ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ପ୍ରବଳ ବର୍ଷା ଖସିଲା ମାଟି ଅତଡା, ଭାଙ୍ଗିଲା ଜାତୀୟ ରାଜପଥ : ଓଡ଼ିଶା-ଆନ୍ଧ୍ର ଏବଂ ଛତିଶଗଡ଼କୁ ହେଲା ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି/ଏମଭି ୭୯/କାଲିମେଳା, ୨୧/୭ : ଲଘୁଚାପ ଜନିତ ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲା ରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ମାଲକାନଗିରି ଠାରୁ ମୋଟୁ ଜାତୀୟ ରାଜପଥ ଠାରେ ରହିଥିବା ତଳୁଆ ବ୍ରିଜ ଉପରେ ବନ୍ୟା ଜଳ ପ୍ରଭାଭିତ ହୋଉଥିବାରୁ ମୋଟୁ ଠାରୁ ମାଲକାନଗିରିକୁ ଯାତାୟତ ବିଛିନ୍ନ ହୋଇଯାଇଛି | ଉପର ମୁଣ୍ଡ ବର୍ଷାରେ ସିଲେରୁ ଏବଂ ସାବେରୀ ନଦୀ ଫୁଲିବାରୁ ମୋଟୁ ରେ ବନ୍ୟା ସ୍ଥିତି ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି | ସେପଟେ ମୋଟୁ ଠାରୁ ପଡୋଶୀ ରାଜ୍ୟ ଆନ୍ଧ୍ର ଏବଂ ତେଲେଙ୍ଗାନା କୁ ସଂଯୋଗ କରୁଥିବା ଜାତୀୟ ରାଜପଥ ର କାଲେରୁ ଠାରେ ରାସ୍ତା ଭାଙ୍ଗିବା ସହ କୋଇଗୁରୁ ବ୍ରିଜ ଉପରେ ୪ରୁ ୫ଫୁଟ ବନ୍ୟା ଜଳ ପ୍ରଭାବିତ ହେଉଅଛି ଯାହା ଫଳରେ ମୋଟୁ ସହ ଆନ୍ଧ୍ର ଏବଂ ତେଲେଙ୍ଗାନା କୁ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।

ମୋଟୁ ସହ ଛତିଶଗଡ଼ କୁ ସଂଯୋଗ କରୁଥିବା ସାବେରୀ ନଦୀ ର ନୂତନ ନିର୍ମାଣ ବ୍ରିଜ ଠାରେ ମାଟି ଅତଡ଼ା ଖସିଯିବାରୁ ଯାନବାହନ ଅଟକି ରହିବା ସହ ଯାତାୟତ ରେ ବାଧା ସୃଷ୍ଟି ହୋଇଛି l ଏହି ବ୍ରିଜ ର ଉଭୟ ପାର୍ଶ୍ଵ ରେ ପୋଲିସ ବାରିକେଟ ଲଗେଇବା ସହ ସେଠାରେ କୌଣସି ଅଘଟଣ ନ ଘଟୁ ସେଥିପାଇଁ ପୋଲିସ ଜଗିରହିଛି | ଉପର ମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଫଳରେ ଗୋଦାବରୀ ନଦୀର ଜଳ ସ୍ତର ବଢ଼ି ଚାଲିଛି । ଯାହା ଫଳରେ ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ ରେ ଏକ ପ୍ରକାର ବନ୍ୟା ସ୍ଥିତି ଦେଖା ଦେଲାଣି । ଗତକାଲି ଠାରୁ ଭଦ୍ରାଞ୍ଚଲମ୍ ଠାରେ ଗୋଦାବରୀ ର ଜଳସ୍ତର ବୃଦ୍ଧି ପାଇବା ପରେ ଆଜି ଏହା ଏକ ନମ୍ବର ବିପଦ ସଙ୍କେତ ଅତିକ୍ରମ କରିଛି । ସେପଟେ ଗୋଦାବରୀ ନଦୀ ଫୁଲିବା ଯୋଗୁଁ ଏବେ ମୋଟୁ ପ୍ରତି ବଡ଼ ବିପଦ ମାଡ଼ି ଆସୁଛି । ମୋଟୁ ର ମୁଗୀପଏଣ୍ଟ ତ୍ରିବେଣୀ ସଙ୍ଗମ ସ୍ଥଳ ଅପରାହ୍ନ ସୁଦ୍ଧା ବନ୍ୟା ଜଳ ଛୁଇଁଥିବା ବେଳେ ମୋଟୁ ର ତଳୁଆ ଗାଁ ବାରିବାଞ୍ଛା, ବିନାୟକପୁର ଏବଂ ଆଲମା, ପେଟା ଗ୍ରାମକୁ କୁ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ମୋଟୁ ପଞ୍ଚାୟତର ସିଲେରୁ ଏବଂ ସାବେରୀ ନଦୀ କୁଳ ଅଞ୍ଚଳ ଅନେକ ଚାଷ ଜମି ବନ୍ୟା ଜଳ ଦ୍ୱାରା ପ୍ରଭାବିତ ହୋଇଛି । 

