ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଶ୍ରୀକ୍ଷେତ୍ର, ଶଙ୍ଖକ୍ଷେତ୍ର, ପୁରୁଷୋତ୍ତମ କ୍ଷେତ୍ର, ଜଗନ୍ନାଥ ଧାମ କହିଲେ କେବଳ ପୁରୀ, ଭଣ୍ଡଙ୍କ ବାବାଜୀ ବେଶ ଯେମିତି ଦୀଘାରେ 'ଜଗନ୍ନାଥ ଧାମ' ସେମିତି

Published By : Rasmita Pradhan | May 6, 2025 2:58 PM

ପୁରୀ, ୦୬/୦୫ : ଅସଲି ଅସଲି । ନକଲି ନକଲି । ବର୍ଷାଣାଂ ଭାରତଃ ଶ୍ରେଷ୍ଠୋ ଦେଶାନାମୁତ୍କଳଃ ସ୍ମୃତ । ଉତ୍କଳସ୍ୟ ସମୋଦେଶୋ ଦେଶୋ ନାସ୍ତି ମହୀତଳେ । ଶ୍ରୀକ୍ଷେତ୍ର, ଶଙ୍ଖକ୍ଷେତ୍ର, ପୁରୁଷୋତ୍ତମ କ୍ଷେତ୍ର, ଜଗନ୍ନାଥ ଧାମ କହିଲେ ପୁରୀକୁ ବୁଝାଏ । ଏଠାରେ ପ୍ରସାଦର ନାମ ମହାପ୍ରସାଦ । ମନ୍ଦିରର ନାମ ଶ୍ରୀମନ୍ଦିର । ଶ୍ମଶାନର ନାମ କୋଇଲି ବୈକୁଣ୍ଠ । ନେତର ନାମ ପତିତପାବନ । ଚକ୍ରର ନାମ ନୀଳଚକ୍ର । ପାଚେରିର ନାମ ମେଘନାଦ । ଦେଉଳର ନାମ ବଡ଼ଦେଉଳ । ପ୍ରଭୁଙ୍କ ନାମ ମହାପ୍ରଭୁ । ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି ଯେ-କ୍ଷେତ୍ରଂ ଚ ଦୁର୍ଲ୍ଲଭଂ ଲୋକେ କୀର୍ତ୍ତିତଂ ପୁରୁଷୋତ୍ତମ୍‌ । ତ୍ୟକ୍ତ୍ୱା ଯତ୍ର ନରୋ ଦେହଂ ଯାତି ସାଲୋକ୍ୟତାଂ ହରେଃ । ଅର୍ଥାତ୍‌ ପୁରୁଷୋତ୍ତମ ତୀର୍ଥରେ ଦେହତ୍ୟାଗ କଲେ ମନୁଷ୍ୟ ମୋକ୍ଷ ପ୍ରାପ୍ତି ହୁଏ ଏବଂ ସେ ଅନାୟାସ ବିଷ୍ଣୁପଦ ପ୍ରାପ୍ତ ହୁଏ । 

ଜଗନ୍ନାଥ ଧାମରେ ମୁକ୍ତିପ୍ରଦ ସାଗରର ନାମ ମହୋଦଧି । ସେହିପରି ଅନ୍ୟ ୪ ତୀର୍ଥ ମଧ୍ୟରେ ରହିଛି ମାର୍କଣ୍ଡ, ଇନ୍ଦ୍ରଦ୍ୟୁମ୍ନ, ଶ୍ୱେତଗଙ୍ଗା ଓ ରୋହିଣୀ ତୀର୍ଥ । ନିଜେ ବ୍ରହ୍ମା ଆସି ଏହି ଦାରୁବ୍ରହ୍ମଙ୍କୁ ପ୍ରତିଷ୍ଠା କରିଥିଲେ । ଯାହା ସ୍କନ୍ଦ ପୁରୁଣା ସମେତ ଅନ୍ୟ ଶାସ୍ତ୍ରରେ ଉଲ୍ଲେଖ ରହିଛି । ଏଠାରେ ଅଷ୍ଟଚଣ୍ଡୀ ଓ ପଞ୍ଚ ମହାଦେବ ଶ୍ରୀମନ୍ଦିର ଚାରିପାର୍ଶ୍ୱରେ ବିରାଜିତ । ହେଲେ ପର୍ଯ୍ୟଟନ କେନ୍ଦ୍ରସ୍ଥଳ କରିବା ଲାଳସାରେ ପଶ୍ଚିମବଙ୍ଗ ସରକାର ଦୀଘାରେ ଶ୍ରୀମନ୍ଦିର ଆକୃତିର ଦେଉଳ ତୋଳି ଏହାକୁ ଜଗନ୍ନାଥ ଧାମ ବୋଲି ଘୋଷଣା କରିଦେବାକୁ ଭକ୍ତମାନେ ଆଦୌ ଗ୍ରହଣ କରିପାରୁନାହାନ୍ତି । ଭଣ୍ଡଙ୍କ ବାବାଜୀ ବେଶ ଭଳି ଏହା ନକଲି ଜଗନ୍ନାଥ ଧାମ ବୋଲି ଲୋକେ କହିଲେଣି । ପଶ୍ଚିମବଙ୍ଗ ସରକାରଙ୍କ ଏତାଦୃଶ ପଦକ୍ଷେପ ଭକ୍ତଙ୍କ ଧାର୍ମିକ ଭାବାବେଗକୁ ଆଘାତ ଦେଇଛି । ସେହିପରି ଅର୍ଥ ଲାଳସା ଦେଖାଇ ମହାପ୍ରଭୁଙ୍କ ସେବାରେ ନିଯୁକ୍ତ ଦଇତାପତି ସେବାୟତମାନଙ୍କୁ ଦୀଘା ନେଇ ମନ୍ଦିର ପ୍ରତିଷ୍ଠାର ପୁରୋଧା କରିବା ଭକ୍ତଙ୍କ ଭିତରେ ତୀବ୍ର ବିରୋଧାଭାସ ଜାଗ୍ରତ କରିଛି । 

