ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ସାଟେଲାଇଟ ସ୍ପେକ୍ଟ୍ରମକୁ ନେଇ ସରକାରଙ୍କ ବଡ଼ ବୟାନ: ମସ୍କ, ମୁକେଶ, ମିତଲଙ୍କ କଡ଼ା ଟକ୍କର

Published By : Bijay Swain | November 28, 2024 7:10 PM

Image Courtesy:- etv

ନୂଆଦିଲ୍ଲୀ: ଜିଓ ଓ ଏୟାରେଟଲ୍ ଭଳି କମ୍ପାନୀ ଭାରତରେ ଟେଲିକମ ମାର୍କେଟକୁ କବ୍ଜା କରିଥିବା ବେଳେ ଆଗକୁ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଅନ୍ତର୍ଜାତୀୟ ନିୟମ ଅନୁସାରେ, ସାଟେଲାଇଟ ଆବଣ୍ଟନ ଯଦି ପ୍ରଶାସନିକ ସ୍ତରରେ ହେଲା ତେବେ ଭାରତୀୟ ମାର୍କେଟରେ ଏଣ୍ଟ୍ରି ମାରିବେ ଷ୍ଟାର ଲିଙ୍କ ଓ ଆମାଜନର କ୍ୱିପର ଭଳି ବିଦେଶୀ ସଂସ୍ଥା। ଫଳରେ ଘରୋଇ ସଂସ୍ଥା ସହିତ ବଡ଼ ଟକ୍କର ଦେଖିବାକୁ ମିଳିବ। ଏନେଇ କେନ୍ଦ୍ର ଦୂରସଂଚାର ରାଷ୍ଟ୍ରମନ୍ତ୍ରୀ ପ୍ପେମାସାନି ଚନ୍ଦ୍ରଶେଖର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। 

ପ୍ରଶାସନିକ ପ୍ରକ୍ରିୟା ମାଧ୍ୟମରେ ସାଟଲାଇଟ ସ୍ପେକ୍ଟ୍ରମ ଆବଣ୍ଟନ ହେବ ବୋଲି ମନ୍ତ୍ରୀ ଲୋକସଭାରେ ଘୋଷଣା କରିଛନ୍ତି। ନିଲାମ ପ୍ରକ୍ରିୟା ବିନା କିପରି ଏହି ସ୍ପେକ୍ଟ୍ରମ ଆବଣ୍ଟନ କରିହେବ ସେନେଇ ସରକାର ଯୋଜନା କରୁଛନ୍ତି। ଏ କ୍ଷେତ୍ରରେ ନିଆଯାଉଥିବା ପ୍ରତିଟି ପଦକ୍ଷେପ ନାଗରିକମାନଙ୍କ ହିତ ସହ ଜ୍ଞାନକୌଶଳ ଓ ଆର୍ଥିକ କ୍ଷେତ୍ରକୁ ଧ୍ୟାନରେ ରଖି ନିଆଯିବ ବୋଲି ସେ କହିଛନ୍ତି।

ମନ୍ତ୍ରୀ ଆହୁର କହିଛନ୍ତି ଯେ ଟେଲିକମ ମନ୍ତ୍ରଣାଳୟ ଏହି ମାମଲାକୁ ଟେଲିକମ ରେଗୁଲେଟାରି ଅଥୋରିଟି ଅଫ ଇଣ୍ଡିଆ(ଟ୍ରାଇ)କୁ ପଠାଇଛି। ଟ୍ରାଇ ସ୍ପେକ୍ଟ୍ରମ ଦର, ଲାଇସେନ୍ସ ଓ ଏହା ସହିତ ଜଡିତ ଅନ୍ୟ ସର୍ତ୍ତଗୁଡିକ ଉପରେ ପରାମର୍ଶ ଦେବ। ତା ପରେ ନିଷ୍ପତ୍ତି ନିଆଯିବ।  

ସ୍ପେକ୍ଟ୍ରମ ଆବଣ୍ଟନ ପ୍ରକ୍ରିୟାରେ ଏଲନ ମସ୍କଙ୍କ ଷ୍ଟାରଲିଙ୍କ, ଆମାଜନର କ୍ୱିପର ଓ ଭାରତର ଜିଓ, ଏୟାରଟେଲ ଏବଂ ଭୋଡାଫୋନ ସାମ୍ନାସାମ୍ନି ହେବେ। କମ୍ପିଟିସନ ବଢ଼ିଲେ ଡାଟା ଶସ୍ତା ହୋଇପାରେ ବୋଲି କୁହାଯାଉଛି। ତେବେ ସ୍ପେକ୍ଟ୍ରମ ଆବଣ୍ଟନ ନେଇ ଏଲନ ମସ୍କ ଓ ଅମ୍ବାନୀଙ୍କ ମଧ୍ୟରେ ବିବାଦ ଜାରି ରହିଛି। ନିୟମ ଅନୁସାରେ ସାଟେଲାଇଟ୍ ସ୍ପେକ୍ଟ୍ରମ ଆବଣ୍ଟନ ପ୍ରଶାସନିକ ସ୍ତରରେ ହେବା ଉଚିତ ବୋଲି ମସ୍କ ଦାବି କରୁଛନ୍ତି। ଅନ୍ୟପଟେ ଘରୋଇ କମ୍ପାନୀ ଏୟାରଟେଲ ଓ ଜିଓ କିନ୍ତୁ ଏହାର ନିଲାମ ଡକାଯାଉ ବୋଲି ଦାବି କରୁଛନ୍ତି।   

ଷ୍ଟାରଲିଙ୍କ ଓ ଆମାଜନ ଭଳି କମ୍ପାନିଗୁଡ଼ିକ ଭାରତର ସହରାଞ୍ଚଳରେ ନିଜ ସେବା ଯୋଗାଇ ଦେବାର ଯୋଜନା ରଖିଛନ୍ତି। ସହରାଞ୍ଚଳରେ ଜିଓ ଓ ଏୟାରଟେଲ ଆରମ୍ଭରୁ ନିଜ ସେବା ଜାରି ରଖିଛନ୍ତି, ତେଣୁ ସମସ୍ତ କମ୍ପାନିଗୁଡ଼ିକ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ।

ତେବେ ଏଲନ ମସ୍କଙ୍କର ୧୦୦ ଦେଶରେ ୪୦ ଲକ୍ଷ ସବସ୍କ୍ରାଇବର ଅଛନ୍ତି। ଏହିସବୁ ଦେଶରେ ଡାଟା ରେଟ୍ ବହୁତ ମହଙ୍ଗା ରହିଛି। ଅପରପକ୍ଷରେ ଘରୋଇ ଟେଲିକମ୍ କମ୍ପାନୀ ଜିଓ ଓ ଏୟାରଟେଲ୍ ବହୁତ କମ୍ ଦାମରେ ଇଣ୍ଟରନେଟ୍ ସେବା ଯୋଗାଉଛନ୍ତି। ହେଲେ ମସ୍କ ଭାରତରେ ଏଣ୍ଟ୍ରି ମାରିଲେ ଡାଟା ଶସ୍ତା ହେବ କି ନାଁ ତା’ ସମୟ ଆସିଲେ ଜଣାପଡ଼ିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.