ସେହିଭଳି ୩୨୬ନମ୍ବର ଜାତୀୟ ରାଜପଥ ରେ ଥିବା ମୋଟୁ ଏବଂ ଆନ୍ଧ୍ରପ୍ରଦେଶ ବ୍ରିଜ ଠାରୁ ବହୁ ନିକଟରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଭୟରେ ଦିନ କାଟୁଛନ୍ତି ମୋଟୁ ଅଞ୍ଚଳବାସୀ । ବର୍ତ୍ତମାନ ପର୍ଯ୍ୟନ୍ତ ଗାଁ ଭିତରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନଥିବା ବେଳେ ସିଲେରୁ, ସାବେରୀ, ପୋଟେରୁ ନଦୀର ଉପରମୁଣ୍ଡରେ ବିଷଣ ବର୍ଷା ହେଉଥିବା ଯୋଗୁଁ ଗୋଦାବରୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ଓ ଗୋଦାବରୀ ର ପଛୁଆ ବନ୍ୟା ଜଳ ମୋଟୁ ରେ ପ୍ରବେଶ କରିପାରେ ବୋଲି ସ୍ଥାନୀୟ ଜନସାଧାରଣ ମତ ପ୍ରକାଶ କରିଛନ୍ତି । ଅପର ପକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ଥ ବନ୍ୟା ପ୍ରଭାବିତ ଅଞ୍ଚଳ ରେ ପ୍ରଶାସନିକ ଅଧିକାରୀ ଙ୍କୁ ସଜାଗ ରଖା ଯାଇଛି, ୭ଟି ବ୍ଲକ ପାଇଁ ୪ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ମୁତୟନ କରାଯାଇଛି। 

କାଲିମେଳା ଓ ପଡିଆ ବ୍ଲକ ପାଇଁ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଚିତ୍ରକୋଣ୍ଡା ଓ ମାଲକାନଗିରି ବ୍ଲକ ପାଇଁ ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀଅଧିକାରୀ ନରେଶ ଚନ୍ଦ୍ର ଶବର,ମାଥିଲି ଓ କାଲିମେଳା ବ୍ଲକ ପାଇଁ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, କୋରକୁଣ୍ଡା ବ୍ଲକ ପାଇଁ ଦୁର୍ଯ୍ୟଧନ ଭୋଇଙ୍କୁ ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି।  ଜିଲ୍ଲାପାଳ ସଚୀନ ପାୱାର କାଲିମେଳା ବନ୍ୟାପ୍ରଭାବିତ ଅଞ୍ଚଳ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିବା ସହିତ କିଛି ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝିଥିଲେ। ତେବେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରହିବା ଏବଂ ରନ୍ଧା ଖାଦ୍ୟ ପାଇଁ ମୋଟୁ ସ୍ଥିତ ବନ୍ୟା ଆଶ୍ରୟ ସ୍ଥଳୀ କୁ ପ୍ରସ୍ତୁତ ରଖାଯାଇଥିବା ମୋଟୁ ତହସିଲଦାର ପ୍ରବାସ କୁମାର ବାଡାୟାକ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.