ପ୍ରମୂଖ ଖବର
  • କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ସ୍ଥଗିତ
  • ||
  • ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ, ନଷ୍ଟ କରିଦେଲେ ଧାନଗଦା ଏବଂ ବଗିଚା
  • ||
  • ଭୂଆସୁଣୀ ଲ୍ୟାମ୍ପ୍ସରେ ଧାନ ମଣ୍ଡିର ଶୁଭ ଉଦ୍‌ଘାଟନ କଲେ ବାଙ୍ଗିରିପୋଷି ବିଧାୟିକା ସଂଞ୍ଜଳୀ ମୁର୍ମୁ
  • ||
  • ଭୁବନେଶ୍ୱର : ମନମୋହନ ସିଂହଙ୍କ ଦେହାନ୍ତ ପାଇଁ ପଥୋତ୍ସବ ବାତିଲ୍‌, ବିଏମ୍‌ସି ବୈଠକରେ ନୀରବ ପ୍ରାର୍ଥନା
  • ||
  • ଉଦଳା : ଚଢ଼ାଉ ବେଳେ କପ୍ତିପଦା ଥାନା ଆଇଆଇସିଙ୍କୁ ଆକ୍ରମଣ ଘଟଣା, ୪ ମହିଳା ଗିରଫ
  • ||
  • ଉଦଳା : ୪ ମନ୍ଦିରରୁ ସିରିଜ ଚୋରି, ଠାକୁରଙ୍କ ଅଳଙ୍କାର ସହ ହୁଣ୍ଡିରୁ ଦାନ ଅର୍ଥ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବ୍ରହ୍ମପୁର : ସଟ୍‌ ସର୍କିଟରୁ ଇଭି ଗାଡି ଶୋ’ରୁମ୍‌ରେ ଅଗ୍ନିକାଣ୍ଡ, କ୍ଷୟକ୍ଷତି ବିକ୍ଷୟରେ ମିଳିନି ସୂଚନା
  • ||
  • ଗଜପତି : ସପୁରି ଚାଷୀଙ୍କ ପାଇଁ ଖୁସି ଖବର, ଆସନ୍ତା ବର୍ଷ ଦୁବାଇ ଯିବ ଗଜପତି ସପୁରି
  • ||
  • କଳାହାଣ୍ଡି : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଚଢାଉ: ଧରାପଡିଲେ ଗ୍ରାମରକ୍ଷୀ, ଖସିଗଲେ ଏଏସ୍‌ଆଇ
  • ||
  • ସାଲେପୁର : ୨୦ ଲିଟରରୁ ଉର୍ଦ୍ଧ୍ୱ ଚୋରା ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • କଣାସ : ପାଣିରେ ବୁଡ଼ିଛି ଶହ ଶହ ଏକର ଚିନା ବାଦାମ ଚାଷ, ସରକାରୀ କ୍ଷତିପୂରଣ ହିଁ ଚାଷୀର ଶେଷ ଭରଷା
  • ||
  • ଛତ୍ରପୁର : ନଷ୍ଟ ହୋଇଗଲା ସୁନାର ଫସଲ, ଗଜା ଧାନକୁ ଅମଳ କରିଲା ଚାଷୀ
  • ||

ସର୍କିଟ ହାଉସରେ ଦୁଇ ବାଇକ୍ ପୋଡିଲେ ଦୁର୍ବୃତ୍ତ, ବିଧାୟକଙ୍କ ଗାଡିରେ ଲାଗିଲା ନିଆଁ

Published By : Harapriya Sethi | December 27, 2024 1:48 PM

ଫୁଲବାଣୀ,୨୭ା୧୨: ଫୁଲବାଣୀ ସ୍ଥାନୀୟ ସର୍କିଟ ହାଉସ ପରିସରରେ ଦୁଇଟି ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ । ଫଳରେ ଗୋଟିଏ ସ୍କୁଟି ଏବଂ ଗୋଟିଏ ବାଇକ ପୋଡି ପାଉଁଶ ହୋଇ ଯାଇଛି । ପାଖରେ ଥିବା ବିଧାୟକଙ୍କ କାରରେ ମଧ୍ୟ ନିଆଁ ଲାଗି କ୍ଷତିଗ୍ରସ୍ତ ହୋଇଛି । ଘଟଣାର ପ୍ରକୃତ କାରଣ ଜଣା ପଡିନାହିଁ । କିଏ ଏବଂ କେଉଁ ପରିସ୍ଥିତିରେ ଏପରି କଲା ପୋଲିିସ ତାହାର ତନାଘନା କରୁଛି । ଏସ୍‌ପି ହରିଶ.ବିସି ଘଟଣା ସ୍ଥଳକୁ ଯାଇ ଛାନଭିନ ଆରମ୍ଭ କରିଛନ୍ତି । 

ମିଳିଥିବା ସୁଚନା ଅନୁସାରେ, ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ କୌଣସି କାମରେ ଆସି ଗୁରୁବାର ରାତିରେ ସର୍କିଟ ହାଉସରେ ରାତ୍ରି ଯାପନ କରିଥିଲେ । ସେଠାରେ ଜଣେ ହାଇକୋର୍ଟ ଜଜ୍ ମଧ୍ୟ ଅନ୍ୟ କୋଠରୀରେ ଥିଲେ । ରାତି ପ୍ରାୟ ଗୋଟାଏ ବେଳେ ଜଜ୍‌ଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ହୋମଗାର୍ଡ ବିଧାୟକଙ୍କ ଗାଡି ସମେତ ଦୁଇଟି ବାଇକରେ ନିଆଁ ଲାଗିଥିବା ଦେଖି କର୍ମଚାରୀମାନଙ୍କୁ ଡାକିଥିଲେ । ସଙ୍ଗେ ସଙ୍ଗେ ପୋଲିସ, ଅଗ୍ନିଶମ ବାହିନୀକୁ ଖବର ଦିଆ ଯାଇଥିଲା । ବିଦ୍ୟୁତ୍ ବିଭାଗ କର୍ମଚାରୀ ମଧ୍ୟ ଆସି ପହଞ୍ଚିଥିଲେ । ଅଗ୍ନିଶମ ବାହିନୀ ନିଆଁକୁ ଆୟତ କରିବା ପରେ ପୋଲିସ ଯାଞ୍ଚ ଆରମ୍ଭ କରିଥିଲା । ତେବେ ଏହି ଅଗ୍ନିକାଣ୍ଡରେ ବିଧାୟକଙ୍କ ପିଏସ୍‌ଓଙ୍କ ବାଇକ୍‌ ଏବଂ ସର୍କିଟ ହାଉସର ଜଣେ କର୍ମଚାରୀଙ୍କ ସ୍କୁଟି ସମ୍ପୂର୍ଣ୍ଣ ପୋଡି ଯାଇଛି । ବିଧାୟକଙ୍କ ଗାଡି ଆଂଶିକ ପୋଡିଛି । ଏ ପର୍ଯ୍ୟନ୍ତ କିପରି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ । ଏହି ଘଟଣାରେ ସବୁ ଦିଗରୁ ଯାଞ୍ଚ କରାଯାଉଛି ବୋଲି ଏସପି କହିଛନ୍ତି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.