ପ୍ରମୂଖ ଖବର
  • ଗଞ୍ଜାମ : ନିମପଦର ଗାଁରେ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ, ପୂର୍ବ ଶତ୍ରୁତାରୁ ହୋଇଥିବା ସନ୍ଦେହ
  • ||
  • ଯାଜପୁର : ମୀନାବଜାର ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା, ଟ୍ରକ୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ
  • ||
  • ଖଲ୍ଲିକୋଟ : ମାଳଦ୍ୱୀପରେ ଫସି ରହିଛନ୍ତି ଓଡିଆ ଶ୍ରମିକ, ଉଦ୍ଧାର ପାଇଁ ଭିଡିଓ କରି ସରକାରଙ୍କୁ ଅନୁରୋଧ
  • ||
  • ବଲାଙ୍ଗୀର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: କୋର୍ଟରେ ହାଜର ହେଲେ ଅରୁଣ ବୋଥ୍ରା
  • ||
  • କାମାକ୍ଷାନଗର : ଟ୍ରେନ୍‌ ଲାଇନରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଦୁଇ ମହଲା ଛାତ ଉପର ଚଢି ଲୁଟ୍‌ ଉଦ୍ୟମ, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୋଗରାଇ : ଚଢାଉ ବେଳେ ଅବକାରୀ ଟିମ୍‌ ହଟହଟା, ମହିଳାଙ୍କୁ ଗିରଫ କରି ନେବା ବେଳେ ଗାଡି ଅଟକାଇଲେ ପରିବାର ଲୋକେ
  • ||
  • ଆଜି ଦେଶର ୪୫ଟି ସ୍ଥାନରେ ରୋଜଗାର ମେଳା, ୭୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ମୋଦି
  • ||
  • ଖଲ୍ଲିକୋଟ : କାଳୀ ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି, ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଲମତାପୁଟ : ଲଗାଣ ବର୍ଷା ପରେ ଫେରିଲା ଶୀତ, ଚାଷ କାମରେ ବାଧକ ସାଜୁଛି ପାଗ ପରିବର୍ତ୍ତନ
  • ||
  • ଆଠମଲ୍ଲିକ : ଘାଟିରେ ଓଲଟିଲା ମିନିଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ହେଲ୍ପର ଏବଂ ଡ୍ରାଇଭର
  • ||
  • ବ୍ରାଜିଲରେ ବିମାନ ଦୁର୍ଘଟଣା: ୧୦ ମୃତ, ୧୫ ଗୁରୁତର
  • ||
  • ମଙ୍ଗଳବାରଠୁ ପୁଣି ବର୍ଷା,୨୫ରେ ୫ ଜିଲ୍ଲାରେ ଭାରୀ ବର୍ଷା ସମ୍ଭାବନା: ନୂଆବର୍ଷରୁ ଶୀତ ବଢ଼ିବ
  • ||
  • ଭୁବନେଶ୍ୱର : ଯୁବକଙ୍କୁ ଆକ୍ରମଣ କଲେ ୪ ଦୁର୍ବୃତ୍ତ, ବାନ୍ଧବୀଙ୍କୁ କରିନେଲେ ଅପହରଣ
  • ||

ଆଜି ଜାତୀୟ କୃଷକ ଦିବସ; କୃଷକ ନେତା ଚୌଧୁରୀ ଚରଣ ସିଂହଙ୍କ ଜନ୍ମଦିନ, ଜାଣନ୍ତୁ ଦିନର ଇତିହାସ

Published By : Ankita S | December 23, 2024 9:04 AM

ନୂଆଦିଲ୍ଲୀ,୨୩/୧୨: ସେମାନେ ଖରାକୁ ଖାତିର କରନ୍ତି ନାହିଁ । ବର୍ଷା ଶୀତ ସବୁକୁ ସହି ଯାଆନ୍ତି । ତାଙ୍କ ଝାଳବୁହା ପରିଶ୍ରମରେ ସବୁଜ ସୁନ୍ଦର ହୋଇ ଉଠେ କ୍ଷେତ । ସୁନାର ଫସଲ ହସିଉଠେ । ସେମାନ ହେଲେ ଆମ ଅନ୍ନଦାତା ଚଷା ପୁଅ । ଆଜି ସେମାନଙ୍କ ପାଇଁ ଦିନ ଟିଏ । ପ୍ରତିବର୍ଷ ଡିସେମ୍ବର ୨୩ ତାରିଖକୁ ଜାତୀୟ କୃଷକ ଦିବସ ଭାବେ ପାଳନ କରାଯାଏ । ଏହି ଦିନ ପ୍ରଖ୍ୟାତ କୃଷକ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ଜନ୍ମଜୟନ୍ତୀ । ତାଙ୍କ ଅବଦାନକୁ ମନେପକାଇବାକୁ ଏହି ଦିବସର ପରିକଳ୍ପନା କରାଯାଇଛି ।

