ପ୍ରମୂଖ ଖବର
  • ବିଜେଡିର ୬ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା, ଭୁବନେଶ୍ୱର ଦାୟିତ୍ୱରେ ଅଶୋକ ପଣ୍ଡା
  • ||
  • ବୌଦ୍ଧ : ବାଇକ୍‌କୁ ଧକ୍କା ଦେଲା ପିକଅପ୍ ଭ୍ୟାନ: ବାପା ମୃତ, ପୁଅ ଗୁରୁତର
  • ||
  • ମାଲକାନଗିରି : ସେୟାର ମାର୍କେଟରେ ଟ୍ରେଡିଂ ନାଁରେ ୮୦ ଲକ୍ଷ ଲୁଟ୍‌, ଅଭିଯୁକ୍ତ ଗିରଫ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାରୁ ଭିଣୋଇକୁ କଟୁରୀରେ ହାଣିଲା ଶାଳକ ଆକ୍ରମଣ, ଥାନାରେ ଅଭିଯୁକ୍ତର ଆତ୍ମ ସମର୍ପଣ
  • ||
  • ଅନୁଗୁଳ : ୨୬ ତାରିଖରୁ ନିଖୋଜ ହୋଇଥିଲେ ଯୁବତୀ, ଗାଁ ପାଖ ବିଲରୁ ମିଳିଲା ମୃତଦେହ
  • ||
  • ନିଟ୍‌-ୟୁଜି ଦେଲେ ୨୦.୮ ଲକ୍ଷ ଶିକ୍ଷାର୍ଥୀ, ୩ ବର୍ଷ ହେଲା ବଢ଼ୁଛି ପଞ୍ଜୀକରଣ
  • ||
  • ସୁବର୍ଣ୍ଣପୁର : ବ୍ରିଜ୍‌ ନିର୍ମାଣ କାମ କରିବା ବେଳେ ଅଘଟଣ, ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ
  • ||

ପୁରୀରେ ବିମାନ ବନ୍ଦରକୁ ନେଇ ନବୀନଙ୍କୁ ଶ୍ରେୟ ଦେଲେ ସାଂସଦ ଶୁଭାଶିଷ ଖୁଣ୍ଟିଆ, କହିଲେ ‘ଶ୍ରୀକ୍ଷେତ୍ର’ କୁ ବିଶ୍ବ ସହ ଯୋଡିବାକୁ ସ୍ବପ୍ନ ଦେଖିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

Published By : Prameya | May 6, 2025 5:49 PM

ଭୁବନେଶ୍ବର, ୬।୫ : ନବୀନ ପଟ୍ଟନାୟକ ପୁରୀକୁ ବିଶ୍ୱ ସହ ଯୋଡିବାକୁ ସ୍ୱପ୍ନ ଦେଖିଥିଲେ। ୨୦୨୧ ମସିହାରେ ପୁରୀରେ ବିମାନ ବନ୍ଦର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫଳରେ ୨୫୧ ଏକର ଜାଗା ଅଧିଗ୍ରହଣ କରାଯାଇଥିଲା। ପୁରୀର ଉନ୍ନତି ପାଇଁ ନବୀନ ବାବୁ ଆନ୍ତର୍ଜାତୀୟ ବିମାନ ବନ୍ଦରର କରିବାକୁ ଚେଷ୍ଟା କରିଥିଲେ।  କାରଣ ବିମାନ ବନ୍ଦର ହେଲେ ଅନେକ ଲୋକ ପୁରୀକୁ ଆସିବେ।  ଏହାଛଡା  ବଡ଼ ଦାଣ୍ଡ ବ୍ୟତୀତ ଶ୍ରୀଦାଣ୍ଡ ନିର୍ମାଣ କରିଥିଲେ। ପୁରୀକୁ ଏକ ନମ୍ବର କରିବାକୁ ଚେଷ୍ଟା କରିଥିଲେ। ଶ୍ରୀକ୍ଷେତ୍ରର ବିକାଶକୁ ନବୀନ ପଟ୍ଟନାୟକ ଆଗକୁ ନେଇଛନ୍ତି। ପୁରୀରେ ବିମାନ ବନ୍ଦର ପାଇଁ ଆମେ ସଂସଦରେ ବାରମ୍ବାର ଦାବି କରି ଆସିଥିଲୁ। ତେଣୁ ବିମାନ ବନ୍ଦର ହେବାର ସବୁ ଶ୍ରେୟ  ନବୀନ ପଟ୍ଟନାୟକଙ୍କର ବୋଲି  ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି। 

