ତେଲ ଅଭିଭ୍ – ଇସ୍ରାଏଲ ହମାସର ସୁପ୍ରିମ କମାଣ୍ଡର ୟାହ୍ୱା ସିନୱାରକୁ ନିପାତ କରିଛି। ଡ୍ରୋନ୍ ଆକ୍ରମଣ ମାଧ୍ୟମରେ ସିନୱାରକୁ ଇସ୍ରାଏଲ ମାରି ଦେଇଛି। କେବଳ ଏତିକି ନୁହେଁ ମୃତ୍ୟୁ ପରେ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି, ଯେଉଁଥିରେ ଦେଖିବାକୁ ମିଳୁଛି କିଭଳି ଭାବେ ସିନୱାରକୁ ମାରି ଦିଆ ଯାଇଛି। କିଛି ଭିଡ଼ିଓ ମଧ୍ୟ ଏହାର ଭାଇରାଲ ହେଉଛି। ଏହି ମଧ୍ୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବଡ଼ ଘୋଷଣା କରି କହିଛନ୍ତି ,ଯଦି ହମାସ ଅସ୍ତ୍ର ଛାଡ଼ି ଦେବ ଏବଂ ସବୁ ଇହୁଦୀ ବନ୍ଧକଙ୍କୁ ମୁକ୍ତ କରି ଦେବ ତ ଯୁଦ୍ଧ ସମାପ୍ତ ହୋଇପାରେ। ସେ କହିଛନ୍ତି ଯେ, ଯଦି ହମାସ ଆମର ଏହି ପ୍ରସ୍ତାବକୁ ମାନି ନିଏ ଯୁଦ୍ଧ କାଲି ଶେଷ ହୋଇ ଯିବ।
ଇସ୍ରାଏଲ ଦୋହରାଇ ଚାଲିଛି ଯେ, ଗତବର୍ଷ ୭ ଅକ୍ଟୋବରରେ ଏଠାରେ ହୋଇଥିବା ଭୟଙ୍କର ହମଲାର ମାଷ୍ଟରମାଇଣ୍ଡ ୟାହ୍ୱା ସିନୱାର ହିଁ ଥିଲା। ତାର ମୃତ୍ୟୁର ଭିଡ଼ିଓ ସେୟାର କରି ନେତାନ୍ୟାହୁ ଏକ୍ସରେ ଲେଖିଛନ୍ତି। ୟାହ୍ୱା ସିନୱାର ମରି ସାରିଛି। ତାକୁ ଆମର ସାହାସି ସୈନିକମାନେ ରାଫାରେ ମାରି ଦେଇଛନ୍ତି। ଏବେ ଏହା ଗାଜାର ଯୁଦ୍ଧ ଶେଷ ହେବାର ଟାଇମ୍ ନୁହେଁ , ବରଂ ହମାସ ନିପାତର ଆରମ୍ଭ। ଗାଜାରେ ଲୋକଙ୍କ ପାଇଁ ମୋର ଏକ ସିମ୍ପଲ ସନ୍ଦେସ –ଏହି ଯୁଦ୍ଧ ତ କାଲି ଶେଷ ହୋଇପାରେ । ଯଦି ହମାସ ଅସ୍ତ୍ରକୁ ପକାଇ ଦେବ ଏବଂ ବନ୍ଧକ କରି ରଖି ଥିବା ଆମ ଲୋକଙ୍କୁ ଛାଡ଼ି ଦେବ।
ଉଲ୍ଲେଖନୀୟ ଯେ, ସିନୱାରକୁ ମାରିବା ସହ ଇସ୍ରାଏଲ ଦାବି କରିଛି କି ଆଉ ଦୁଇ ଆତଙ୍କୀଙ୍କୁ ମୃତ୍ୟୁ ହୋଇଛି। ପିଏମ୍ ନେତାନ୍ୟାହୁ ଦାବି କରିଛନ୍ତି କି , ହମାସ ଏବେ ବି ଗାଜାରେ ୧୦୧ ଇସ୍ରାଏଲ ଲୋକଙ୍କୁ ବନ୍ଧକ କରି ରଖିଛି। ଏଥିରୁ ଅନେକ ନାଗରିକ ୨୩ଟି ଅଲଗା ଅଲଗା ଦେଶର ରହିଛନ୍ତି। ଇସ୍ରାଏଲ ଏହି ସବୁ ଲୋକଙ୍କୁ ଘରକୁ ଫେରାଇ ଆଣିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ। ଆମେ ସବୁ ବନ୍ଧକଙ୍କୁ ସୁରକ୍ଷିତ ମୁକ୍ତ କରିବାକୁ ଗାରେଣ୍ଟି ଦେଉଛୁ । ସେ ହମାସ ଆତଙ୍କୀଙ୍କୁ ଚେତାବନୀ ଦେଇ କହିଛନ୍ତି କି, ଇସ୍ରାଏଲ ନ୍ୟାୟ କରିବାରେ ବିଶ୍ୱାସ ରଖେ। ଆମେ ଏମିତି କୌଣସି ବ୍ୟକ୍ତିଙ୍କୁ ଛାଡ଼ିବୁ ନାହିଁ , ଯିଏକି ଆମର ଲୋକଙ୍କ ଉପରେ ଅତ୍ୟାଚାର କରିଛନ୍ତି।