ପ୍ରମୂଖ ଖବର
  • କୁଚିଣ୍ଡା : ୪ ବାଇକ୍‌ ଲୁଟେରା ଗିରଫ, ୯ ବାଇକ୍‌ ଜବତ
  • ||
  • ଆନନ୍ଦପୁର : ବାତୋ ଗାଁରେ ଅଘଟଣ, ଟ୍ରାକ୍ଟର ତଳେ ଚାପିହୋଇ ନାବାଳକ ମୃତ
  • ||
  • ରାଜଧାନୀରୁ ସେକ୍ସ ରାକେଟ ଠାବ, ୪ ଯୁବତୀ ଉଦ୍ଧାର
  • ||
  • କୋରାପୁଟ : ମାଲ ଗାଡ଼ି ଟ୍ରେନ୍‌ରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
  • ||
  • ଶୀତରେ ଥରୁଛି ଜି ଉଦୟଗିରି, ୬.୨ ଡିଗ୍ରୀକୁ ଖସିଲା ତାପମାତ୍ରା
  • ||
  • ଆଠଗଡ଼ : ଶୌଚ ପାଇଁ ଯାଇଥିବା ବେଳେ ଆକ୍ରମଣ କଲା ହାତୀ, ମହିଳା ଗୁରୁତର
  • ||
  • ବୌଦ୍ଧରେ ଅପରେସନ୍ ଗ୍ରୀନ୍‌ କ୍ଲିନ୍ ଜାରି, ୧୬ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
  • ||
  • ପଦ୍ମପୁର : ନିଆଁ ଲାଗି ପୋଡ଼ିଗଲା ଦଶ ଏକର ଜମିର ଧାନ ଫସଲ, କାରଣ ଅସ୍ପଷ୍ଟ
  • ||
  • ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍,ସାମିଲ୍ ହେବେ ବହୁ ନେତା
  • ||
  • ଚଣ୍ଡିଖୋଲ : ଡମ୍ପରକୁ ଧକ୍କା ଦେଲା ଆମ୍ବୁଲାନ୍ସ: ଜଣେ ମୃତ, ୩ ଗୁରୁତର
  • ||
  • ବ୍ରହ୍ମପୁର : ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ, ଦାଦାର ଆକ୍ରମଣରେ ପୁତୁରାର ମୃତ୍ୟୁ
  • ||
  • ରାଜ୍ୟରେ କମିବ ଥଣ୍ଡା, ୩ ଦିନରେ ରାତି ତାପମାତ୍ରା ୪ଡିଗ୍ରୀ ବଢ଼ିପାରେ: ବାତ୍ୟା ପ୍ରଭାବରେ କାଁ ଭାଁ ବର୍ଷା ସମ୍ଭାବନା
  • ||

ଝାନସୀ ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟଣା, ଅଧ୍ୟକ୍ଷ ନିଲମ୍ବିତ

ନୂଆଦିଲ୍ଲୀ,୨୮/୧୧:  ଉତ୍ତରପ୍ରଦେଶର ଝାନସୀ ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟି ୧୦ ନବଜାତ ଶିଶୁ ମୃତ୍ୟୁ ଘଟଣା । ଏନେଇ  ଅଧ୍ୟକ୍ଷ ନରେନ୍ଦ୍ର ସିଂହ ସେଙ୍ଗରଙ୍କ ସହ ତିନି କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ତେବେ  ଶିଶୁଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସରକାରଙ୍କ ଦ୍ୱାରା ଗଠିତ କମିଟିର ରିପୋର୍ଟ ପରେ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଏହି ପଦକ୍ଷେପ ନେଇଛନ୍ତି।

ଏନେଇ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି, ତଦନ୍ତ ରିପୋର୍ଟର ସମୀକ୍ଷା ପରେ ଘଟଣାରେ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଲୋକଙ୍କ ଦୁଃଖ ହେଉଛି ଆମର ଯନ୍ତ୍ରଣା ଏବଂ ସରକାର ସବୁବେଳେ ସେମାନଙ୍କ ସହ ଛିଡ଼ା ହୋଇଛନ୍ତି। ମେଡିକାଲ କଲେଜର ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଡାକ୍ତର ସଚିନ ମହୁରଙ୍କ ବିରୋଧରେ ମଧ୍ୟ ଚାର୍ଜସିଟ୍ ଦାଖଲ କରାଯାଇଛି। ଏହାବ୍ୟତୀତ ଆଉ ୩ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। କଲେଜର ଇଲେକ୍ଟ୍ରିକାଲ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜିତ କୁମାର, ଏନ୍ଆଇସିୟୁ ୱାର୍ଡର ନର୍ସିଂ ଇନ୍ଚାର୍ଜ ସନ୍ଧ୍ୟା ରାୟ ଓ ମୁଖ୍ୟ ଅଧୀକ୍ଷକ ସୁନୀତା ରାଠୋରଙ୍କୁ ନିଲମ୍ବିତ କରାଯାଇଛି। ଅଗ୍ନିକାଣ୍ଡର ତଦନ୍ତ ପାଇଁ ସରକାର ମେଡିକାଲ ନିର୍ଦ୍ଦେଶକ ଶିକ୍ଷା କିଂଜଲ ସିଂହଙ୍କ ଅଧ୍ୟକ୍ଷତାରେ ୪ ଜଣିଆ କମିଟି ଗଠନ କରିଥିଲେ। ଏତଦ୍ ବ୍ୟତୀତ ଅଧିକ ତଦନ୍ତ ଦାୟିତ୍ୱ ସରକାର ଝାନ୍ସି ଡିଭିଜନାଲ କମିଶନରଙ୍କୁ ଦିଆଯାଇଛି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.