ପ୍ରମୂଖ ଖବର
  • ଭଦ୍ରକ : ଭଦ୍ରକ ସହରର ଏଲେଖା ନିକଟ ଏକ ଘରୁ ମିଳିଲା ବ୍ରାଉନସୁଗାର ସହ ପୁଳା ପୁଳା ଟଙ୍କା
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଖଣ୍ଡଗିରି ସବରେଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ କିରାଣୀ
  • ||
  • ବେତନଟୀ : ଟ୍ରକ୍‌ ଧକ୍କାରେ ବୁଲେଟ୍‌ ଚାଳକଙ୍କ ମୃତ୍ୟୁ, ଜଣେ ଆହତ
  • ||
  • ଭଦ୍ରକ : ଶିଶୁ ମହୋତ୍ସବ ମହକ୍‌ ଉଦ୍‌ଘାଟିତ, ଅଂଶ ଗ୍ରହଣ କଲେ ୪୨୨ ଛାତ୍ରଛାତ୍ରୀ
  • ||
  • ମୁନିଗୁଡ଼ା : ଦୋକାନ ଖୋଲିବା ବେଳେ ଲୁଟ୍‌, ସୁନା ବ୍ୟାଗ୍‌ ଧରି ଚମ୍ପଟ ମାରିଲେ ଦୁର୍ବୃତ୍ତ
  • ||
  • ଆଠଗଡ : ୧୪ ଲିଟର ଦେଶୀ ମଦ ଜବତ, ମହିଳା ଗିରଫ
  • ||
  • କନ୍ଧମାଳ : ମୋବାଇଲ ଟାୱାର ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ, ଟାୟାର ଜାଳି ରାସ୍ତାରୋକ
  • ||
  • ରିଆମାଳ : ସନ୍ଦେହ ଜନକ ଭାବେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର
  • ||
  • ତେଲକୋଇରେ କଙ୍ଗାରୁ କୋର୍ଟ, ଦୁଇ ଧାନ ଚୋରଙ୍କ ମୁହଁରେ କାଳି ବୋଳି ଶାସ୍ତି ଦେଲେ ଲୋକେ
  • ||
  • ଚିତ୍ରକୋଣ୍ଡା : ମାଓବାଦୀଙ୍କ ନାଁରେ ଆଦାୟ କରୁଥିଲେ ବଟି, ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • କନ୍ଧମାଳରେ ଅପରେସନ୍‌ ନୀଳ ଜହର, ୧୩୦ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ
  • ||
  • ସାଲେପୁର : ଅଜଣା ଗାଡି ଧକ୍କାରେ ୩ ଆହତ
  • ||
  • ଆଠମଲ୍ଲିକ : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • ରାଜ୍ୟରେ ଲୁଚକାଳି ଖେଳୁଛି ଶୀତ: ଆଜି ୧୧ ଜିଲ୍ଲାରେ ବର୍ଷା ସମ୍ଭାବନା, ବୁଧବାରଠାରୁ ୪ ଡିଗ୍ରୀ କମିବ ତାପମାତ୍ରା
  • ||

