ପ୍ରମୂଖ ଖବର
  • ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା,ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଗଞ୍ଜାମ; ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତ ଘଟି ୩ ମହିଳାଙ୍କ ମୃତ୍ୟୁ
  • ||
  • ଶ୍ରୀମନ୍ଦିର ପରିଚାଳନା କମିଟି ଘୋଷଣା, ପ୍ରକାଶ ପାଇଲା ୧୦ଜଣ ସଦସ୍ୟଙ୍କ ନାଁ
  • ||
  • ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ; ଟଙ୍କା-ମୋବାଇଲ ଫୋନ ଜବତ, ୭ ଜୁଆଡ଼ି ଗିରଫ
  • ||
  • ‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ, ଲୋକଙ୍କ ମତାମତ ଆଧାରରେ ହେବ ନୀତି ନିର୍ଦ୍ଧାରଣ
  • ||
  • ନୂଆଦିଲ୍ଲୀ: ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା; ପାକିସ୍ତାନକୁ ପଠାଯାଉଥିଲା ଦେଶର ଗୁଇନ୍ଦା ସୂଚନା, ପାକିସ୍ତାନୀ ଗୁପ୍ତଚର ସମ୍ପର୍କରେ ଥିଲେ ଭାରତର ୧୫ ଅଧିକାରୀ
  • ||
  • ଟାଙ୍ଗୀ : ରୋଷେଇ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ହୁତୁହୁତୁ ହୋଇ ଜଳିଗଲା ଘର, ୬ଟି ପରିବାର ସର୍ବସ୍ବାନ୍ତ
  • ||
  • ଥମିଲା ଆନ୍ଦୋଳନ,୧୫ ଦିନ ପରେ ଅମଲା ଆନ୍ଦୋଳନ ସ୍ଥଗିତ
  • ||
  • ମହମ୍ମଦ ୟୁନୁସ୍‌ଙ୍କ ବଡ଼ ଘୋଷଣା : '୨୦୨୬ରେ ବାଂଲାଦେଶକୁ ମିଳିବ ଗଣତାନ୍ତ୍ରିକ ସରକାର, ଯିଏ ଜିତିବ ତା' ହାତରେ ଟେକିଦେବୁ ଶାସନ ଭାର'
  • ||
  • ଗାଜା ହସ୍ପିଟାଲରେ ଇସ୍ରାଏଲ ସେନାର ବୋମାମାଡ଼, ୫ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ, ଅନେକ ଆହତ
  • ||
  • ଆଗାମୀ ୪୮ ଘଣ୍ଟା ଭିତରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା, ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • କାଣୀ ନଦୀରେ ଘାଈ ପରେ ଦୁର୍ଦ୍ଦଶା, ପାଣି ଘେରରେ ଦଶରଥପୁର ବ୍ଲକର ୧୫ ପଞ୍ଚାୟତ, ୫ ହଜାର ଲୋକେ ଜଳବନ୍ଦୀ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||
  • ମଙ୍ଗଳବାର ଉଦୟଗିରି, ହିମଗିରିର ହେବ ଜଳାବତରଣ; ଶତ୍ରୁର ଜାହାଜକୁ ଖୋଜି ଖୋଜି କରିବ ଧ୍ୱଂସ
  • ||
  • ରୋଷେଇ ବେଳେ ଅଘଟଣ: ଆକସ୍ମିକ ଅଗ୍ନିକାଣ୍ଡରେ ଦମ୍ପତି ଜୀବନ୍ତ ଦଗ୍ଧ, ଅନାଥ ହୋଇଗଲା ୯ ମାସ ଶିଶୁ
  • ||

ପୁରୀ-କୋଣାର୍କ ଭିଷ୍ଟାଡମ୍ ଟ୍ରେନ୍ ପାଇଁ ବିଜ୍ଞପ୍ତି ପ୍ରକାଶ; ୩୨କିଲୋମିଟର ପାଇଁ ଖର୍ଚ୍ଚ ହେବ ୪୯୨ କୋଟି

