଲକାତା  ଇଣ୍ଟରନ୍ୟାସନାଲ ସ୍କୁଲ ସମ୍ମୁଖରେ  ଏକତ୍ରିତ ହୋଇଥିଲେ ସମସ୍ତ ସଦସ୍ୟ । ସଂସ୍ଥାର ଅଧ୍ୟକ୍ଷ ଗୁରୁପ୍ରସାଦ ପଟ୍ଟନାୟକ  ମୃତ ଚିକିତ୍ସକଙ୍କର ଆତ୍ମାର ସଦ୍‌ଗତି  କାମନା କରିଥିଲେ । ଏହା ସହିତ  ବରିଷ୍ଠ ସଦସ୍ୟମାନେ ବକ୍ତବ୍ୟରେ  ତାଙ୍କ ପରିବାର ପ୍ରତି ସମବେଦନା  ସହ ନ୍ୟାୟ ବିଚାର ଦାବି କରିଥିଲେ ।  ସଂସ୍ଥାର ସମ୍ପାଦକ ପ୍ରଦୀପ କୁମାର  ମହାପାତ୍ର ପ୍ରାରମ୍ଭିକ ବକ୍ତବ୍ୟରେ ଏଭଳି  ଏକ ଲୋମହର୍ଷଣକାରୀ ଘଟଣାକୁ  ନିନ୍ଦା କରିଥିଲେ । 

ଏହାପରେ ଉମେଶ  ଚନ୍ଦ୍ର ମହାନ୍ତି, ହର୍ଷିତା ପଟ୍ଟନାୟକ  ବକ୍ତବ୍ୟ ପରେ ୧ ମିନିଟ୍‌ ନୀରବ  ପ୍ରାର୍ଥନା କରି ହାତରେ ମହମବତି  ଧରି ରବି ମୋଡ଼ ପର୍ଯ୍ୟନ୍ତ ଯାଇଥିଲେ ।  ସେଠାରୁ ରାଲି କରି ପୁଣି କୋଲକାତା  ଇଣ୍ଟରନ୍ୟାସନାଲ ସ୍କୁଲ ପର୍ଯ୍ୟନ୍ତ  ଫେରି ଆସି ଜାତୀୟ ସଙ୍ଗୀତ ଗାଇ ସମାପ୍ତ କରିଥିଲେ । ସ୍ଲୋଗାନ ଓଡ଼ିଆ  ଇଂରାଜୀରେ ସ୍ଲୋଗାନ୍‌ମାନ ଦେଇଥିଲେ ।  ଅଜୟ ମିଶ୍ର, ସରୋଜ ସାହୁ, ରଶ୍ମୀ ରଞ୍ଜନ  ବେହେରା, ଆଶିଷ ଦାସଙ୍କ ସହ ୧୫୦ରୁ  ଊଦ୍ଧ୍ୱର୍ କର୍ମକର୍ତ୍ତା ଭାଗ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.