କୁତୁବମୀନାରରୁ ଡ଼େଇଁ ଜୀବନ ହାରି ଥିଲେ ଜଣେ ମହାରାଣୀ, ହ୍ୟାଣ୍ଡବ୍ୟାଗ୍‌ରୁ ହୋଇ ଥିଲା ଚିହ୍ନଟ

ନୂଆଦିଲ୍ଲୀ : ଭାରତର ରାଜଧାନୀ ଦିଲ୍ଲୀରେ ନିର୍ମିତ କୁତୁବମୀନାର ନିଜର ଐତିହାସିକ ଐତିହ୍ୟରେ ଭରପୂର। କିନ୍ତୁ ସାରା ବିଶ୍ୱରେ ପ୍ରସିଦ୍ଧ ଏହି ବିଲ୍ଡିଂ ନିଜ ସାମ୍ନାରେ ଇତିହାସର ଅନେକ ଯନ୍ତ୍ରଣାସିକ୍ତ ଘଟଣାକୁ ଦେଖିଛି। ଏମିତି ଏକ ଘଟଣା ଆଜି ଠାରୁ ଠିକ୍ ୭୫ ବର୍ଷ ପୂର୍ବେ ୯ ଡିସେମ୍ୱର ୧୯୪୬ରେ ଘଟି ଥିଲା, ଯେବେ ଚେକ୍‌ ଗଣରାଜ୍ୟର କପୁରଥଲାର ମହାରାଣୀ ତାରା ଦେବୀ ଏହି ୭୨.୫ ମିଟର ଉଚ୍ଚ କୋଠାରୁ ଡ଼େଇଁ ନିଜର ଜୀବନ ହାରି ଥିଲେ। 

ତତ୍କାଳନୀ ଖବର କାଗଜ ଅନୁସାରେ, କପୁରଥାଲାର ବୟସ୍କ ମହାରାଜା ଜଗଜିତ୍‌ ସିଂହଙ୍କ ୬ଷ୍ଠ ପତ୍ନୀ ତାରା ଦେବୀ ଚେକ୍‌ ଗଣରାଜ୍ୟରେ ରହୁ ଥିଲେ। ନିଜର ବିଦେଶ ଯାତ୍ରାକୁ ନେଇ ମହାରାଜା ସ୍ୱତନ୍ତ୍ର ପ୍ରସିଦ୍ଧି ହାସଲ କରିଥିଲେ। ଏକ ବିଦେଶ ଯାତ୍ରା ବେଳେ ଭିଏନାରେ ତାରା ଦେବୀ ଓ ମହାରାଜା ଜଗଜିତ ସିଂହଙ୍କର ଏକ ଥିଏଟରରେ ଭେଟ ହୋଇଥିଲା। ସେତେବେଳେ ତାରା ଦେବୀଙ୍କ ନାଁ ୟୁଜିନ ମାରିଆ ଗ୍ରୋସୁପୋଭେ ଥିଲା। ଏହି ଭେଟ ବେଳେ ମହାରାଜା ଓ ୟୁଜିନଙ୍କ ମଧ୍ୟରେ ଭଲ ପାଇବା ଆରମ୍ଭ ହୋଇଥିଲା। 

ମହାରାଜା ୟୁଜିନଙ୍କୁ ଭାରତ ଯିବାକୁ କହିଲେ ଏବଂ ସେ ନିଜର ପରିବାର ସହ ଭାରତ ଆସି ଗଲେ। କିଛି ଦିନ ଯାଏ ଭାରତରେ ରହିବା ପରେ , ୟୁଜିନ ଓ ମହାରାଜା ଜଗଜିତ ସିଂହ ୧୯୪୨ରେ ମସୂରୀର ଶିଖ୍‌ ରୀତି ନୀତିରେ ବିବାହ କଲେ। ବିବାହ ପରେ ୟୁଜିନଙ୍କୁ ଭାରତୀୟ ନାଁ ମହାରାଣୀ ତାରା ଦେବୀ ଦିଆ ଗଲା। 

ଉଭୟଙ୍କ ମଧ୍ୟରେ ବୟସର ଅନ୍ତର ଏବଂ ପାଶ୍ଚାତ୍ୟ ଓ ଭାରତର ଜୀବନଶୈଳୀ ମଧ୍ୟରେ ସେ ନିଜକୁ ଖାପଖୁଆଇ ପାରିଲେନି। ଆରମ୍ଭରୁ ଦୁହିଁଙ୍କ ମଧ୍ୟରେ କିଛି ଠିକଠାକ୍‌ ନଥିଲା। ରାଣୀ ଆମେରିକା କି ବ୍ରିଟେନ ଫେରି ଯିବାକୁ ଚେଷ୍ଟା କଲେ , କିନ୍ତୁ ତାଙ୍କର ପାସପୋର୍ଟରେ ସମସ୍ୟା ଯୋଗୁଁ ଏହା ସମ୍ଭବ ହୋଇ ପାରି ନଥିଲା। ପାରିବାରିକ କଳହ ଓ ଅନ୍ୟ କିଛି ସମସ୍ୟାରେ ଚିନ୍ତିତ ହୋଇ ଉଭୟଙ୍କ ବିବାହର କେବଳ ୩ ବର୍ଷ ପରେ ପରସ୍ପରକୁ ୧୯୪୫ରେ ଛାଡପତ୍ର ଦେଇ ଥିଲେ।