Published By : Harapriya Sethi | August 24, 2025 8:32 AM

କୋଣାର୍କ,୨୪/୦୮: ପୁରୀରୁ କୋଣାର୍କ ରେଳପଥ ପାଇଁ କୋଣାର୍କର ବିଭିନ୍ନ ସଂଗଠନ ଓ ବାସିନ୍ଦାଙ୍କ ପକ୍ଷରୁ ଦୀର୍ଘ ବର୍ଷ ହେବ ଦାବି ହୋଇଆସୁଥିଲା। ପୁରୀ-କୋଣାର୍କ ନୂତନ ରେଳପଥ ପାଇଁ ଜମି ଅଧିଗ୍ରହଣ ଲାଗି ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କୋଣାର୍କ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । କୋଣାର୍କ ଅଞ୍ଚଳ ବାସିନ୍ଦାଙ୍କ ବହୁ ଦିନର ସ୍ୱପ୍ନ ଏବେ ପୂରଣ ହେବାକୁ ଯାଉଛି। ରେଳପଥ ନିର୍ମାଣ ହେଲେ ପର୍ଯ୍ୟଟନର ବିକାଶ ସହିତ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ। ଭୁବନେଶ୍ୱର, ପୁରୀ ଏବଂ କୋଣାର୍କ ସ୍ୱର୍ଣ୍ଣ ତ୍ରିଭୁଜରେ ନୂଆ ଅଧ୍ୟାୟ ଯୋଡ଼ି ହେବ। ପର୍ଯ୍ୟଟନସ୍ଥଳୀ କୋଣାର୍କକୁ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ ହେବ। କୋଣାର୍କ ସୂର୍ଯ୍ୟମନ୍ଦିର, ସ୍ୱର୍ଣ୍ଣାଭ ବେଳାଭୂମି ଓ ପ୍ରାକୃତିକ ସବୁଜିମା ଭରା ବେଳାମାର୍ଗ ବୁଲି ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହା ଅନନ୍ୟ ଅନୁଭୂତି ଆଣିଦେବ। ଦେଶ ବିଦେଶର ପର୍ଯ୍ୟଟକମାନେ ଭିଷ୍ଟାଡମ ଟ୍ରେନରେ ବସି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିପାରିବେ। 

ଏନେଇ ଜମି ଅଧିଗ୍ରହଣ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି । ବିଶେଷକରି କୋଣାର୍କ ଥାନା ଅନ୍ତର୍ଗତ ସଦାନନ୍ଦପୁର, ଅଚ୍ୟୁତପୁର,ଗୁଣ୍ଡି, ଗ୍ରାମ ଗୁଡିକରେ ଜମି ଅଧିଗ୍ରହଣ କରାଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା କହିଛନ୍ତି ତହସିଲଦାର ଅନୀଲ କୁମାର ମହାନ୍ତି । ୩୨କିମି ରେଳପଥ ପାଇଁ ୪୯୨କୋଟି ଖର୍ଚ୍ଚ ଧାର୍ଯ୍ୟ ହୋଇଛି। ଏହି ରେଳପଥରେ ପୋରତରା, ଭିଙ୍ଗୁରାଡି ଓ କୋଣାର୍କ ୩ଟି ଷ୍ଟେସନ ରହିବ। ନୂଆନଇ, ଧନୁଆ ଓ କୁଶଭଦ୍ରା ନଦୀ ରହୁଥିବାରୁ ୮ଟି ବଡ଼ ପୋଲ,୨୭ଛୋଟ ପୋଲ ଓ ୨ଟି ରୋଡ ଓଭରବ୍ରିଜ ନିର୍ମାଣ ହେବ । 

ବାଲୁଖଣ୍ଡ ଅଭୟାରଣ୍ୟ ବାଇପାସ୍ ହେତୁ ସବୁଜିମା ଭରା ପ୍ରାକୃତିକ ପରିବେଶ ଦେଖିବାରୁ ପର୍ଯ୍ୟଟକମାନେ ବଞ୍ଚିତ ହେବେ। କୋଣାର୍କରେ ରାତ୍ରୀଯାପନ ପାଇଁ ବିଶେଷ ସୁବିଧା ନଥିବାରୁ ଅଧିକାଂଶ ପର୍ଯ୍ୟଟକ ସଂଧ୍ୟା ହେଲେ ପୁରୀ ଫେରୁଛନ୍ତି । କୋଣାର୍କ ପର୍ଯ୍ୟଟକ ଶୂନ୍ୟ ହୋଇପଡୁଛି । ଏଠାରେ ପଞ୍ଚତାରକା ହୋଟେଲ ସୁବିଧା ସହିତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲାଭଳି ବ୍ୟବସ୍ଥା ରହିଲେ ଏହି ଯୋଜନା ପାଇଁ ବିଶେଷ ଲାଭଦାୟକ ହେବ। କୋଣାର୍କ ଉତ୍ସବ ଓ ମାଘ ସପ୍ତମୀରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ। ପୁରୀ କୋଣାର୍କ ରେଳପଥ ଯୋଡ଼ି ହେଲେ କୋଣାର୍କକୁ ଅଧିକ ସଂଖ୍ୟକ ଯାତ୍ରୀ ଆଗମନ ହେବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.