ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ମୋ ବସ୍‌ର ନାମ ପରିବର୍ତ୍ତନ ହେବ, ‘ମୋ’ ଏକ ଅହଙ୍କାର ଶବ୍ଦ ବୋଲି କହିଲେ ନଗର ଉନ୍ନୟନ ମନ୍ତ୍ରୀ

Published By : Prameya | February 9, 2025 10:00 AM

ଭୁବନେଶ୍ୱର,୦୯/୦୨: ମୋ ବସ୍‌ର ନାମ ପରିବର୍ତ୍ତନ ହେବ । ଏଣିକି ମୋ ଜାଗାରେ ଆମ ବସ୍‌  ଲେଖାଯିବ । ଖୁବ୍‌ଶୀଘ୍ର ଏନେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ନଗର  ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର  ମହାପାତ୍ର ସୂଚନା ଦେଇଛନ୍ତି ।  ସେ ଆହୁରି କହିଛନ୍ତି ଯେ, ମୋ  ଏକ ଅହଙ୍କାର ଶବ୍ଦ । ତେଣୁ ମୋ  ବଦଳରେ ଆମ ଲେଖିଲେ ଏହା  ଶୋଭାପାଇବ ।  

ଶୁକ୍ରବାର ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି , ମୋ ବସ୍‌ ନାମକରଣ  ମୋତେ ବିଚଳିତ କରିଛି । ମୋ  ପରିବର୍ତ୍ତେ ଆମର ଲେଖିବାକୁ ମୁଁ  ଜରୁରି ମନେ କରୁଛି । ଏନେଇ  ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।  ପର୍ଯ୍ୟାୟ କ୍ରମେ ଷ୍ଟିକର ବଦଳାଯିବ ।  ଏହା ସହ ଡିପୋରୁ ଆସୁଥିବା ନୂଆ ବସ୍‌ର ନାମକରଣ ଏକା ଥରେ  ହୋଇଆସିବ । ବାରମ୍ବାର ଦୁର୍ଘଟଣାକୁ ନେଇ  ମଧ୍ୟ ସେ ମତ ରଖିଛନ୍ତି । ସେ କହିଛନ୍ତି, ଅନେକ ସମୟରେ ମୋ  ବସ୍‌ରେ ଅନ୍ୟ ଗାଡ଼ି ଦୁର୍ଘଟଣା ଘଟାଉଛି । ବଡ଼ ଗାଡି ହୋଇଥିବାରୁ  ମୋ ବସ୍‌ ଦୋଷ ମୁଣ୍ଡାଉଛି । ତେଣୁ  ବସ୍‌ର ଚାରିପାଖରେ କ୍ୟାମେରା  ଲଗାଯିବାକୁ ବ୍ୟବସ୍ଥା କରାଯାଉଛି । ଏଭଳି ଦୁର୍ଘଟଣା ଜନିତ ସମସ୍ୟା  ପାଇଁ ଏଡିଏଏସ୍‌ ଚିପ ଲାଗିବ ଯାହା  ଦୁର୍ଘଟଣାକୁ ୬୦ରୁ ୭୦ ପ୍ରତିଶତ  କମାଇଦେବ । ଏହି ସୁବିଧା ଦ୍ୱାରା  ଗାଡ଼ିର ଆଗ ପଛ ଚାରିପାଶ୍ୱର୍ରେ  ୩୬୦ ଡିଗ୍ରୀରେ କ୍ୟାମେରାରେ ସବୁ  କିଛି ଦେଖି ହେବ ବା ଜଣାପଡ଼ିବ । ଦୁର୍ଘଟଣା ସମୟରେ ସ୍ୱୟଂଚାଳିତ  ବ୍ରେକ ହୋଇ ବସ୍‌ ଆପେ  ଅଟକିଯିବ । ଡ୍ରାଇଭର ସାମ୍ନାରେ  ଏକ ସ୍କ୍ରିନରେ ଜଣାପଡ଼ିବ ଆଗରେ  ପଛରେ କଣ ହେଉଛି । ଏପରିକି  ଦୁଇ ଗାଡି ମଧ୍ୟରେ ଦୂରତା ଓ କୌଣସି ଦୁର୍ଘଟଣା ଜନିତ ସମସ୍ୟା  ଥିଲେ ସ୍ୱୟଂଚାଳିତ ଭାବେ ଗାଡ଼ିଟି  ଦୁର୍ଘଟଣାରୁ ବର୍ତ୍ତିପାରିବ । 

ଭୁବନେଶ୍ୱର, କଟକ , ପୁରୀ,  ରାଉରକେଲାରେ ମୋ ବସ୍‌ ଚାଲୁଛି । ପ୍ରତିଦିନ ମୋ ଦୁର୍ଘଟଣା  ଘଟାଉଛି । ଲୋକେ ଗୁରୁତର  ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ୧୫ରୁ  ଅଧିକ ଲୋକଙ୍କ ଜୀବନ ଗଲାଣି ।  ଗାଡ଼ି ଚାଳନାରେ ଭୁଲ ଯୋଗୁଁ  ଦୁର୍ଘଟଣା ଘଟୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.