ପ୍ରମୂଖ ଖବର
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ପାକିସ୍ତାନ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ପାଇଁ ନ୍ୟୁଜିଲାଣ୍ଡ ଟିମ୍ ଘୋଷଣା: ନେତୃତ୍ୱ ନେବେ ବ୍ରେସୱେଲ୍‌, କନୱେ, ରଚିନ,ମିଚେଲ ବାଦ୍

Published By : Prameya | March 12, 2025 9:36 AM

ୱେଲିଂଟନ୍‌,୧୨/୦୩: ପାକିସ୍ତାନ ବିପକ୍ଷ ୫ମ୍ୟାଚ୍‌ ବିଶିଷ୍ଟ ଘରୋଇ ଟି-ଟ୍ୱେଣ୍ଟି ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା ହୋଇଛି । ଆଇପିଏଲ୍‌ କ୍ରୀଡ଼ାସୂଚୀ ପାଇଁ  ଡେଭନ କନୱେ, ରଚିନ ରବିନ୍ଦ୍ର, ମିଚେଲ  ସାଣ୍ଟନର, ଗ୍ଲେନ୍‌ ଫିଲିପ୍ସ ଓ ଲୋକି ଫର୍ଗୁସନ ଏହି ସିରିଜ ଖେଳିବେ ନାହିଁ । 

ସେହିପରି କେନ୍‌ ୱିଲିୟମସନ୍‌ ପିଏସ୍‌ଏଲ୍‌ ଖେଳିବାକୁ  ଚୁକ୍ତି କରିଛନ୍ତି । ଫଳରେ ଅଲରାଉଣ୍ଡର  ମାଇକେଲ ବ୍ରେସୱେଲଙ୍କୁ ଦଳର ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଯାଇଛି । ପେସ୍‌ ବୋଲର  ବେନ୍‌ ସିୟର୍ସ, ସ୍ପିନର ଆଇସ୍‌ ସୋଧି, ବ୍ୟାଟର ଟିମ୍‌ ସାଇଫର୍ଟ, ଫିନ୍‌ ଆଲେନ୍‌  ଓ ଜେମ୍ସ ନୀଶମ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆସନ୍ତା ୧୬ ତାରିଖ ଖ୍ରୀଷ୍ଟଚର୍ଚ୍ଚରେ ଉଭୟ ଦଳ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ଖେଳାଯିବ । ଏହାପରେ ୧୮, ୨୧, ୨୩,  ୨୬ତାରିଖରେ ଶେଷ ୪ଟି ମ୍ୟାଚ୍‌ ଅନୁଷ୍ଠିତ ହେବ । ଟି-ଟ୍ୱେଣ୍ଟି ସିରିଜ ପରେ ଉଭୟ ଦଳ ମଧ୍ୟରେ ୩ଟି ଦିନିକିଆ ମ୍ୟାଚ୍‌ ଖେଳାଯିବ। 

ନ୍ୟୁଜିଲାଣ୍ଡ ଦଳ: ମାଇକେଲ  ବ୍ରେସୱେଲ (ଅଧିନାୟକ), ଫିନ୍‌  ଆଲେନ, ମାର୍କ ଚାପମାନ, ଜାକବ ଡଫି,  ଜାକ୍‌ ଫାଉଲକେସ୍‌ (ଶେଷ ୨ ମ୍ୟାଚ୍‌),  ମିଚ୍‌ ହାୟ, ମାଟ୍‌ ହେନରୀ (ଶେଷ  ୨ମ୍ୟାଚ୍‌), କେଲି ଜାମିସନ୍‌ (ପ୍ରଥମ  ୩ମ୍ୟାଚ୍‌), ଡାରିଲ ମିଚେଲ, ଜିମ୍ମି ନୀଶମ,  ୱିଲ୍‌ ଓ’ରୁର୍କ (ପ୍ରଥମ ୩ମ୍ୟାଚ୍‌), ଟିମ୍‌  ରବିନସନ, ବେନ ସିୟର୍ସ, ଟିମ୍‌ ସାଇଫର୍ଟ,  ଆଇସ୍‌ ସୋଧି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.