ନୂଆଦିଲ୍ଲୀ, ୧୨।୧୨: ଆକ୍ସନ ମୋଡ୍ରେ ଏନଆଇଏ । ଦେଶର ୫ଟି ରାଜ୍ୟରେ ଏନଆଇଏ ଚଢ଼ାଉ କରିଥିବା ଜଣାପଡ଼ିଛି । ଜମ୍ମୁକାଶ୍ମୀର, ଆସାମ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଗୁଜୁରାଟ ସମେତ ମୋଟ୍ ୧୯ଟି ସ୍ଥାନରେ ରେଡ୍ କରିଛି ଏନଆଇଏ । ତେବେ ଏହିସବୁ ସ୍ଥାନରେ ଜୈସ-ଇ-ମହମ୍ମଦ ସଂସ୍ଥା ସହ ଜଡ଼ିତ ଆତଙ୍କୀ କାର୍ଯ୍ୟକଳାପ ଚାଲିଥିବା ନେଇ ଖବର ଆସିଥିଲା । ରେସାଇ, ବୁଦ୍ଧଗମ, ଅନନ୍ତନାଗ ଆଦି ସ୍ଥାନରେ ମଧ୍ୟ ଏନଆଇ ଚଢ଼ାଉ ଜାରି ରଖିଛି ।
ରେଡ୍ କରାଯାଇଥିବା ଅଞ୍ଚଳଗୁଡ଼ିକରେ ଆତଙ୍କବାଦକୁ ପ୍ରଚାର ପ୍ରସାର କରିବା ସହ ସାଧାରଣ ଲୋକଙ୍କୁ ଆତଙ୍କୀ କାର୍ଯ୍ୟକଳାପରେ ଲିପ୍ତ ହେବାକୁ ପ୍ରୋତ୍ସାହିତ କରାଯାଉଥିବା ସୂଚନା ମିଳିଥିଲା । ଏନଆଇ ପକ୍ଷରୁ ହୋଇଥିବା ଏହି ଚଢ଼ାଉ ଶେଷ ପରେ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି ।