ଭୁବନେଶ୍ବର, ୩୦।୧୧ : ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ଅଗ୍ରଗତି ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସମୀକ୍ଷା କରିଛନ୍ତି। ଡିସେମ୍ବର ୨୦୨୭ ରେ ମେଟ୍ରୋ ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଥମ ପର୍ଯାୟରେ ୨୬ କିମିରେ ମେଟ୍ରୋ କାମ ହେବା। ପ୍ରଥମ ୨୦ ଟି ଷ୍ଟେସନ ଓଡ଼ିଶାର କଳା ଓ ସଂସ୍କୃତିକୁ ନେଇ ତିଆରି ହେବା ପାଇଁ ପ୍ରସ୍ତାବ ଦେଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।
ନଭେମ୍ବର ୨୦୨୩ ରେ ଡିପିଆର୍ ଅନୁମୋଦନ ପରେ କାମ ଆରମ୍ଭ ହୋଇଛି। ୨୬ କିମିରେ ୨୦ ଟି ଷ୍ଟେସନ ରହିବ । ୧୩ ଟି ଟ୍ରେନ ଚାଲିବ। ଗୋଟିଏ ଟ୍ରେନରେ ୩ ଟି କୋଚ ରହିବ । ଏହି ପ୍ରକଳ୍ପ ପାଇଁ ବଜେଟ ୬ ହଜାର ୨୫୬ କୋଟି ରହିଛି । ନଭେମ୍ବର ରୁ ଆଜି ପର୍ଯ୍ୟନ୍ତ ୪୬୦ କୋଟି ଖର୍ଚ୍ଚ ସରିଛି । ଏକାମ୍ର ନିର୍ବାଚନ ମଣ୍ଡଳୀରେ ୩ ଟି ଷ୍ଟେସନ, ମଧ୍ୟ ନିର୍ବାଚନ ମଣ୍ଡଳୀରେ ୪ଟିଷ୍ଟେସନ, ଉତ୍ତର ନିର୍ବାଚନ ମଣ୍ଡଳୀରେ ୧୦ଟି ଷ୍ଟେସନ ଓ କଟକରେ ୩ ଟି ଷ୍ଟେସନ ରହିବ।
୯୫ ହଜାର ଲୋକ ପ୍ରତିଦିନ ଯାତାୟତର କ୍ଷମତା ରହିବ। ୯୨ ଏକର ଜମି ଦରକାର ଥିଲା। ସବୁ ଆସିଛି ଆଉ ମାତ୍ର ୧୫ ଏକର ଜମି ବାକି ଅଛି। ୪୦ ଏକର ଜମି ମଳିପଡାରେ ଦିଆଯାଇଛି। ଯେଉଁଠି ମେଟ୍ରୋ ଅଫିସ ଅଛି ଓ ସେଠାରେ କାମ ଚାଲିଛି।୨୫୦ କୋଟି ଟଙ୍କା ଅକ୍ଟୋବର ରେ ରାଜ୍ୟ ସରକାର ଦେଇଛନ୍ତି। ଆଉ ୩୫୦ କୋଟି ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟ ସରକାର ଦେବେ। ଆର୍ଥିକ ବର୍ଷ ୨୫ -୨୬ ରେ ୧୭୦୦ କୋଟି ଟଙ୍କା ଦେବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ଅର୍ଥରେ ଏହି ମେଟ୍ରୋ କାମ ହେବ।