ପ୍ରମୂଖ ଖବର
  • ବିଜେଡିର ୬ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା, ଭୁବନେଶ୍ୱର ଦାୟିତ୍ୱରେ ଅଶୋକ ପଣ୍ଡା
  • ||
  • ବୌଦ୍ଧ : ବାଇକ୍‌କୁ ଧକ୍କା ଦେଲା ପିକଅପ୍ ଭ୍ୟାନ: ବାପା ମୃତ, ପୁଅ ଗୁରୁତର
  • ||
  • ମାଲକାନଗିରି : ସେୟାର ମାର୍କେଟରେ ଟ୍ରେଡିଂ ନାଁରେ ୮୦ ଲକ୍ଷ ଲୁଟ୍‌, ଅଭିଯୁକ୍ତ ଗିରଫ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାରୁ ଭିଣୋଇକୁ କଟୁରୀରେ ହାଣିଲା ଶାଳକ ଆକ୍ରମଣ, ଥାନାରେ ଅଭିଯୁକ୍ତର ଆତ୍ମ ସମର୍ପଣ
  • ||
  • ଅନୁଗୁଳ : ୨୬ ତାରିଖରୁ ନିଖୋଜ ହୋଇଥିଲେ ଯୁବତୀ, ଗାଁ ପାଖ ବିଲରୁ ମିଳିଲା ମୃତଦେହ
  • ||
  • ନିଟ୍‌-ୟୁଜି ଦେଲେ ୨୦.୮ ଲକ୍ଷ ଶିକ୍ଷାର୍ଥୀ, ୩ ବର୍ଷ ହେଲା ବଢ଼ୁଛି ପଞ୍ଜୀକରଣ
  • ||
  • ସୁବର୍ଣ୍ଣପୁର : ବ୍ରିଜ୍‌ ନିର୍ମାଣ କାମ କରିବା ବେଳେ ଅଘଟଣ, ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ
  • ||

ଭୁବନେଶ୍ବର ସହ ଓଡିଶାର ୧୨ ସ୍ଥାନରେ ମକ୍‌ଡ୍ରିଲ୍‌, ବାଜିବ ଯୁଦ୍ଧ ସାଇରନ୍

Published By : Prameya | May 6, 2025 4:06 PM

ଭୁବନେଶ୍ବର,୬।୫: ପହଲଗାମ୍‌ ଆକ୍ରମଣ ଘଟଣାରେ ଆକ୍ସନରେ କେନ୍ଦ୍ର ସରକାର । ସୋମବାର ଗୃହ ମନ୍ତ୍ରାଳୟର ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହା ଅନୁସାରେ, ଦେଶର ୨୪୪ ଟି ସ୍ଥାନରେ ମକ୍‌ଡ୍ରିଲ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି । ଚୟନ ହୋଇଥିବା ସ୍ଥାନ ମଧ୍ୟରେ ଓଡ଼ିଶାର ୧୨ଟି ଜାଗା ରହିଛି । ଯେଉଁଠାରେ ମକ୍‌ଡ୍ରିଲ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ଅପରାହ୍ନ ୪ଟାରେ ବାଜିବ ସାଇରନ୍‌। ଆରମ୍ଭ ହେବ ମକ୍‌ଡ୍ରିଲ,ସପ୍ତାହେ ପର୍ଯ୍ୟନ୍ତ ଚାଲିବ । ସତର୍କ କରିବା ସହ ୫ ମିନିଟ୍ ବାଜିବ ସାଇରନ୍ । ସମସ୍ତେ ଭାଗ ନେବାକୁ ଅପିଲ୍ କରିଛନ୍ତି ଅଗ୍ନିଶମ ଡିଜି ।

ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ବୁଧବାର ଅର୍ଥାତ ମେ’ ୭ରୁ ନାଗରିକଙ୍କ ସୁରକ୍ଷା ପାଇଁ ମକ୍‌ଡ୍ରିଲ୍‌ କରାଯିବ । କୌଣସି ଜରୁରୀ ପରିସ୍ଥିତିରେ କିପରି ଲୋକଙ୍କ ସୁରକ୍ଷା କରାଯାଇପାରିବ । ସେନେଇ ମକ୍‌ଡ୍ରିଲ୍‌ କରାଯିବ । ଓଡ଼ିଶାର ୧୨ଟି ସ୍ଥାନରେ ହେବ ସିଭିଲ୍ ଡିଫେନ୍ସ ମକଡ୍ରିଲ୍ । ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର ଓ ଗୋପାଳପୁରରେ ମକ୍‌ଡ୍ରିଲ କରାଯିବ । ସେହିପରି ହୀରାକୁଦ, ପାରାଦ୍ୱୀପ, ରାଉରକେଲା ଓ ଭଦ୍ରକରେ ବି ହେବ। ଏହା ସହ ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ତାଳଚେରରେ ମକ୍‌ଡ୍ରିଲ୍ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଏନେଇ ୧୨ ଜିଲ୍ଲାର ଜିଲ୍ଲାପାଳ ଓ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି ଗୃହ ସଚିବ ସତ୍ୟବ୍ରତ ସାହୁ । ମକଡ୍ରିଲ୍‌ ନେଇ ଆଜି ଦେଶର ବିଭିନ୍ନ ସ୍ଥାନରେ ଚାଲିଛି ଅଭ୍ୟାସ । ସାଇରନ୍ ବାଜିଲେ କଣ କରିବେ, ସେନେଇ କରାଯାଉଛି ସଚେତନ । ସାଧାରଣ ଲୋକଙ୍କୁ ଦିଆଯାଉଛି ତାଲିମ୍ ।                                                                         

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.