ପ୍ରମୂଖ ଖବର
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ବଢିଲା ମଙ୍କିପକ୍ସ ସଂକ୍ରମଣ ଭୟ: ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଆଡଭାଇଜରୀ ଜାରି, ସ୍କ୍ରିନିଂ ଓ କଣ୍ଟାକ୍ଟ ଟ୍ରେସିଂ ପରାମର୍ଶ

ନୂଆଦିଲ୍ଲୀ,୯।୯:  ମଙ୍କିପକ୍ସ ଏବେ ଭାରତରେ ଚିନ୍ତା ବଢାଇଛି। ସନ୍ଦିଗ୍ଧ ମାମଲା ମିଳିବା ପରେ ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସନ୍ଦିଗ୍ଧଙ୍କ ସ୍କ୍ରିନିଂ ଓ କଣ୍ଟାକ୍ଟ ଟ୍ରେସିଂ ପରାମର୍ଶ ଦେଇଛି। ସବୁଠାରୁ ବଡ଼ କଥା ଡବ୍ଲୁଏଚଓ ଅର୍ଥାତ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଙ୍କି ପକ୍ସକୁ ନେଇ ଚିନ୍ତା ପ୍ରକାଶ କରିସାରିଛି। ଏହି ରୋଗରେ ଶତାଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି। ଏଥିରେ ଭାଇରାଲ ଇନଫେକସନ୍‌ର ସ୍କ୍ରିନିଂ ଜୋରଦାର କରିବା ଓ ସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି। ତେବେ ଅଧିକାରୀମାନେ ଚିନ୍ତା ନକରିବା କଥା କହିଛନ୍ତି। ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ଅଧିକାରୀମାନେ କହିଛନ୍ତି, ଯାତ୍ରା ସମ୍ପର୍କିତ ଆଇସୋଲେସନ୍ ମାମଲାର ମୁକାବିଲା ପାଇଁ ପୁରା ଦେଶ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛି।’ 

ରବିବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଙ୍କିପକ୍ସର ସନ୍ଦିଗ୍ଧ ମାମଲା ସମ୍ପର୍କରେ ସୂଚନା ଦେଇଥିଲା। ଜଣେ ବ୍ୟକ୍ତି ବିଦେଶରୁ ଭାରତ ଫେରିଥିଲେ। ସରକାର କହିଥିଲେ ରୋଗୀକୁ ହସ୍ପିଟାଲରେ ଆଇସୋଲେସନ୍‌ରେ ରଖାଯାଇଛି ଓ ତା’ର ସ୍ଥିତି ଗୁରୁତର ରହିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବିଜ୍ଞପ୍ତିରେ କୁହାଯାଇଛି, ରୋଗୀର ନମୁନା ଯାଞ୍ଚ କରାଯାଉଛି, ଯାହାଫଳରେ ମଙ୍କିପକ୍ସ ହୋଇଛି କି ନାହିଁ ସ୍ପଷ୍ଟ ହୋଇପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.