ସେହିପରି ଜଗନ୍ନାଥ ଧାମ ବିବାଦରେ ଶୁଭାଶିଷ ଖୁଣ୍ଟିଆ ପ୍ରତିକ୍ରିୟା ରଖିଛନ୍ତି। ଧାର୍ମିକ ଜିନିଷରେ  ରାଜନୈତିକ ବିବାଦ ପଶିବା ଉଚିତ ନୁହେଁ। ଚାରି ଧାମରୁ ଗୋଟିଏ ଧାମ ପୁରୀ। ତେଣୁ ପଞ୍ଚମ ଧାମର ପ୍ରଶ୍ନ ଉଠୁନାହିଁ। ଫଳରେ ଏହା ଉପରେ ଆଲୋଚନା ହେବା ଉଚିତ ନୁହେଁ ବୋଲି ସେ କହିଛନ୍ତି। 

 ସୂଚନାଯୋଗ୍ୟ ଯେ, ପୁରୀରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ସ୍ଥାପନ କରିବା ପାଇଁ   ପ୍ରଧାନମନ୍ତ୍ରୀଙ୍କୁ  ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ୨୦୨୧ ମସିହାରେ ଚିଠି ଲେଖିଥିଲେ। ଏଥିରେ ନବୀନ ଉଲ୍ଲେଖ କରିଥିଲେ ଯେ , ପୁରୀ ଏକ ବିଶ୍ବବିଖ୍ୟାତ ଆଧ୍ୟାତ୍ମିକ ଓ ପର୍ଯ୍ୟଟନ ସ୍ଥଳୀ । ଦେଶର ୪ ଧାମ ମଧ୍ୟରୁ ଜଗନ୍ନାଥ ଧାମ ଶ୍ରେଷ୍ଠ । ପୁରୀଠାରୁ ୩୫ କିଲୋମିଟର ଦୂରରେ ରହିଛି ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର । ଚିଲ୍ଲିକା ହ୍ରଦକୁ ମଧ୍ୟ ସଂଯୋଗ କରୁଛି ପୁରୀ । ଧଉଳିଗିରି ଓ ରତ୍ନଗିରି ମଧ୍ୟ ପୁରୀ ପାଖରେ ରହିଛି ।

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବିଶ୍ବବିଖ୍ୟାତ। ପୁରୀ ବେଳାଭୂମି  ବ୍ଲୁ ଫ୍ଲାଗ୍ ବେଳାଭୂମିର ମାନ୍ୟତା ଲାଭ କରିଛି । ଦେଶ ବିଦେଶରୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ଓ ଭକ୍ତ ପୁରୀ ଆସିଥାନ୍ତି। ତେଣୁ ପୁରୀରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା କରାଯିବାର ଆବଶ୍ୟକତା ରହିଛି । ତେବେ ଏହି ବିମାନ ବନ୍ଦରକୁ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ନାମରେ ନାମିତ କରିବାକୁ  ନବୀନ   ସେତେବେଳେ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବିତ ବିମାନ ବନ୍ଦର ପାଇଁ ଜମି ଚିହ୍ନଟ କରାଯାଇଛି ଏବଂ ଏହା କିପରି ସଠିକ ସମୟ ମଧ୍ୟରେ ସମ୍ପର୍ଣ୍ଣ ହେବ ସେଥିପାଇଁ ସବୁ ସୁବିଧା ଯୋଗାଇ ଦିଆଯିବ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠିରେ ଦର୍ଶାଇଥିଲେ। 

ସୂଚନାଯୋଗ୍ୟ ଯେ, ପୁରୀଠାରେ ନୂତନ ବିମାନ ବନ୍ଦର ନିର୍ମାଣକୁ କେନ୍ଦ୍ର ସରକାର ସୋମବାର ମଞ୍ଜୁର କରିଛନ୍ତି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କିଞ୍ଜରପୁ ଏହି ଗ୍ରୀନଫିଲ୍ଡ ବିମାନ ବନ୍ଦର ନିର୍ମାଣକୁ ନୀତିଗତ ଅନୁମୋଦନ ପ୍ରଦାନ କରିଛନ୍ତି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀ ଏକ ବିଶ୍ବପ୍ରସିଦ୍ଧ ଧାର୍ମିକ ପର୍ଯ୍ୟଟନ କ୍ଷେତ୍ର ଭାବେ  ଭକ୍ତ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ପୁରୀଠାରେ ଏକ ବିମାନ ବନ୍ଦର ପ୍ରତିଷ୍ଠା କରିବାର  ନିଷ୍ପତ୍ତି ଏହି ଅଞ୍ଚଳର ବିକାଶ ଏବଂ ସାମଗ୍ରିକ ଯୋଗାଯୋଗକୁ ଗୁରୁତ୍ବପୂର୍ଣ୍ଣ ପ୍ରୋତ୍ସାହନ ପ୍ରଦାନ କରିବ। ଏହି ବିମାନ ବନ୍ଦର ପୁରୀ ଓ ଭାରତର ପ୍ରମୁଖ ମହାନଗରଗୁଡିକ ମଧ୍ୟରେ ସିଧାସଳଖ ବିମାନ ଯୋଗାଯୋଗକୁ ବୃଦ୍ଧି କରିବାରେ ସହାୟକ ହେବ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.