ଛାଡ଼ପତ୍ର ପରେ ରାଣୀକୁ କପୁରଥଲାରେ ରହିବାକୁ ପଡ଼ି ଥିଲା। ଡିସେମ୍ୱର ୧୯୪୬ରେ ସେ ବୁଲିବାକୁ ଦିଲ୍ଲୀ ଆସି ଥିଲେ, ଯେଉଁଠି ନିଜର ଦୁଇ ପାମେରିୟନ କୁକୁର ସହ ମହାରାଣୀ ମେଣ୍ଡେସ ହୋଟେଲରେ ରହିଲେ। ୮ ଡିସେମ୍ୱର ଦିନ ସେ ଏକ ଟ୍ୟାକ୍ସି ବୁକ୍‌ କଲେ ଏବଂ କୁତୁବମୀନାର ଆଡ଼କୁ ଚାଲିଲେ। ଟ୍ୟାକ୍ସି ଡ୍ରାଇଭରକୁ ନିଜର ହ୍ୟାଣ୍ଡବ୍ୟାଗ୍‌ ଦେଇ ସେ ଦୁଇ କୁକୁର ସହ, କୁତୁବମୀନାର ଉପରେ ଚଢି ଗଲେ ଏବଂ ସେଠାରୁ ଡ଼େଇଁ ପଡ଼ିଲେ। ଘଟଣା ପରେ ଯେବେ ହ୍ୟାଣ୍ଡବ୍ୟାଗ୍‌ ଖୋଲି ଦେଖାଗଲା ତ ଜଣାପଡ଼ିଲା ଯେ, ସେ କପୁରଥଲାର ମହାରାଣୀ ତାରା ଦେବୀ ଥିଲେ। ପରେ ପୋଷ୍ଟମର୍ଟମ ପରେ ତାଙ୍କୁ ନୂଆ ଦିଲ୍ଲୀର ନିକୋଲସନ କବରସ୍ଥାନରେ ସମାଧି ଦିଆଗଲା। ଏହି ଘଟଣାର ୩ବର୍ଷ ପରେ ମହାରାଜା ଜଗଜିତ ସିଂହଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। 

ଏହି ଘଟଣା ପରେ ମଧ୍ୟ ଲୋକଙ୍କ କୁତୁବମୀନାର ବିଲ୍ଡିଂ ଉପରେ ଚଢିବା ଜାରି ରହିଲା। କିନ୍ତୁ ୧୯୮୧ରେ ହୋଇଥିବା ଆଉ ଏକ ଘଟଣା ଏଏସଆଇକୁ ଏହା ଉପରେ ବ୍ୟାନ୍‌ ଲଗାଇବାକୁ ବାଧ୍ୟ କରିଦେଲା। ୪ ଡିସେମ୍ୱର ୧୯୮୧ରେ ଏହି କୁତୁବମୀନାର ସିଡ଼ିର ଆଲୋକ ବନ୍ଦ ହୋଇଘଲା ,ଫଳରେ ବିଲ୍ଡିଂ ଭିତରେ ଧାଁ ଦୌଡ଼ ଆରମ୍ଭ ହୋଇଗଲା। ଏଥିରେ ସେଠାରେ ୪୫ ଜଣ ଲୋକଙ୍କ ମୃତ୍ୟୁ ହୋଇ ଥିଲା। ଏହି ଘଟଣା ପରେ ୭୨.୫ ମିଟର ଉଚ୍ଚ ଏହି ଐତିହାସିକ ବିଲ୍ଡିଂରେ ଲୋକଙ୍କ ଯିବା ବନ୍ଦ କରିଦିଆ ଗଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.