ପ୍ରମୂଖ ଖବର
  • ଚାଉଁରପୁର ଦ୍ବିତୀୟ ସେତୁରେ ଚପଲ ରଖି ଡେଇଁପଡିଲେ ମହିଳା, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ
  • ||
  • IPLରେ ତମାଖୁ ବିଜ୍ଞାପନ ପ୍ରସାରଣ ମନା, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
  • ||
  • ବଜ୍ରକବାଟି ଛକ ନିକଟରେ ସିରିଜ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ
  • ||
  • ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୨ ମଧ୍ୟରାତ୍ରରେ ଶୁଭଖୁଣ୍ଟି ସ୍ଥାପନ ହେବ
  • ||
  • ମଦ ଦୁର୍ନୀତିରେ ଇଡି ଆକ୍ସନ; ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ରେଡ୍
  • ||
  • ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ସ୍ଵାମୀ ସହ ମିଶି ପ୍ରେମିକା ରଚିଥିଲା ହତ୍ୟାକାଣ୍ଡ
  • ||
  • ସୋମବାରଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ମାର୍କ କାନି ହେବେ କାନାଡ଼ା ନୂଆ ପ୍ରଧାନମନ୍ତ୍ରୀ, ୮୬ ପ୍ରତିଶତ ଭୋଟ ପାଇ ଲିବେରାଲ୍ ପାର୍ଟିର ନେତା ନିର୍ବାଚିତ
  • ||
  • ରାଜ୍ୟରେ ଉପରମୁହାଁ ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ବଢ଼ିବ: ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସ୍‌ଆରସି
  • ||

କ୍ୟାନ୍ସରରେ ଆକ୍ରାନ୍ତ ୪ର୍ଥ ଶ୍ରେଣୀ ଛାତ୍ର : ସହାୟତା ପାଇଁ ବାହାରିଲେ ସାଙ୍ଗସାଥି ଓ ଯୁବଗୋଷ୍ଠୀ

Published By : Prameya | March 4, 2025 11:17 PM

ଖଲ୍ଲିକୋଟ ,୪/୩ : ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଆଇତିପୁର ଗ୍ରାମରେ ଜଣେ ୧୦ ବର୍ଷ ବୟସର ବାଳକ ତଥା ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ବ୍ଲଡ଼ କ୍ୟାନ୍ସର। ପାଠ ପଢିବା, ଖେଳ କୁଦ କରିବା ବୟସରେ ସେ ଏବେ ବ୍ଲଡ଼ କ୍ୟାନ୍ସର ଭଳି ଦୁଃସାଧ୍ୟ୍ୟ ରୋଗ ରେ ପୀଡିତ ହୋଇ ଭୁବନେଶ୍ୱର ଏମ୍ସ ମେଡିକାଲ ବେଡ଼ରେ ଜୀବନ ସହ ସଂଘର୍ଷ କରୁଛି। 

 ଆଇତିପୁର ଗ୍ରାମର ସୁଶାନ୍ତ ସାହୁଙ୍କ ପରିବାର ଅତ୍ୟନ୍ତ ଗରୀବ ଶ୍ରେଣୀର। ସ୍ତ୍ରୀ, ୧୦ ବର୍ଷ ବୟସ ର ପୁଅ ବାଦଲ ଓ ଦୁଇଟି ଝିଅ ଙ୍କୁ ନେଇ ସୁଶାନ୍ତଙ୍କ ପରିବାର। ବାଦଲ ସେହି ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ ଛାତ୍ର। ପରିବାର ପ୍ରତି ପୋଷଣ ପାଇଁ ବାପା ସୁଶାନ୍ତ ସାହୁ ମୁମ୍ବାଇରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ଗତ ୪ ମାସ ତଳେ ବାଦଲର ସ୍ୱାସ୍ଥ୍ୟ ବାରମ୍ବାର ଖରାପ ହେବାରୁ ମାଆ ବ୍ରହ୍ମପୁର ବଡ଼ ମେଡିକାଲରେ ଡାକ୍ତରଙ୍କୁ ଦେଖାଇଥିଲେ। ସବୁ ପରୀକ୍ଷା ନିରୀକ୍ଷା ପରେ ଜଣାପଡିଲା ବାଦଲକୁ ବ୍ଲଡ଼ କ୍ୟାନ୍ସର। ସେହିଦିନ ଠାରୁ ବାଦଲ ଭୁବନେଶ୍ୱର ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। 

ଖବର ପାଇବା ପରେ ବାପା ସବୁ କାମ ଛାଡି ଗାଁ କୁ ଫେରି ଆସିଥିଲେ। ତେବେ ବ୍ୟୟ ବହୁଳ ରୋଗ। ପାଖରେ ଯାହା ଟଙ୍କା ଥିଲା ସବୁ ସରିଗଲା। ବିଜୁ ସ୍ୱାସ୍ଥ୍ୟ କାର୍ଡରେ ବାଦଲର ନାଁ ଏଣ୍ଟ୍ରି ହୋଇ ନ ଥିବାରୁ ଏମ୍ସ କର୍ତ୍ତୃପକ୍ଷ ସେଥିରେ ଚିକିତ୍ସା କରୁ ନାହାନ୍ତି। ଚିକିତ୍ସା ରେ ଅର୍ଥ ସାଜିଛି ବାଧକ। କଣ କରିବେ ବାପା ମାଆ ଚିନ୍ତାରେ ଅଛନ୍ତି। ଏଭଳି ସମୟରେ ଆଇତିପୁର ଗାଁରେ ଥିବା ବାଦଲର କୁନି କୁନି ସାଙ୍ଗ ସାଥି ଓ ଗ୍ରାମର ଯୁବଗୋଷ୍ଠୀ ସାହାଯ୍ୟ ପାଇଁ ବାହାରିଛନ୍ତି। ଆଜି ଏମାନେ ଗାଁରେ ଘରକୁ ଘର ବୁଲି ବାଦଲ ପାଇଁ ଭିକ୍ଷା ମାଗିଥିଲେ। ଖଲ୍ଲିକୋଟ ବ୍ଲକକୁ ଯାଇ ବିଡ଼ିଓ ଦେବାଶିଷ ସାମଲଙ୍କୁ ଭେଟି ସାହାଯ୍ୟ ପାଇଁ ନିବେଦନ କରିଥିଲେ। ବିଡ଼ିଓ ବ୍ଲକ ତରଫରୁ କିଛି ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ବାଦଲ ର ଚିକିତ୍ସା ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ତାହା ମେଡିକାଲ ରୁ ଲିଖିତ ଭାବେ ଆଣିଲେ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି ରୁ ସହାୟତା ପାଇଁ ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେଇଥିଲେ। ଏଥିସହ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ପିଲା ଟିର ନାଁ ଯୋଡିବା ପାଇଁ ମଧ୍ୟ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ରେଡ଼କ୍ରସ ପାଣ୍ଠି ରୁ ସହାୟତା କରିବା ପାଇଁ ବ୍ୟବସ୍ଥା କରିବେ ବୋଲି ତହସିଲଦାର ଡି. ମାଲେଶ୍ୱର ପାତ୍ର ପ୍ରତିଶ୍ରୁତି ଦେଇଥିଲେ। ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.