ନୂଆଦିଲ୍ଲୀ,୨୮/୧୧: ଆରମ୍ଭ ହୋଇଛି ବିବାହ ସିଜିନ୍ । ଫିଲ୍ମ ଇଣ୍ଡଷ୍ଟ୍ରିର ତାରକାମାନେ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ବଲିଉଡ୍ ଅଭିନେତ୍ରୀ ଅଦିତି ରାଓ ହାଇଦରୀ ଅଭିନେତା ସିନ୍ଧାର୍ଥଙ୍କ ସହ ଗତ ସେପ୍ଟେମ୍ୱର ମାସରେ ବିବାହ କରିଥିଲେ । ଉଭୟ ପାରମ୍ପାରିକ ଦକ୍ଷୀଣ ଭାରତୀୟ ରୀତିନୀତିରେ ନିଜର ପରିବାର ଏବଂ ବନ୍ଧୁମାନଙ୍କ ଗହଣରେ ବିବାହ କରିଥିଲେ । ଏହାରି ଭିତରେ ଦମ୍ପତି ଦ୍ୱିତୀୟ ଥର ପାଇଁ ବିବାହ କରଛନ୍ତି । ଏଥର କିନ୍ତୁ ରାଜସ୍ଥାନୀ ଷ୍ଟାଇଲ୍ରେ ଉଭୟ ବେଶ୍ ସୁନ୍ଦର ଦେଖାଯାଉଛନ୍ତି । ରାଜସ୍ଥାନର ଅଲିଲା ଦୁର୍ଗରେ ଦୁହେଁ ପୁଣି ଥରେ ପରସ୍ପରଙ୍କ ହାତ ଧରିଛନ୍ତି । ଏନେଇ ଅଦିତି ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି ।
ଦ୍ୱିତୀୟ ଥର ପାଇଁ ଅଦିତି ଏବଂ ସିଦ୍ଧାର୍ଥ ନିଜ ସୋସିଆଲ ମିଡିଆରେ ବିବାହ ଫଟୋ ସେୟାର କରିଛନ୍ତି । ଦୁହେଁ ବହୁତ ଖୁସି ଏବଂ ସୁନ୍ଦର ଦେଖାଯାଉଥିଲେ । ଫଟୋରେ ଅଦିତି ପାରାମ୍ପରିକ ତେଲେଙ୍ଗାନା ବିବାହରେ ଚନ୍ଦ୍ରର ମେହେନ୍ଦୀ ଦେଖିବାକୁ ମିଲିଥିଲା। ଯାହା ସେ ତାଙ୍କର ପ୍ରଥମ ବିବାହରେ ମଧ୍ୟ କରିଥିଲେ । ତାଙ୍କର ଦ୍ୱିତୀୟ ବିବାହ ଲୁକ୍ରେ ଅଦିତି ଟ୍ରାଡିସନାଲ ଲାଲ୍ ଲେହେଙ୍ଗାରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଏହା ସହିତ ସେ ପାରମ୍ପାରିକ ଅଳଙ୍କାର ମଧ୍ୟ ପିନ୍ଧିଥିଲେ । ସିଦ୍ଧାର୍ଥ ଧଳା ରଙ୍ଗର ସେରୱାନି ଏବଂ ମୋତି ହାର ପିନ୍ଧିଥିଲେ । ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ ।