ନୂଆଦିଲ୍ଲୀ: ୧୧ ଟି ଦେଶରୁ ନିଜର ରାଷ୍ଟ୍ରଦୂତ ମାନଙ୍କୁ ଫେରାଇ ନେଇଛନ୍ତି ନେପାଳ ସରକାର । ଏଥିରେ ଭାରତ ଏବଂ ଆମେରିକାରେ 'ନେପାଳୀ କଂଗ୍ରେସ' କୋଟା ଅଧୀନରେ ନିଯୁକ୍ତ ହୋଇଥିବା ରାଷ୍ଟ୍ରଦୂତମାନେ ମଧ୍ୟ ସାମିଲ ଅଛନ୍ତି । ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ 'ପ୍ରଚଣ୍ଡ' ଦଳ ସହ ମେଣ୍ଟ ଭାଙ୍ଗି କେପି ଶର୍ମା ଓଲିଙ୍କ ସହ ହାତ ମିଳାଇବାର ତିନି ମାସ ପରେ ଏହି ନିଷ୍ପତ୍ତି ନିଆଯାଇଛି।
ଦ କାଠମାଣ୍ଡୁ ପୋଷ୍ଟ ଖବରକାଗଜ ଅନୁଯାୟୀ, ଉପ ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ବ୍ୟାପାର ମନ୍ତ୍ରୀ ନାରାୟଣ କାଜୀ ଶ୍ରେଷ୍ଟଙ୍କ ଆପତ୍ତି ସତ୍ତ୍ବେ ନେପାଳ ସରକାର ରାଷ୍ଟ୍ରଦୂତମାନଙ୍କୁ ଗୁରୁବାର ପ୍ରତ୍ୟାର୍ପଣ କରିଛନ୍ତି । ଏଥିମଧ୍ୟରେ ଭାରତରେ ନିଯୁକ୍ତ ହୋଇଥିବା ନେପାଳର ରାଷ୍ଟ୍ରଦୂତ ଶଙ୍କର ଶର୍ମା ମଧ୍ୟ ସାମିଲ ଅଛନ୍ତି ।
ରବିବାର ଦିନ ନେପାଳ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କ ଭାରତ ଗସ୍ତ ପୂର୍ବରୁ ନେପାଳ ସରକାର ଏହି ପଦକ୍ଷେପ ନେଇଛନ୍ତି, ଯିଏକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ଭାରତ ଆସିବେ।