ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି( ରବିବାର) ପ୍ରୟାଗରାଜ ଗସ୍ତରେ ଥିଲେ । ଏହି ସମୟରେ ସେ ମହାକୁମ୍ଭ ପାଇଁ ଚାଲିଥିବା ପ୍ରସ୍ତୁତି ଉପରେ ନଜର ରଖିଥିଲେ। ଏହା ସହିତ ସେ କୁମ୍ଭର ଲୋଗୋ ମଧ୍ୟ ଉଦଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ଆସନ୍ତା ବର୍ଷ ଜାନୁଆରୀରେ ହେବାକୁ ଥିବା ମହାକୁମ୍ଭ ସମୟରେ ଏଠାରେ ମାଂସ ଏବଂ ମଦ ବିକ୍ରୟ ହେବ ନାହିଁ । ଏହା ସେ ସ୍ଥାନୀୟ ପ୍ରଶାସନ ସହ ଏକ ବୈଠକ ମଧ୍ୟ କରିଛନ୍ତି ।
ରାଜ୍ୟ ସରକାରଙ୍କ ଦ୍ବାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ ସିଏମ୍ ବୈଠକରେ କହିଛନ୍ତି ଯେ ସାଧୁ-ସନ୍ଥ, ସନ୍ୟାସୀ ତଥା ବୈରାଗୀଙ୍କ ସମେତ ସମଗ୍ର ସନାତନ ସମାଜର ଭାବନାକୁ ସମ୍ମାନ ଜଣାଇ ଶାସ୍ତ୍ରୀୟ ସୀମା ମଧ୍ୟରେ ମାଂସ ଓ ମଦ କ୍ରୟ ତଥା ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ । ସେ କହିଛନ୍ତି ଯେ ପବିତ୍ର ନଦୀର ପରିଷ୍କାର ପରିଚ୍ଛନ୍ନତା ପାଇଁ ସରକାରୀ ସ୍ତରରେ ଉଦ୍ୟମ କରାଯାଉଛି, କିନ୍ତୁ ସାଧୁ ତଥା ସାଧୁ ସମାଜର ସହଯୋଗ ମଧ୍ୟ ଆଶା କରାଯାଉଛି । ସିଏମ୍ ଯୋଗୀ ଏହା ମଧ୍ୟ କହିଛନ୍ତି ଯେ ମହାକମ୍ଭ ସମୟରେ ବ୍ରହ୍ମଲୀନ ହେବାକୁଥିବା ସାଧୁ ସନ୍ଥଙ୍କ ପାଇଁ ଖୁବ ଶୀଘ୍ର ପ୍ରୟାଗରାଜରେ ଜମି ସଂରକ୍ଷଣ କରାଯିବ।
ଏହା ବ୍ୟତୀତ ସନ୍ଥ ସମାଜ ଦ୍ୱାରା ଗାବଧ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ଉପରେ ସିଏମ୍ ଯୋଗୀ କହିଛନ୍ତି, “ଉତ୍ତରପ୍ରଦେଶରେ ଗାହତ୍ୟା ଏକ ଅପରାଧ। ଗୋହତ୍ୟା ବିରୋଧରେ ଆଜୀବନ କାରାଦଣ୍ଡର ଦଣ୍ଡ ରହିଛି । ଏହା ସହିତ ରାଜ୍ୟ ସରକାର ସାତ ହଜାରରୁ ଅଧିକ ଗାଇ ଆଶ୍ରୟସ୍ଥଳୀ ଚଳାଉଛନ୍ତି, ଯେଉଁଠାରେ ୧୪ ଲକ୍ଷରୁ ଅଧିକ ଗାଇ ସୁରକ୍ଷିତ ଅଛନ୍ତି ।
ଏହାପୂର୍ବରୁ ସିଏମ ଯୋଗୀ ପରେଡରେ ଅବସ୍ଥିତ ହେଲିପ୍ୟାଡରେ ଅବତରଣ କରିବା ପରେ ସେ ମୋଟର ଡଙ୍ଗାରେ ସଙ୍ଗମ ସ୍ତଳରେ ପହଞ୍ଚିଥିଲେ । ଏଠାରେ ସେ ଦର୍ଶନ କରିବା ସହ ଗଙ୍ଗା ଯମୁନାଙ୍କର ପୂଜା କରିଥିଲେ ।