ସେପଟେ ଅର୍ଥ ଲାଳସାରେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର ଏକ ଟିମ୍‌ ସହ ପୁରୀରୁ ପଶ୍ଚିମବଙ୍ଗ ଯିବା, ଶ୍ରୀମନ୍ଦିର ଭିତରୁ ବଳକା ଦାରୁ ଅଂଶ ଲୁଚାଇ ନେଇ ଦାରୁ ମୂର୍ତ୍ତି ନିର୍ମାଣ ସହ ସଂସ୍ଥାପନା କରିବା, ଶିଳା ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରତିଷ୍ଠା ସହ ଏହା ଆଗରେ ଦାରୁ ମୂର୍ତ୍ତି ବସାଇବା ପ୍ରଭୃତି ବିଷୟ ସମାଲୋଚନାର ବିଷୟ ହୋଇଛି । ରାମକୃଷ୍ଣ ଦୀଘା ଜଗନ୍ନାଥ ମନ୍ଦିର ପରିଚାଳନା ବୋର୍ଡ ସଦସ୍ୟ ରହି ଶାସ୍ତ୍ରୀୟ ରୀତିନୀତିକୁ ଉଲ୍ଲଂଘନ କରି ସମସ୍ତ କାର୍ଯ୍ୟରେ ପଶ୍ଚମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ସାମିଲ ରହିବା ସମାଲୋଚନାକୁ ବଢ଼ାଇଛି । ଦୀଘାଠାରେ ଏକ ବଙ୍ଗଳା ଚ୍ୟାନେଲ୍‌କୁ ପ୍ରତିକ୍ରିୟା ରଖି ପୁରୀରୁ ବଳକା ଦାରୁ ଅଂଶକୁ ନେଇ ଦାରୁ ମୂର୍ତ୍ତି ଗଢ଼ିବା ଓ ସ୍ଥାପନ କରିବା ନେଇ ରାମକୃଷ୍ଣଙ୍କ ପ୍ରତିକ୍ରିୟା ସବୁ ମହଲରେ ହୁଲସ୍ଥୂଲ ସୃଷ୍ଟି କରିଛି । ଏସବୁ ଭିତରେ ଦୀଘାରେ ମମତା ବାନାର୍ଜୀ ସରକାର ନକଲି ଜଗନ୍ନାଥ ଧାମ କରିବାର କୌଣସି ପ୍ରଭାବ ଶ୍ରୀକ୍ଷେତ୍ର ବା ପୁରୀ ଶ୍ରୀଜଗନ୍ନାଥ ଧାମ ଉପରେ ପଡ଼ିନି । ପୂର୍ବପରି ଶ୍ରୀକ୍ଷେତ୍ର ଚଳଚଞ୍ଚଳ । ବଙ୍ଗୀୟ ଯାତ୍ରୀଙ୍କ ସହ ଦେଶ ଓ ବିଦେଶରୁ ବହୁ ହିନ୍ଦୁ ଧାର୍ମିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ଲାଳସା ନେଇ ଆସୁଛନ୍ତି । ଶନିବାର, ରବିବାର ଓ ଛୁଟିଦିନମାନଙ୍କରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଲମ୍ବା ଭିଡ଼ ପରିଲକ୍ଷିତ ହେଉଛି । 

