ନୂଆଦିଲ୍ଲୀ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ ମୁକେଶ ଅମ୍ୱାନୀ ଗୁଜରାଟର ଜାମନଗରରେ ବିଶ୍ୱର ସବୁଠୁ ବଡ଼ ଡାଟା ସେଣ୍ଟର ତିଆରି କରୁଛନ୍ତି। ବ୍ଲୁମବର୍ଗ ୨୪ ଜାନୁଆରୀରେ ଏହା ରିପୋର୍ଟ କରିଛି। ବୈଶ୍ୱିକ ଏଆଇ ପ୍ଲେୟାରଙ୍କ ସହ ପ୍ରତିଯୋଗିତା କରି, ଭାରତର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷମତାକୁ ବୃଦ୍ଧି କରିବା ଏହି ନୂଆ ପ୍ରୋଜେକ୍ଟର ଲକ୍ଷ୍ୟ । କହିରଖୁଛୁକି, ପ୍ରୋଜେକ୍ଟର ଅଫିସିଆଲି ବିବରଣୀ ଏବେ ଉପଲବ୍ଧ ନାହିଁ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କଥିତ ଭାବେ ବଡ଼ ଏଆଇ ଡେଭଲପର କମ୍ପାନୀ ଏନଭିଡ଼ିଆରୁ ଏଆଇ ସେମିକଣ୍ଡକ୍ଟର କିଣୁଛି।
ରିଲାଏନ୍ସ ଓ ଏନଭିଡିଆର ପାର୍ଟନରସିପ୍ –
ଏନଭିଡିଆର ଏଆଇ ସମ୍ମିଳନୀ ଇଣ୍ଡିଆ ୨୦୨୪ର ଆୟୋଜନ ୨୩ ଅକ୍ଟୋବରରୁ ୨୫ ଅକ୍ଟୋବର, ୨୦୨୪ ଯାଏ ଭାରତର ମୁମ୍ୱାଇରେ ଜିୟୋ ୱାର୍ଲ୍ଡ କନଭେସନ ସେଣ୍ଟରରେ ହୋଇଥିଲା, ଯେଉଁଠି ଏନଭିଡିଆର ସିଇଓ ଜେନ୍ସେନ ହୁଆଙ୍ଗ ଭାରତରେ ଏଆଇ ଇନଫ୍ରାଷ୍ଟ୍ରକଚରର ନିର୍ମାଣ ପାଇଁ ରିଲାଏନ୍ସ ଓ ଏନଭିଡିଆ ମଧ୍ୟରେ ପାର୍ଟନରସିପ୍ର ଘୋଷଣା କରିଥିଲେ।
ଶିଖର ସମ୍ମିଳନୀରେ ନିଜର ବକ୍ତବ୍ୟରେ ହୁଆଙ୍ଗ କହିଥିଲେ , ଭାରତ ଏକ ଏମିତି ଦେଶ ଥିଲା , ଯିଏ ସଫ୍ଟୱେୟର ତିଆରି କରୁଥିଲା । ଆପଣ ସପ୍ଟୱେୟାରର ନିର୍ମାଣ କରିଛନ୍ତି। ଭବିଷ୍ୟତରେ , ଭାରତ ଏଆଇର ରପ୍ତାନୀ କରିବାକୁ ଯାଉଛି। ମୋର ଆଶା କି ଆପଣ ସମସ୍ତଙ୍କ ସହ ମିଶି ଭାରତକୁ ଏହି ନୂଆ ଔଦ୍ୟୋଗିକ କ୍ରାନ୍ତି (ଇଣ୍ଡଷ୍ଟ୍ରିଆଲ ରିଭଲ୍ୟୁସନ) ର କେନ୍ଦ୍ରକୁ ନେବାରେ ସକ୍ଷମ ହୋଇ ପାରିବି।
ହୁଆଙ୍ଗ କହିଛନ୍ତି , ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ନେତୃତ୍ୱ ନେବା ପାଇଁ , ଆପଣଙ୍କ ପାଖରେ ଏଆଇ ମଡେଲ ଟେକନିକ୍ ଥିବା ଦରକାର , ଯାହା ଭାରତ ପାଖରେ ରହିଛି। ଆପଣଙ୍କ ପାଖରେ ଡାଟା ଥିବା ଉଚିତ୍ ଏବଂ ଶେଷ ଜିନିଷ ଯାହା ଆପଣଙ୍କ ପାଖରେ ଥିବା ଦରକାର ତାହା ହେଉଛି ଏଆଇ ଇନଫ୍ରାଷ୍ଟ୍ରକଚର, ଏବଂ ଆମେ ଘୋଷଣା କରୁଛୁ କି ରିଲାଏନ୍ସ ଓ ଏନ ଭିଡ଼ିଆ ଭାରତରେ ଏଆଇ ଇନଫ୍ରାଷ୍ଟ୍ରକଚର ଗଠନ କରିବାରେ ପାର୍ଟନରସିପ୍ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ମୁକେଶ ଅମ୍ୱାନୀ କହିଛନ୍ତି କି, ଭାରତ ଦୁନିଆର ସବୁଠୁ ବଡ଼ ଇଣ୍ଟେଲିଜେନ୍ସ ମାର୍କେଟ୍ ହୋଇଯିବ।
ଅମ୍ୱାନୀ କହିଛନ୍ତି ,ଭାରତ ସବୁଠୁ ବଡ଼ ଇଣ୍ଟେଲିଜେନ୍ସ ମାର୍କେଟ୍ ଗୁଡ଼ିକ ମଧ୍ୟରୁ ଗୋଟିଏ ହେବ। ଏହା କେବଳ ଆମର ଆକାଂକ୍ଷା ନୁହେଁ , ବରଂ ମୋର ଅନୁମାନ କି ଏହା ଭାରତର ବର୍ତ୍ତମାନର ର’ ଜିନ୍ ପୁଲ୍ ଓ ରୋ ଜିନ ପାୱାର , ଭାରତରେ ଥିବା ଯୁବ ଶକ୍ତି ଯିଏ କି ଇଣ୍ଟେଲିଜେନ୍ସ ତଥ୍ୟକୁ ଆଗକୁ ବଢାଇ ଥାଏ।
ତାଙ୍କର ଏହା ମଧ୍ୟ ଆଶା ରହିଛି କି, ଏଆଇ ସେବା ଭାରତୀୟ ବଜାର ଗୁଡ଼ିକ ଠାରୁ ଆଗକୁ ବଢିବ। ଅମ୍ୱାନୀ କହିଛନ୍ତି , ଏବେ ଭାରତୀୟ କେବଳ ବିଶ୍ୱର ସବୁଠୁ ବଡ଼ କମ୍ପାନୀ ଗୁଡ଼ିକୁ ସିଇଓ ରପ୍ତାନୀ କରିବେନି , ଏହାସହ କୋଟି କୋଟି ଭାରତୀୟ ମଧ୍ୟ ରପ୍ତାନୀ କରିବେ। ଏବଂ କୋଟି କୋଟି ଲୋକ ଉନ୍ନତ ଦୁନିଆର ସାହାଯ୍ୟ ପାଇଁ ଏଆଇ ସେବା ଗୁଡ଼ିକ ପ୍ରଦାନ କରିବେ।