ପ୍ରମୂଖ ଖବର
  • କୁଚିଣ୍ଡା : ୪ ବାଇକ୍‌ ଲୁଟେରା ଗିରଫ, ୯ ବାଇକ୍‌ ଜବତ
  • ||
  • ଆନନ୍ଦପୁର : ବାତୋ ଗାଁରେ ଅଘଟଣ, ଟ୍ରାକ୍ଟର ତଳେ ଚାପିହୋଇ ନାବାଳକ ମୃତ
  • ||
  • ରାଜଧାନୀରୁ ସେକ୍ସ ରାକେଟ ଠାବ, ୪ ଯୁବତୀ ଉଦ୍ଧାର
  • ||
  • କୋରାପୁଟ : ମାଲ ଗାଡ଼ି ଟ୍ରେନ୍‌ରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
  • ||
  • ଶୀତରେ ଥରୁଛି ଜି ଉଦୟଗିରି, ୬.୨ ଡିଗ୍ରୀକୁ ଖସିଲା ତାପମାତ୍ରା
  • ||
  • ଆଠଗଡ଼ : ଶୌଚ ପାଇଁ ଯାଇଥିବା ବେଳେ ଆକ୍ରମଣ କଲା ହାତୀ, ମହିଳା ଗୁରୁତର
  • ||
  • ବୌଦ୍ଧରେ ଅପରେସନ୍ ଗ୍ରୀନ୍‌ କ୍ଲିନ୍ ଜାରି, ୧୬ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
  • ||
  • ପଦ୍ମପୁର : ନିଆଁ ଲାଗି ପୋଡ଼ିଗଲା ଦଶ ଏକର ଜମିର ଧାନ ଫସଲ, କାରଣ ଅସ୍ପଷ୍ଟ
  • ||
  • ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍,ସାମିଲ୍ ହେବେ ବହୁ ନେତା
  • ||
  • ଚଣ୍ଡିଖୋଲ : ଡମ୍ପରକୁ ଧକ୍କା ଦେଲା ଆମ୍ବୁଲାନ୍ସ: ଜଣେ ମୃତ, ୩ ଗୁରୁତର
  • ||
  • ବ୍ରହ୍ମପୁର : ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ, ଦାଦାର ଆକ୍ରମଣରେ ପୁତୁରାର ମୃତ୍ୟୁ
  • ||
  • ରାଜ୍ୟରେ କମିବ ଥଣ୍ଡା, ୩ ଦିନରେ ରାତି ତାପମାତ୍ରା ୪ଡିଗ୍ରୀ ବଢ଼ିପାରେ: ବାତ୍ୟା ପ୍ରଭାବରେ କାଁ ଭାଁ ବର୍ଷା ସମ୍ଭାବନା
  • ||

ବାଂଲାଦେଶରେ ହିନ୍ଦୁ ପରିବାରର ୪ ସଦସ୍ୟଙ୍କୁ ନିର୍ମମ ହତ୍ୟା, ଗର୍ଭବତୀ ମହିଳା ଓ ଶିଶୁଙ୍କୁ ବି ଛାଡିଲେନି

ଢାକା,୨୮।୧୧: ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି ବାଂଲାଦେଶରେ ହିନ୍ଦୁଙ୍କ ସ୍ଥିତି। ବାଂଲାଦେଶର ଭୈରବ ସହରରୁ ଆସିଛି ଛାତିଥରା ଘଟଣା। ଗୋଟିଏ ହିନ୍ଦୁ ପରିବାରର ୪ ଜଣ ସଦସ୍ୟଙ୍କୁ କରାଯାଇଛି ନିର୍ମମ ହତ୍ୟା। ଏପରିକି ଗର୍ଭବତୀ ମହିଳାଙ୍କ ସହ ତାଙ୍କର ଦୁଇ ଶିଶୁ ବି ପଡି ନାହାନ୍ତି ବାଦ୍। ପୋଲିସ ହତ୍ୟା ମାମଲାକୁ ଆତ୍ମହତ୍ୟାର ରୂପ ଦେଇଛି। 

