ନୂଆଦିଲ୍ଲୀ,୨୮/୧୧: ଆକ୍ସନ ମୋଡରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି । ୬ଟି ରାଜ୍ୟରେ ଚଢ଼ାଉ କରିଛି ଏନଆଇଏ । ମାନବ ତସ୍କରୀ ଓ ଅପରାଧିକ ମାମଲାରେ ସାମିଲ ଥିବା ସନ୍ଦିଗ୍ଧଙ୍କ ବିରୋଧର ଆକ୍ସନ ନେଇଛି ଟିମ୍ । ୬ଟି ରାଜ୍ୟର ୩୨ଟି ସ୍ଥାନରେ ଚଢାଉ କରିଛି ଏନଆଇଏ ।
ସୂଚନା ମୁତାବକ, ଏନଆଇଏ ସାଇବର ଠକାମିରେ ସାମିଲ ଅନେକ କଲ ସେଣ୍ଟରରେ କାମ କରିବାକୁ ଯୁବକମାନଙ୍କୁ ପ୍ରବର୍ତ୍ତାଉଥିବା ମାନବ ତସ୍କରୀ ଗ୍ୟାଙ୍ଗଙ୍କୁ ନେଇ ଏହି ଚଢାଉ ହୋଇଛି । ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ, ବିହାର, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀ ସମେତ ଅନ୍ୟାନ୍ୟ ସ୍ଥାନରେ ଏହି ଚଢାଉ କରାଯାଉଛି। ବିହାରର ଗୋପାଳଗଞ୍ଜରେ ପୋଲିସ ଦ୍ବାରା ପଞ୍ଜୀକୃତ ହୋଇଥିବା ଏହି ମାମଲା ଏକ ସଂଗଠିତ ଗ୍ୟାଙ୍ଗ ସହ ଜଡିତ। ଏହି ଗ୍ୟାଙ୍ଗ ଭାରତୀୟ ଯୁବକମାନଙ୍କୁ ଚାକିରିର ପ୍ରତିଶୃତି ଦେଇ ବିଦେଶକୁ ନେଇଥାଏ ଏବଂ ସେମାନଙ୍କୁ ସାଇବର ଠକେଇରେ ଜଡିତ ନକଲି କଲ ସେଣ୍ଟରରେ କାମ କରିବାକୁ ବାଧ୍ୟ କରିଥାଏ।