ପ୍ରମୂଖ ଖବର
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ମୁଖ୍ୟମନ୍ତ୍ରୀ ବାୟୁ ସେବାର ଦ୍ବିତୀୟ ଦିନରେ ୪୧୪ ରୋଗୀଙ୍କୁ ଚିକିତ୍ସା

Published By : Ladu Kishor | July 8, 2025 8:35 PM

ନବରଙ୍ଗପୁର,୦୮/୭ : ନଵରଙ୍ଗପୁର ଜିଲ୍ଲା ଚିକିତ୍ସାଳୟରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟ ସେବା ଶିବିରରେ ଦ୍ଵିତୀୟ ଦିନରେ ୪୧୪ ଜଣ ରୋଗୀଙ୍କୁ ଚିକିତ୍ସା କରାଯାଇଛି। ତେବେ ପ୍ରଥମ ଦିନରେ ୨୯୦ ଜଣ ରୋଗୀଙ୍କୁ ଚିକିତ୍ସା କରାଯାଇଥିଲା । ଦୁଇ ଦିନ ମଧ୍ୟରେ ୭୦୪ ରୋଗୀଙ୍କୁ ଚିକିତ୍ସା କରାଯାଇଛି। ଦ୍ଵିତୀୟ ଦିନରେ ଏସସିବି କଟକର ୬ ଜଣିଆ ସୁପର ସ୍ଫେସିଆଲିଷ୍ଟ ଡାକ୍ତର ପହଞ୍ଚି ରୋଗୀଙ୍କୁ ଚିକିତ୍ସା କରିଥିଲେ।‌ ଏହି ଡାକ୍ତରୀ ଟିମରେ ୟୁରୋଲୋଜୀ ବିଶେଷଜ୍ଞ ଡ଼.ଶଵ୍ୟସାଚ୍ଚି ପଣ୍ଡା, କାର୍ଡିଓଲୋଜୀ ବିଶେଷଜ୍ଞ ଡା.ଯଶଵନ୍ତ ବେହେରା, ନେଫ୍ରୋଲୋଜୀ ବିଶେଷଜ୍ଞ ଡା.ଅରୁଣ ଆଚାର୍ଯ୍ୟ, ଗ୍ୟାଷ୍ଟ୍ରଏଣ୍ଡୋ୍ରଲୋଜୀ ଡା. ସମୀର କୁମାର ହୋତା, ନିୟୁରୋଲୋଜୀ ଡା.ନିହାର ରଞ୍ଜନ ବିଶ୍ବାଳ,ଏଣ୍ଡୋକ୍ରୀୟୋଲୋଜୀ ଡା. ଦେବାର୍ଚନ ଜେନା ପ୍ରମୁଖ ରୋଗୀଙ୍କୁ ବିଭିନ୍ନ ପରୀକ୍ଷା ପରେ ଆବଶ୍ୟକ ଚିକିତ୍ସା ଓ ଔଷଧର ପରାମର୍ଶ ଦେଇଛନ୍ତି। ଏହି ଶିବିର ଜାରୀ ରହିବ ବୋଲି ସିଡିଏମଓ ଡା. ସନ୍ତୋଷ ପଣ୍ଡା କହିଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.