ନୂଆଦିଲ୍ଲୀ,୧୩/୦୪; ୨୬/୧୧ ମୁମ୍ବାଇ ଆକ୍ରମଣରେ ଅନ୍ୟତମ ଅଭିଯୁକ୍ତ ତହବୁରକୁ ୧୮ ଦିନିଆ ହେପାଜତକୁ ନେଇ ଜେରା କରୁଛି ଏଏନ୍ଆଇ । ଶନିବାର ଦ୍ବିତୀୟ ଦିନ ଜେରା କରାଯାଇଥିଲା । ତହବୁର ବୈଶ୍ୱିକ ଆତଙ୍କୀ ସାଜିଦ୍ ମୀର ସହିତ ଲଗାତାର ସମ୍ପର୍କରେ ଥିବା ଜଣାପଡ଼ିଛି । ଏହା ସହିତ ତହବୁରର ମାମଲା ଲଢୁଥିବା ଓକିଲକୁ ନେଇ କିଛି ଏମିତି କହିଛି ଯାହାକୁ ନେଇ ଚର୍ଚ୍ଚା ହେଉଛି ।
ଦିଲ୍ଲୀ କୋର୍ଟଙ୍କୁ ତହବୁର ଅନୁରୋଧ କରିଛି କି, ତା' ଜରିଆରେ ନାମ ଓ ଖ୍ୟାତି ଅର୍ଜନ କରୁବାକୁ ଚାହୁଁଥିବା କୌଣସି ଓକିଲ ରହିବା ଉଚିତ୍ ନୁହେଁ । ଅତିରିକ୍ତ ସେସନ୍ ଜଜ୍ (ଏନଆଇଏ) ଚନ୍ଦ୍ର ଜିତ୍ ସିଂହ ତାଙ୍କ ରାୟରେ କହିଛନ୍ତି ଅଭିଯୁକ୍ତ ଚାହୁଁଛି ତା' ମାଧ୍ୟମରେ ନାମ-ଯଶ କମାଇବାକୁ ଚାହୁଁଥିବା ଓକିଲ ରହିବା ଉଚତ୍ ନୁହେଁ । ଆଇନ ସେବା ଅଧିନିୟମ, ୧୯୭୮ରେ ଥିବା ବୈଧାନିକ ବ୍ୟବସ୍ଥା ଅନୁଯାୟୀ ଆଇନ ସେବା ପରାମର୍ଶଦାତାମାନେ ଉପସ୍ଥିତ ଥିଲେ ମଧ୍ୟ ଅଭିଯୁକ୍ତଙ୍କ ଅନୁରୋଧ ଗ୍ରହଣ କରାଯାଏ ।
ଅଧିକ ପଢନ୍ତୁ...ସେ କିଏ ୨୬/୧୧ ଆକ୍ରମଣ ନେଇ ଜାଣିଥିଲା ? ଜାଣନ୍ତୁ ମୁମ୍ବାଇ ଆକ୍ରମଣର ଦୁବାଇ କନେକ୍ସନ
ତହବୁର ରାଣାକୁ ଦ୍ୱିତୀୟ ଦିନ ପାଇଁ ଜେରାରେ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ସାଜିଦ ସହ ସମ୍ପର୍କରେ ଥିବା ଜଣାପଡ଼ିଛି । ଆମେରିକାରୁ ପ୍ରତ୍ୟର୍ପିତ ହୋଇଥିବା ୨୦୦୮ ମୁମ୍ବାଇ ଆକ୍ରମଣର ଦୋଷୀ ତହବୁର ରାଣାକୁ ଏନ୍ଆଇଏ ଶନିବାର ଦ୍ୱିତୀୟ ଦିନ ଲାଗି ଜେରା କରିଥିଲା । ଏହି ସମୟରେ ରାଣା ବୈଶ୍ୱିକ ଆତଙ୍କୀ ସାଜିଦ୍ ମୀର ସହିତ ଲଗାତାର ଯୋଗାଯୋଗରେ ଥିବା କହିଥିଲା । ସାଜିଦ୍କୁ ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି ମନେ କରାଯାଏ । ଜେରାବେଳେ ରାଣା ଦୁବାଇର ଜଣେ ବ୍ୟକ୍ତିଙ୍କର ନାମ ବି ନେଇଛି ।
ସେହି ବ୍ୟକ୍ତିଙ୍କୁ ଏହି ଆକ୍ରମଣର ପୂରା ଯୋଜନା ଜଣାଥିଲା । ସେ ହିଁ ପାକିସ୍ତାନ ଓ ଦୁବାଇ ମଧ୍ୟରେ ନେଟ୍ୱର୍କ ସମ୍ଭାଳୁଥିଲେ । ଏପରିକି ଆକ୍ରମଣର ଫାଇନାନ୍ସିଂ, ଲଜିଷ୍ଟିକ୍ ସପୋର୍ଟରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଏଜେନ୍ସି ସନ୍ଦେହ କରୁଛି । କେବଳ ସେତିକି ନୁହେଁ, ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସ୍ଆଇ ସହିତ ରାଣାର ଘନିଷ୍ଠ ସଂପର୍କ ଥିଲା । ପାକିସ୍ତାନୀ ସେନା ପୋଷାକ ପ୍ରତି ରାଣାର ପ୍ରବଳ ଆକର୍ଷଣ ରହିଥିବା ଜେରାରୁ ଜଣାପଡି଼ଛି ।