ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ବଢ଼ିଲା ନନ୍ଦନକାନନ ସଫାରୀ ଟିକେଟ ମୂଲ୍ୟ, ଏବେ ୪ଟି ସଫାରୀ ବୁଲିବା ପାଇଁ ପର୍ଯ୍ୟଟକ ଗଣିବେ ଅଧିକ ଟଙ୍କା

ବାରଙ୍ଗ,୦୨/୦୯: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୪ଟି (ବାଘ, ସିଂହ, ଭାଲୁ, ତୃଣଭୋଜି) ସଫାରୀ ଟିକେଟ ଦର ବଢ଼ିଛି । ପୂର୍ବରୁ କିଛି ଘୋଷଣା ନକରି କର୍ତ୍ତୃପକ୍ଷ ଟିକେଟ ଦର ୫ଟଙ୍କା ଓ ୧୦ଟଙ୍କା ବୃଦ୍ଧି କରିଛନ୍ତି । ଏହାକୁ ନେଇ କିଛି ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରହିଛି ସଫାରୀ ବ୍ୟବସ୍ଥା । ପର୍ଯ୍ୟଟକମାନେ ୪ଟି ସଫାରୀରେ ଖୋଲାରେ ବିଚରଣ କରୁଥିବା ବାଘ, ଭାଲୁ, ସିଂହ, ହରିଣ, ସମ୍ବର, ନୀଳଗାଈ ଆଦିଙ୍କୁ ଦେଖିପାରିବେ ।  ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ପକ୍ଷରୁ ସ୍ୱତନ୍ତ୍ର ବସ୍‌ ବ୍ୟବସ୍ଥା ରହିଛି ।

ପୂର୍ବରୁ ଏହି ସଫାରୀ ବସ୍‌ରେ ବୁଲିବା ପାଇଁ ସାଧାରଣ ବସ୍‌ ଟିକେଟ ପିଛା ୬୦ ଟଙ୍କା ଓ ଶୀତତାପ ନିୟନ୍ତ୍ରିତ ବସ୍‌ ପିଛା ୯୦ ଟଙ୍କା ମୂଲ୍ୟ ଥିଲା । ସେପ୍ଟେମ୍ବର ୧ରେ ହଠାତ୍‌ ପର୍ଯ୍ୟଟକ ଟିକେଟ କାଟିବାବେଳେ ମୂଲ୍ୟ ବଢ଼ିଯାଇଥିବା ଜାଣିବାକୁ ପାଇଥିଲେ । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । 

ଅନ୍ୟପକ୍ଷରେ ନିୟମାନୁଯାୟୀ ଟିକେଟ୍‌ ମୂଲ୍ୟ ବୃଦ୍ଧି କରାଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି । ନୂତନ ଦର ଅନୁଯାୟୀ, ପର୍ଯ୍ୟଟକ ଏବେ ୪ଟି ସଫାରୀ ବୁଲିବା ପାଇଁ ସାଧାରଣ ବସ୍‌ରେ ୬୫ଟଙ୍କା ଓ ଶୀତତାପ ନିୟନ୍ତ୍ରିତ ବସ୍‌ରେ ୧୦୦ ଟଙ୍କା ଦେବାକୁ ପଡ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.