ମୁମ୍ବାଇ,୨୮।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ। ଏଭଳି ଏକ ଧମକପୂର୍ଣ୍ଣ ଫୋନ୍ କଲ୍ ମୁମ୍ବାଇ ପୁଲିସ କଣ୍ଟ୍ରୋଲ ରୁମ୍କୁ ଆସିଛି। କଲ୍ ଟ୍ରେସ୍ ପରେ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ତେବେ ମହିଳା ଜଣକ ଜଣେ ମାନସିକ ରୋଗୀ ବୋଲି ପୋଲିସ ସୂଚନା ଦେଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ। ଏଭଳି ଫୋନ୍ ଆସିଥିଲା ବୁଧବାର ରାତିରେ ମୁମ୍ବାଇ ପୋଲିସ କନଟ୍ରୋଲ ରୁମ୍କୁ। ଜଣେ ବ୍ୟକ୍ତି ଫୋନ୍ କରି ମୋଦିଙ୍କୁ ଦେଇଥିଲା ହତ୍ୟା ଧମକ । ସେ କହିଥିଲା ମୋଦିଙ୍କୁ ମାରିବାକୁ ସବୁ ପ୍ଲାନିଂ ସିରିଛି। ଅସ୍ତ୍ର ମଧ୍ୟ ପ୍ରସ୍ତୁତ ହୋଇ ରହିଛି। ଏହାପରେ ମୁମ୍ବାଇ ପୁଲିସ ଏହା ସତ ନା କେବଳ ଏକ ଫେକ୍ କଲ୍ ସେ ନେଇ ଯାଞ୍ଚ ତଦନ୍ତ କରିଥିଲା। ଫୋନ୍ କରିଥିବା ବ୍ୟକ୍ତି ଜଣକ କିଏ। ତାହା ଜାଣିବା ପାଇଁ ଲୋକେସନ୍ ଟ୍ରେସ୍ କରାଯାଇଥିଲା। ଏହି ଘଟଣାରେ ଗିରଫ ହୋଇଛନ୍ତି ଜଣେ ମହିଳା। ତେବେ ପୋଲିସ କହିଛି, କଲ୍ କରିଥିବା ମହିଳା ଜଣେ ମାନସିକ ରୋଗୀ। ମୁମ୍ବାଇର ଅମ୍ବୋଲି ପୋଲିସ ଷ୍ଟେସନ୍ରେ ମାମଲା ରୁଜୁ କରାଯାଇ ମହିଳାଙ୍କ ଚିହ୍ନଟ କରାଯାଇଛି। ସେ ମାନସିକ ରୋଗୀ ହୋଇଥିବା ମାମଲାକୁ ସମସ୍ତ ପ୍ରୋଟୋକଲ୍ ଅନୁସାରେ ପୁରା କରାଯିବ।