ପ୍ରମୂଖ ଖବର
  • ରିଆମାଳ : ଦୁର୍ଘଟଣା ଘଟଣା ବଦଳି ହେଲା ହତ୍ୟା, ଯୁବକ ଗିରଫ
  • ||
  • ଆମ୍ୱ ଟାକୁଆ ଖାଇ ମୃତ୍ୟୁ ଘଟଣା, ତଦନ୍ତ ପରେ ଜଣାପଡିବ ପ୍ରକୃତ କାରଣ: ସ୍ୱାସ୍ଥ୍ୟ ମନ୍ତ୍ରୀ
  • ||
  • କନ୍ଧମାଳ : କାର୍‌ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଯାଜପୁର : ମାଟି ତଳେ ଚାପି ହୋଇ ପ୍ରାଣ ହରାଇଲା ୮ ବର୍ଷର ଶିଶୁକନ୍ୟା, ବାପା ଗୁରୁତର
  • ||
  • ବୌଦ୍ଧ : ଦାମୀ କାର୍‌ରେ ଗଞ୍ଜେଇ ଚାଲାଣ; ୪ ଗିରଫ, ୨୩ କେଜି ଗଞ୍ଜେଇ ଜବତ
  • ||
  • ଜୟପୁର : ନ୍ୟୁ ବାସବୀ ଜୁଏଲାରି ମାଲିକଙ୍କ ମୃତ୍ୟୁ, ୨ ଦିନ ପୂର୍ବରୁ ହୋଇଥିଲା ଜିଏସ୍‌ଟି ରେଡ୍‌
  • ||
  • କେନ୍ଦୁଝରରେ ହାତୀପଲଙ୍କ ଉପଦ୍ରବ, ବିଲରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ଦିଗପହଣ୍ଡିରେ ଘର ଉପରକୁ ବୋମା ମାଡ଼, ଅଞ୍ଚଳବାସୀ ଭୟଭିତ
  • ||
  • ଆଜି ଶ୍ରୀମନ୍ଦିରରେ ଦୀପାବଳି ପାଳନ ହେବ ନୀତି, କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିବେ ଭକ୍ତ
  • ||
  • ଦାରିଙ୍ଗବାଡି : ଆମ୍ବ ଟାକୁଆ ଜାଉ ଖାଇ ୨ମୃତ, ୬ ଗୁରୁତର
  • ||
  • ନୀଳଗିରି: ଖୋଲିଲା କୁଳଡିହା ଅଭୟାରଣ୍ୟ, ନେଚର୍ସକ୍ୟାମ୍ପରେ ପ୍ରକୃତିର ମଜା ନେଇପାରିବେ ପର୍ଯ୍ୟଟକ
  • ||
  • ଭୂକମ୍ପରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଟର ସେଲ୍‌ରେ ତୀବ୍ରତା ୩.୩ ରେକର୍ଡ
  • ||
  • ପଟ୍ଟାମୁଣ୍ଡାଇ : କଇଁଛ ବଂଶ ବିସ୍ତାର ପାଇଁ ବନ ବିଭାଗର ପଦକ୍ଷେପ, ସାତ ମାସ ପାଇଁ ସମୁଦ୍ରରେ ମାଛ ଧରା ବନ୍ଦ
  • ||
  • ଭୁବନେଶ୍ବର : ଦୀପାବଳିରେ ଅଗ୍ନିକାଣ୍ଡ; ଭୂତଳ ବଜାରର ଶାଢୀ ଦୋକାନରେ ଲାଗିଲା ନିଆଁ, ୬ ଘଣ୍ଟା ପରେ ହେଲା ଆୟତ୍ତ
  • ||
  • ନିଜ ଗାଁ ବନ୍ଦଣା ପର୍ବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ; ଗାଁ ଧିଂ ମାନିରେ ସାମିଲ ହେଲେ, ମାଦଲ ବଜାଇଲେ
  • ||

କେନ ଓ୍ବିଲିୟମସନଙ୍କ ବିନା ଓହ୍ଲାଇବ ନ୍ୟୁଜିଲାଣ୍ଡ ? ଭାରତୀୟ ଟିମରେ ବି ଖେଳିବେନି ଭେଟରାନ !

ନୂଆଦିଲ୍ଲୀ, ୩୦/୧୦ : ପ୍ରଥମ ଦୁଇ ଟେଷ୍ଟ ମ୍ୟାଚ୍ ହାରିଥିବା‌ ଟିମ୍ ଇଣ୍ଡିଆ ଏବେ ୧ନଭେମ୍ବରରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳିବ । କ୍ବିଓ୍ବି ଟିମ୍ ବେଙ୍ଗାଲୁର ଏବଂ ପୁଣେରେ ଭାରତୀୟ ଟିମକୁ ହରାଇ ପ୍ରଥମ ଥର ଭାରତରେ ଟେଷ୍ଟରେ ସିରିଜ ଜିତିଛି । ଏବେ ଦୁଇ ଟିମ୍ ଶୁକ୍ରବାରରୁ ମୁମ୍ବାଇର  ଓ୍ବାଙ୍ଖେଡ଼େରେ ଖେଳିବେ । ଆସନ୍ତୁ ଜାଣିବା ଦୁଇ ଟିମର ପ୍ଲେଇଂ ଇଲେଭେନରେ କେଉଁମାନେ ହୋଇଛନ୍ତି ସାମିଲ । 

ବରିଷ୍ଠ ବ୍ୟାଟର କେନ ଓ୍ବିଲିୟମସନ ପ୍ରଥମେ ଦୁଇ ଟେଷ୍ଟରେ ଖେଳି ନ ଥିଲେ । ରିପୋର୍ଟ ଅନୁସାରେ ଓ୍ବିଲିୟମସନ ତୃତୀୟ ଟେଷ୍ଟରେ ବି କିଓ୍ବି ଟିମର ଭାଗିଦାରୀ ରହିବେ ନାହିଁ । ବେଙ୍ଗାଲୁରରେ ନ୍ୟୁଜିଲାଣ୍ଡ ୩ଦୃତ ବୋଲରଙ୍କ ସହ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିଲା, କିନ୍ତୁ ପୁଣେରେ କିଓ୍ବି ଟିମ୍ ଦୁଇ ଦ୍ରୁତ ବୋଲରଙ୍କ ସହ ଓହ୍ଲାଇଥିଲା । ପ୍ରଥମ ଟେଷ୍ଟରେ କିଓ୍ବି ଟିମର ବିଜୟର ହିରୋ ରହିଥିବା ମ୍ୟାଟ ହେନରୀ ଦ୍ବିତୀୟ ଟେଷ୍ଟ ଖେଳି ନ ଥିଲେ ।

ସେହିଭଳି ସୂଚନା ଅନୁସାରେ ତୃତୀୟ ଟେଷ୍ଟରେ ଭାରତର ଷ୍ଟାର ଦ୍ରୁତ ବୋଲର ଜସପ୍ରୀତ ବୁମରାହ ଏବଂ ଓ୍ବିକେଟ କିପର ବ୍ୟାଟର ଋଷଭ ପନ୍ତ ଖେଳିବେ ନାହିଁ । ଏହି ଦୁଇ ଭେଟରାନଙ୍କୁ ବିଶ୍ରାମ ଦିଆଯିବ । ବୁମରାହଙ୍କ ସ୍ଥାନରେ ହର୍ଷିତ ରାଣା ଡେବ୍ୟୁ କରିପାରନ୍ତି । ସେହିଭଳି ପନ୍ତଙ୍କ ସ୍ଥାନରେ ଧୃବ ଜୁରେଲଙ୍କୁ ସୁଯୋଗ ମିଳିବାର ସମ୍ଭାବନା ରହିଛି ।

ସମ୍ଭାବିତ ନ୍ୟୁଜିଲାଣ୍ଡ ଦଳ : ଡେବୋନ କାନ୍ବେ, ଟମ ଲାଥମ(ଅଧିନାୟକ), ଓ୍ବିଲ ୟଙ୍ଗ, ଡେରିଲ ମିଚେଲ, ଟମ ବ୍ଲଂଡଲ(ଓ୍ବିକେଟକିପର), ରଚିନ ରବିନ୍ଦ୍ର, ଗ୍ଲେନ ଫିଲିପ୍ସ, ଟିମ୍ ସାଉଥି, ମିଚେଲ ସ୍ୟାଟନର, ଏଜାଜ ପଟେଲ ଏବଂ ଓ୍ବିଲିୟମ ଓ ଋକ । 

ସମ୍ଭାବିତ ଭାରତୀୟ ଦଳ : ରୋହିତ ଶର୍ମା( ଅଧିନାୟକ), ୟଶସ୍ବୀ ଜୟସଓ୍ବାଲ, ଶୁଭମନ ଗିଲ, ବିରାଟ କୋହଲୀ, ସରଫରାଜ ଖାନ, ଋଷଭ ପନ୍ତ/ ଧୃବ ଜୁରେଲ(ଓ୍ବିକେଟକିପର), ଓ୍ବାଶିଂଟନ ସୁନ୍ଦର, ରବିନ୍ଦ୍ର ଜାଡେଜା,ରବିଚନ୍ଦ୍ରନ ଅଶ୍ବିନ, ଆକାଶଦୀପ ଏବଂ ମହମ୍ମଦ ସିରାଜ/ ହର୍ଷିତ ରାଣା । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.