ବାଂଲାଦେଶର କିଶୋରଗଞ୍ଜ ଜିଲ୍ଲାରେ ହିନ୍ଦୁ ପରିବାରକୁ ନିର୍ମମ ହତ୍ୟା। ୩୨ ବର୍ଷୀୟ ଜନି ବିଶ୍ବାସ ଏବଂ ତାଙ୍କର ଗର୍ଭବତୀ ପତ୍ନୀ ଓ ଦୁଇ ଶିଶୁଙ୍କୁ କରାଯାଇଛି ହତ୍ୟା। ସେମାନେ ରହୁଥିବା ଆପାର୍ଟମେଣ୍ଟ ଭିତରୁ ପୋଲିସ ମୃତଦେହ ଜବତ କରି ମାମଲା ରୁଜୁ କରିଛି। ପୋଲିସ ଏହି ହତ୍ୟା ମାମଲାକୁ ଆତ୍ମହତ୍ୟା ବୋଲି କହିଛି। ସ୍ଥାନୀୟ ପୋଲିସର କହିବା ଅନୁସାରେ, ଜନ୍ନି ନିଜ ପତ୍ନୀ ଏବଂ ପିଲାଙ୍କୁ ମାରି ନିଜେ ଆତ୍ମହତ୍ୟା କରିଛନ୍ତି। ଏବେ ଘଟଣାର ତଦନ୍ତ ଚାଲିଛି। ପରେ ସବୁ କିଛି ସ୍ପଷ୍ଟ ହେବ।  

ଏହି ଘଟଣା ପରେ ପୁରା ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ବାଂଲାଦେଶରେ ସଂଖ୍ୟାଲଘୁଙ୍କ ପ୍ରତି ହିଂସା ମାମଲା ବଢୁଥିବାର ହତ୍ୟା ସନ୍ଦେହ କରାଯାଉଛି। ହେଲେ ପୋଲିସ ସେପେଟ ମାମଲାକୁ ଆତ୍ମହତ୍ୟାର ରୂପ ଦେଇଛି। ଅଧିକାରୀମାନେ ତଦନ୍ତ ଆଶ୍ବାସନା ଦେଇ ସ୍ଥିତିକୁ ଏକ ପ୍ରକାର ନିୟନ୍ତ୍ରଣରେ ରଖିବାକୁ ଚାହୁଁଚନ୍ତି। 

ସେପଟେ ବାଂଲାଦେଶର ପୂର୍ବତନ ବୈଦେଶିକ ମନ୍ତ୍ରୀ କହିଛନ୍ତି, ଦେଶରେ ଅରାଜକତା ସୃଷ୍ଟି ହୋଇଛି। ମହମ୍ମଦ ୟୁନୁସଙ୍କ ଅନ୍ତରୀମ ସରକାର ଲୋକତନ୍ତ୍ରକୁ ଭିଡତନ୍ତ୍ରରେ ପରିଣିତ କରିଛନ୍ତି। ହାସିନା ସରକାର ଗାଦିଚ୍ୟୁତ ହେବାପରେ ଦେଶରେ ସଂଖ୍ୟାଲଘୁଙ୍କ ସ୍ଥିତି ଖୁବ୍ ଶୋଚନୀୟ ହୋଇଛି। ବାଂଲାଦେଶରେ ଜମାତ-ଇ-ଇସ୍ଲାମୀ ସହ ବହୁ ଚରମପନ୍ଥୀ ସଂଗଠନ ହୋଇଛନ୍ତି ସକ୍ରିୟ।  ହିନ୍ଦୁଙ୍କ ମନ୍ଦିର ଏବଂ ଧାର୍ମିକ ସ୍ଥଳରେ ଆକ୍ରମଣ ଘଟଣା ଖୁବ୍ ଚିନ୍ତାଜନକ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.