ପ୍ରମୂଖ ଖବର
  • ବିଜେଡିର ୬ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା, ଭୁବନେଶ୍ୱର ଦାୟିତ୍ୱରେ ଅଶୋକ ପଣ୍ଡା
  • ||
  • ବୌଦ୍ଧ : ବାଇକ୍‌କୁ ଧକ୍କା ଦେଲା ପିକଅପ୍ ଭ୍ୟାନ: ବାପା ମୃତ, ପୁଅ ଗୁରୁତର
  • ||
  • ମାଲକାନଗିରି : ସେୟାର ମାର୍କେଟରେ ଟ୍ରେଡିଂ ନାଁରେ ୮୦ ଲକ୍ଷ ଲୁଟ୍‌, ଅଭିଯୁକ୍ତ ଗିରଫ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାରୁ ଭିଣୋଇକୁ କଟୁରୀରେ ହାଣିଲା ଶାଳକ ଆକ୍ରମଣ, ଥାନାରେ ଅଭିଯୁକ୍ତର ଆତ୍ମ ସମର୍ପଣ
  • ||
  • ଅନୁଗୁଳ : ୨୬ ତାରିଖରୁ ନିଖୋଜ ହୋଇଥିଲେ ଯୁବତୀ, ଗାଁ ପାଖ ବିଲରୁ ମିଳିଲା ମୃତଦେହ
  • ||
  • ନିଟ୍‌-ୟୁଜି ଦେଲେ ୨୦.୮ ଲକ୍ଷ ଶିକ୍ଷାର୍ଥୀ, ୩ ବର୍ଷ ହେଲା ବଢ଼ୁଛି ପଞ୍ଜୀକରଣ
  • ||
  • ସୁବର୍ଣ୍ଣପୁର : ବ୍ରିଜ୍‌ ନିର୍ମାଣ କାମ କରିବା ବେଳେ ଅଘଟଣ, ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ
  • ||

ଭଦ୍ରକ ବାଣ ବିସ୍ଫୋରଣ ଘଟଣା : ୨ ମୃତ

Published By : Prameya | May 6, 2025 8:47 PM

ଭୁବନେଶ୍ବର, ୬।୫ : ଭଦ୍ରକ ହଳଦୀଡିହଠାରେ ମଙ୍ଗଳବାର  ଘଟିଥିବା ଭୟଙ୍କର ବାଣ ବିସ୍ଫୋରଣ ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି।  ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଓ ମହିଳା ଅଛନ୍ତି। ।  ବାଣ ବିସ୍ଫୋରଣରେ ୫ ଜଣ ଗୁରୁତର ହୋଇ କଟକ ଏସସିବିରେ ଚିକିତ୍ସିତ ହେଉଥିଲେ। 

ଭଦ୍ରକ ବାଣ  ବିସ୍ଫୋରଣରେ ପାଞ୍ଚ ଜଣ ଗୁରୁତର ହୋଇଥିଲେ। ସେମାନଙ୍କ ମଧ୍ୟରେ ଚାରି ଜଣ ମହିଳା ଓ ଜଣେ ନାବାଳକ ଥିଲେ। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଏସସିବି ସ୍ଥାନାନ୍ତର କରାଯାଇଥିଲା।ଏସସିବିରେ ପହଞ୍ଚିବା ବେଳକୁ ନାବାଳକ ସେଖ ମୁସରଫଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ମହିଳା ଚିକତ୍ସିତ ହେବା ସମୟରେ ମୃତ୍ୟୁ ଘଟିଛି । ମୃତ ମହିଳା ଜଣଙ୍କ ହେଲେ ରାଇତୁନ ବିବି।

ଉଭୟ ଆହତ ଓ ମୃତକଙ୍କ ପରିବାରକୁ ଏସସିବିରେ ଭେଟିଛନ୍ତି ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲ।ତେବେ ଏହି ବାଣ କାରଖାନାରେ ନିୟୋଜିତ ସମସ୍ତ ଶ୍ରମିକ ଗରିବ ଶ୍ରେଣୀର ଲୋକ । ତାଙ୍କୁ ତୁରନ୍ତ କ୍ଷତି ପୂରଣ ଦେବା ସହ ଆହତଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବା ଦରକାର। ତେବେ କେଉଁ ଭଳି ପରିସ୍ଥିତିରେ ଏଭଳି କାରଖାନା ଚାଲୁଛି ପ୍ରଶାସନ ତଦନ୍ତ କରି ପଦକ୍ଷେପ ନେବା ଆବଶ୍ୟକ ବୋଲି  ଭଦ୍ରକ ପୂର୍ବତନ ବିଧାୟକ ପ୍ରଫୁଲ ସାମଲ କହିଛନ୍ତି। 

ତେବେ ଏହି ବେଆଇନ ବାଣ କାରଖାନା କିଭଳି ଚାଲିଥିଲା ଆଉ ଯିଏ ଏଥି ପାଇଁ ଦୋଷୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସ୍ଥାନୀୟ କାଉନସିଲର ଲିୟାଜ୍ ଅଲି ଖାଁ ଦାବି କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.