ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ମିଳିଲା ନିଖୋଜ ପ୍ଲେନ୍, ସମସ୍ତ ୧୦ ଯାତ୍ରୀ ମୃତ

Published By : Ankita S | February 8, 2025 12:50 PM

ନୂଆଦିଲ୍ଲୀ,୦ ୮/୦୨: ମଝି ଆକାଶରୁ ଅଚାନକ ଗାଏବ ହୋଇଯାଇଥିଲା । ୧୦ ଯାତ୍ରୀଙ୍କୁ ନେଇ ଉଡଣା ଭରିଥିବା ବିମାନ ନିଖୋଜ ଥିଲା । ଆଲାସ୍କାରର ବରଫରୁ ବିମାନ ମିଳିଛି ଯେଉଁଥିରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାର କାରଣ ଜଣାପଡିନାହିଁ । କେଉଁ ପରିସ୍ଥିତିରେ ଦୁର୍ଘଟଣା ହେଲା ତାର ତଦନ୍ତ ଚାଲିଛି ।

ପଶ୍ଚିମ ଅଲାସ୍କାରରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ପାଇଲଟ, ଏୟାରକ୍ରାଫ୍ଟଙ୍କୁ ମିଶାଇ ୧୦ ଜଣ ଥିଲେ । ଗତ ୬ ତାରିଖର ଦିନ ୧୦ ଜଣ ଯାତ୍ରୀଙ୍କୁ ନେଇ ଉଡଣା ଭରିଥିବା ଆମେରିକା ବମାନ ନିଖୋଜ ଥିଲା । ଖୋଜି ଖୋଜି ଜାରି ରହିଥିଲା । ବେରିଂ ଏୟାର ଦ୍ବାରା ପରିଚାଳିତ ବିମାନ ଉନଲାକଲିତରୁ ଆଲାସ୍କାର ସହ ଅଭିମୁଖେ ଉଡାଣ ଭରିଥିଲା । ମାତ୍ର ୩୯ମିନିଟ ପରେ ହଠାତ୍ ମଝି ଆକାଶରୁ ରାଡରୁ ଗାଏବ ହୋଇଯାଇଥିଲା ବିମାନ । ନୋମର ଅଗ୍ନିଶମ ବିଭାଗ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଆମେରିକା ତଟରକ୍ଷୀ ଏବଂ ବାୟୁସେନା ସର୍ଚ୍ଚ ଅପରେସନରେ ସାମିଲ ହୋଇଥିଲେ । ଖାରପ ପାଣିପାଗ ଓ କମ ଦୃଶ୍ୟମାନ ପାଇଁ ସର୍ଚ୍ଚ ଅପରେସନରେ ବିଳମ୍ବ ହୋଇଥିଲା । ନୋର୍ଟନ ସାଉଣ୍ଡ ଉପରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । ଆଜି ଅଲାସ୍କାର ନିଖୋଜ ବିମାନ ମିଳିଛି । ଯେଉଁଥିରେ ୧୦ ଯାତ୍ରୀଙ୍କର ମୃତ୍ୟୁ ହୋଇଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.