ଏନେଇ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ତଥା ବରିଷ୍ଠ ସେବାୟତ ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାର କହିଛନ୍ତି ପିତଳ କେବେ ବି ସୁନା ହୋଇପାରିବ ନାହିଁ । ଦୀଘାରେ ଜଗନ୍ନାଥ ମନ୍ଦିର କରି ଏହାକୁ ଜଗନ୍ନାଥ ଧାମ ଘୋଷଣା କରିଦେଲେ ଏହାକୁ ଶ୍ରଦ୍ଧାଳୁ ଗ୍ରହଣ କରିବେ ନାହିଁ । ଏଭଳି କୁତ୍ସିତ କାର୍ଯ୍ୟ କରିଥିବା ସରକାର ନିନ୍ଦନୀୟ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ, ତୀର୍ଥ ସ୍ନାନ, ରଥଯାତ୍ରାରେ ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନ ମୁକ୍ତି ପ୍ରଦ । ଦେଶ ବିଦେଶରେ ଅନେକ ଜଗନ୍ନାଥ ମନ୍ଦିର ହୋଇଛି । ସମସ୍ତେ ଶ୍ରୀମନ୍ଦିର ରୀତିନୀତିକୁ ଅନୁସରଣ କରନ୍ତି । ମାତ୍ର ଶ୍ରୀମନ୍ଦିର କୌଣସି ମନ୍ଦିର ରୀତିନୀତିକୁ ଅନୁସରଣ କରେନି । ସ୍ୱୟଂ ବ୍ରହ୍ମା ଏହି ମନ୍ଦିର ଓ ଦାରୁବ୍ରହ୍ମଙ୍କ ପ୍ରତିଷ୍ଠା କରିଛନ୍ତି । ଆଦି ଶଙ୍କରାଚାର୍ଯ୍ୟ ୩୬ ନିଯୋଗ ଖଞ୍ଜି ଦେଇଛନ୍ତି । ଏଠାରେ ଜଣେ ରୋଷେଇ କରେ, ଜଣେ ବାଢ଼ି ଦିଏ, ଜଣେ ପୂଜା କରେ, ଜଣେ ଭୋଗ ତୋଳି ନିଏ, ଜଣେ ପାଣି ପକାଏ, ଜଣେ ଫୁଲ ଅଳଙ୍କାରରେ ସଜ୍ଜିତ କରେ, ଜଣେ ଶିଙ୍ଗାର କରେ ଓ ଜଣେ ସୁରକ୍ଷା ଦିଏ । ଏମିତି ପରମ୍ପରା ଅନ୍ୟଠାରେ ନା କେହି କରିପାରିବ, ନା ହୋଇପାରିବ । ଦୀଘାରେ ପାଷାଣ ମୂର୍ତ୍ତି ଓ ଏହା ଆଗରେ ଦାରୁ ମୂର୍ତ୍ତି ପ୍ରତିଷ୍ଠା କରିବା ବଡ଼ ଭୁଲ ହୋଇଛି । ଏହା ଶାସ୍ତ୍ର ବିରୋଧୀ ଓ ନକଲି ବୋଲି ସ୍ପଷ୍ଟ ଜଣାପଡ଼ୁଛି । ଜଗନ୍ନାଥ ଚେତନା ଓ ସଂସ୍କୃତିର ଭୁଲ ବାର୍ତ୍ତା ଏଠାରେ ଦିଆଯାଉଛି । ରୀତି, ନୀତି ଓ ପରମ୍ପରା ପାଳନରୁ ଏହି ଜଗନ୍ନାଥ ମନ୍ଦିର ବାଟ ହୁଡ଼ିଛି । ଏହା ଗ୍ରହଣୀୟ ନୁହେଁ । ମହାପ୍ରଭୁଙ୍କ ପୂଜା ଠିକ୍‌ ଭାବେ କରାନଗଲେ ଏହାର ପରିଣାମ ପୁରୋଧାଙ୍କୁ ଭୋଗିବାକୁ ପଡ଼ିବ । ଶ୍ରୀମନ୍ଦିର ପ୍ରତିଷ୍ଠିତ ମହାପ୍ରଭୁ ମାନବୀୟ ଲୀଳା କରୁଛନ୍ତି । ଏହି ଜୀବନ୍ତ ଠାକୁର ଅସଲି । ବାକି ସବୁ ନକଲି ।

ଏହି ଖବରଟିକୁ ପଢନ୍ତୁ-ମମତାଙ୍କ ମନମାନୀ : ଦୀଘାରେ ପୁଣି ଲାଗିଲା ସ୍ଥାୟୀ 'ଜଗନ୍ନାଥ ଧାମ' ହୋର୍ଡିଂ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.