ପ୍ରମୂଖ ଖବର
  • ବୃକ୍ଷରୋପଣରେ ମହାଦୁର୍ନୀତି କରି ଲରମ୍ଭା ସେକ୍ସନ ଫରେଷ୍ଟର ପ୍ରିୟବ୍ରତ ନାଏକ ନିଲମ୍ବିତ
  • ||
  • ଫୁଲବାଣୀ : ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଫୁଲବାଣୀ : ବେକରେ ଗାମୁଛା ଦେଇ ୮୩ ବର୍ଷୀୟ ବୃଦ୍ଧଙ୍କ ଆତ୍ମହତ୍ୟା
  • ||
  • ସମ୍ବଲପୁର ରେଜିଷ୍ଟ୍ରି ଅଫିସ୍‌ରେ ଅଚାନକ ପହଞ୍ଚିଲେ ରାଜସ୍ବ ମନ୍ତ୍ରୀ, ଅଧିକାରୀଙ୍କୁ କଲେ ତାଗିଦ୍
  • ||
  • ଭଦ୍ରକ : ଓଲଗରେ ପାଞ୍ଚଶହ ବର୍ଷର ପୁରାତନ ପରମ୍ପରା ଲାଖବିନ୍ଧା ଅନୁଷ୍ଠିତ, ଶହଶହ ଲୋକଙ୍କ ଭିଡ଼
  • ||
  • ଭୋଗରାଇ : ୬ ଦଫା ଦାବି ନେଇ ଲକ୍ଷ୍ମୀ ବସ୍ ଡ୍ରାଇଭରଙ୍କ ଆନ୍ଦୋଳନ, ବସ୍ ଚଳାଚଳ ଠପ
  • ||
  • ଉଦଳା : ସିସିଟିଭିରେ ଶାଢ଼ୀ ଢାଙ୍କି ଲୁଟ୍‌, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ବିଣିକା : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍‌, ୨ ମୃତ
  • ||
  • ଭୁବନେଶ୍ୱରରେ ଭସାଣି ପାଇଁ ଟ୍ରାଫିକ କଟକଣା, ବାଣୀବିହାରରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତା ସିଲ୍‌
  • ||
  • ଚୌଦ୍ୱାର : ସିରିଜ୍ ଚୋରି ଘଟଣାର ପର୍ଦ୍ଦାଫାସ, ୩ ଗିରଫ
  • ||
  • ସାଲେପୁର : କେନାଲରେ ବୁଡି ବୃଦ୍ଧ ମୃତ, ପୋଲିସର ତଦନ୍ତ ଜାରି
  • ||
  • ସରିଲା ଦୁର୍ଗାପୂଜା; ଆଜି ମା' ନେବେ ମାଲାଣି, ଭସାଣି ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି
  • ||
  • କଟକରେ ଭସାଣି ଉପଲକ୍ଷେ ଟ୍ରାଫିକ କଟକଣା ଲାଗୁ, ପ୍ରେସ୍ ରିଲିଜ ଜରିଆରେ ସୂଚନା
  • ||
  • କାମାକ୍ଷାନଗର : ଡିଭାଇଡରରେ ପିଟିହୋଇ ଓଲଟିଲା ଗାଡି; ଜଣେ ଗୁରୁତର, ୩ଆହତ
  • ||

ଫୋବର୍ସ-୨୦୨୪ : ସବୁଠୁ ଧନୀ ଭାରତୀୟଙ୍କ ତାଲିକାର ଶୀର୍ଷରେ ମୁକେଶ ଅମ୍ୱାନୀ , ଗୌତମ ଆଦାନୀ ୨ୟ ସ୍ଥାନରେ

ନୂଆଦିଲ୍ଲୀ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଚେୟାରମ୍ୟାନ ମୁକେଶ ଅମ୍ୱାନୀ ପୁଣି ଥିରେ ଫୋବର୍ସର ୨୦୨୪ର ଭାରତର ସବୁଠୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଫୋବର୍ସ ଅନୁସାରେ , ଚଳିତ ବର୍ଷ ଏହା ଏକ ବଡ଼ ଉପଲବ୍ଧି ,କାରଣ ଭାରତର ସବୁଠୁ ଧନୀ ବ୍ୟକ୍ତିଙ୍କର ମୋଟ ସଂପତ୍ତି ପ୍ରଥମ ଥର ୧ଟ୍ରିଲିୟମ ଡଲାରର ଫିଗରକୁ ଅତିକ୍ରମ କରି ଯାଇଛି।

ନିକଟରେ ରିଲାଏନ୍ସର ଶେୟାରଧାରୀଙ୍କୁ ଦିପାବଳୀର ଉପହାର ଭାବେ ବୋନସ ସେୟାର ଦେବାର ଘୋଷଣା କରିଥିବା ଅମ୍ୱାନୀଙ୍କ ସଂପତ୍ତିରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି। ଗତ ବର୍ଷ ତାଙ୍କର ସଂପତ୍ତିରେ ୨୭.୫ ବିଲିୟନ ଡଲାରର ବୃଦ୍ଧି ହୋଇଛି। ଏହା ଭାରତୀୟ ଟଙ୍କାରେ ୨୩୦୮୮କୋଟି ଟଙ୍କାର ବରାବର ହେବ। ସଂପତ୍ତିରେ ଏହି ବୃଦ୍ଧି ସହ ତାଙ୍କର ମୋଟ ସଂପତ୍ତି ୧୦୮.୩ ବିଲିୟନ ଡଲାର ହୋଇ ଯାଇଛି। ଏଥିରେ ସେ ଦୁନିଆର ୧୩ତମ ସବୁଠୁ ଧନୀ ବ୍ୟକ୍ତି ହୋଇ ପାରିଛନ୍ତି। ଫୋବର୍ସ ଅନୁସାରେ , ସମୁଦାୟ ତାଙ୍କର ସଂପତ୍ତି ୧୧୯.୫ ବିଲିୟନ ଡଲାର ରହିଛି। 

୨୦୨୪ ପାଇଁ ଭାରତର ଶୀର୍ଷ ୧୦ ସବୁଠୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ମୁକେଶ ଅମ୍ୱାନୀ ସବୁଠୁ ଆଗରେ ରହିଛନ୍ତି, ଯାହାଙ୍କର ମୋଟ ସଂପତ୍ତି ୧୧୯.୫ ବିଲିୟନ ଡଲାର ରହିଛି। ତାଙ୍କ ପରେ ଗୌତମ ଆଦାନୀ ଅଛନ୍ତି , ଯାହାଙ୍କର ମୋଟ ସଂପତ୍ତି ୧୧୬ ବିଲିୟନ ଡଲାର ରହିଛି। ସାବିତ୍ରୀ ଜିନ୍ଦଲ ୪୩.୭ ବିଲିୟନ ଡଲାରର ସଂପତ୍ତି ସହ ୩ୟ ସ୍ଥାନରେ ରହିଛନ୍ତି। ଶିବ ନାଦର ୪୦.୩ ବିଲିୟନ ଡଲାର ସହ ୪ର୍ଥ ସ୍ଥାନରେ ଅଛନ୍ତି। ଦିଲ୍ଲୀପ ସାଂଘବୀ ୩୨.୪ ବିଲିୟନ ଡଲାରର ସଂପତ୍ତି ସହ ୫ମ ସ୍ଥାନରେ ଅଛନ୍ତି ,ରାଧାକିଶନ ଦମାନୀ ୩୧.୫ ବିଲିୟନ ଡଲାରର ସଂପତ୍ତି ସହ ୬ଷ୍ଠ ସ୍ଥାନରେ ରହିଛନ୍ତି। ସୁନିଲ ମିତ୍ତଲ ୩୦.୭ ବିଲିୟନ ଡଲାର ସହ ୭ମ ସ୍ଥାନରେ ଅଛନ୍ତି ଏବଂ କୁମାର ବିର୍ଲା ୨୪.୮ ବିଲିୟନ ଡଲାର ସହ ୮ମ ସ୍ଥାନରେ ରହିଛନ୍ତି। ୯ମ ସ୍ଥାନରେ ସାଇରସ ପୁନାୱାଲା, ତାଙ୍କ ସଂପତ୍ତି ୨୪.୫ ବିଲିୟନ ଡଲାର, ବଜାଜ ପରିବାର ୨୩.୪ ବିଲିୟନ ଡଲାର ସହ ଶୀର୍ଷ ୧୦ରେ ସାମିଲ ରହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.