କୃଷକ ଦିବସ ଇତିହାସ-ପ୍ରତିବର୍ଷ ଡିସେମ୍ବର ୨୩ ତାରିଖକୁ ଜାତୀୟ କୃଷକ ଦିବସ ଭାବେ ପାଳନ କରାଯାଏ । ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କୃଷକ ନେତା ଚୌଧୁରୀ ଚରଣ ସିଂହଙ୍କ ଜନ୍ମଜୟନ୍ତୀକୁ କୃଷକ ଦିବସ ଭାବେ ପାଳନ କରାଯାଏ । ତାଙ୍କ ଅବଦାନକୁ ମନେପକାଇବାକୁ ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । କୃଷକଙ୍କ ସମାଜିକ, ଆର୍ଥିକ ବିକାଶରେ ଯୋଗଦାନକୁ ସମ୍ମାନ ଦେବା ଏବଂ ସେମାନଙ୍କ କଲ୍ୟାଣ ପାଇଁ ସଚେତନ ସୃଷ୍ଟି କରିବା ଦିବସର ଲକ୍ଷ୍ୟ । କୃଷକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ପ୍ରଖ୍ୟାତ କୃଷକ ନେତା ତଥା ଦେଶର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କର ଅବଦାନ ରହିଥିଲା । ୧୯୦୨ ମସିହା ଆଜିର ଦିନରେ ଉତ୍ତରପ୍ରଦେଶର ହାପୁର ଜିଲ୍ଲା ବର୍ତ୍ତମାନର ମିରଟର ନୂପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଚୌଧୁରୀ ଚରଣ ସିଂହ । ସେ କୃଷିକ୍ଷେତ୍ର ଓ କୃଷକମାନଙ୍କର ହିତ ପାଇଁ ଅନେକ ଯୋଜନା ପ୍ରଣୟନ କରିଥିଲେ ।

ଉତ୍ତରପ୍ରଦେଶର ଦୁଇ ଥର ମୁଖ୍ୟମନ୍ତ୍ରୀ ରହିଥିବା  ଚୌଧୁରୀ ଚରଣ ସିଂହ ଜମି ସଂସ୍କାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୧୯୫୨ରେ କେନ୍ଦ୍ର କୃଷି ମନ୍ତ୍ରୀ ଥିବାବେଳେ ଜମିଦାର ପ୍ରଥା ଉଚ୍ଛେଦର ନେତୃତ୍ବ ନେଇଥିଲେ । ୧୯୭୮ରେ କୃଷକମାନଙ୍କ ମଧ୍ୟରେ ଏକତା ସ୍ଥାପନ ପାଇଁ କିଷାନ ଟ୍ରଷ୍ଟ ନାମରେ ଏକ ସଂଗଠନ ଗଢିଥିଲେ । କୃଷି ଓ କୃଷକର ଉନ୍ନତିରେ ଦେଶର ପ୍ରଗତି ସମ୍ଭବ ହୋଇଥାଏ । ସେମାନଙ୍କ ଝାଳବୁହା ପରିଶ୍ରମର ପରିଣାମ ଲୋକଙ୍କୁ ଖାଦ୍ୟଶସ୍ୟ ମିଳିଥାଏ । ତେଣୁ କୃଷକଙ୍କୁ ସମ୍ମାନ ଦେବା ଆବଶ୍ୟକ ବୋଲି ଦେଶବାସୀଙ୍କୁ ବୁଝାଇବାକୁ ଚାହୁଁଥିଲେ ଚୌଧୁରୀ ଚରଣ ସିଂହ । ଦେଶର କୃଷକଙ୍କୁ ସମ୍ମାନ ଜଣାଇବା ସହ କୃଷକ ନେତା ଚୌଧୁରୀ ଚରଣ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ୨୦୦୧ ମସିହାରୁ କୃଷକ ଦିବସ ପାଳନ ହୋଇ ଆସୁଛି ।

କୃଷକ ନେତାଙ୍କୁ ଶ୍ରଦ୍ଧାଞ୍ଜଳି- କୃଷକ ଦିବସ ଅବସରରେ କୃଷକ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ଦିଲ୍ଲୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରମୁଖ ବ୍ୟକ୍ତି ବିଶେଷ । ଦିଲ୍ଲୀ କିସାନ ଘାଟରେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ଆଏଲଡି ମୁଖ୍ୟ ତଥା ଚରଣ ସିଂହଙ୍କ ନାତି ଜୟନ୍ତ ଚୌଧୁରୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ମହାନ ବ୍ୟକ୍ତିତ୍ବ ଯିଏକି ତାଙ୍କ ଜୀବନକୁ ଦେଶର ଉନ୍ନତି ପାଇଁ ଉତ୍ସର୍ଗ କରିଥିଲେ । ତାଙ୍କ ଚିନ୍ତାଧାର ଆମ ପାଇଁ ଉଦାହରଣ । ଆସନ୍ତାବର୍ଷ କୃଷକ ଦିବସ ୨୫ ବର୍ଷ ପୂରଣ କରିବ । କୃଷକଙ୍କୁ ଅନ୍ନଦାତା ତଥା ଭାରତ ବିଧାତାର ପରିଚୟ ମିଳିବ ବୋଲି କହିଛନ୍ତି ଉପରାଷ୍ଟ୍ରପତି ।


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.