ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ଘର ଭିତରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା; ନ୍ୟାୟ ପାଇଁ ଏସପିଙ୍କ ଦ୍ଵାରସ୍ଥ ହେଲେ ପରିବାର ବର୍ଗ ଓ ପଡାବାସୀ

Published By : Bijay Swain | July 5, 2025 5:26 PM

ପାଟଣାଗଡ଼ ୫/୭ (ଆପ୍ର): ପାଟଣାଗଡ ଥାନା ଅନ୍ତର୍ଗତ ଭଇଁଷା ଗାଁର ନୂଆପଡାରେ ଜଣେ ନାବାଳିକାର ଝୁଲନ୍ତା ମୃତଦେହ ଜୁନ ୧୫ ରେ ଘର ଭିତରୁ ପୁଲିସ ଉଦ୍ଧାର କରିଥିଲା । ଉକ୍ତ ନାବାଳିକା ଜଣକ ଉକ୍ତ ଗାଁର ମଧୁସୂଦନ ବର୍ଗେଙ୍କ ଏକ ମାତ୍ର ଝିଅ ଭୂମୀସୁତା ବର୍ଗେ । ଅପରପକ୍ଷରେ ପଡୋଶୀ ଘରର ମା, ଝିଅ ଓ ବୋହୂ ମିସି ଭୂମିସୁତାଙ୍କୁ ତଣ୍ଡିଚିପି ହତ୍ୟା କଲାପରେ ଘରେ ଥିବା ଏକ ଧୋତିରେ ଆତ୍ମହତ୍ୟାର ରୁପ ଦେଇଥିବା ମୃତ ନାବାଳିକାଙ୍କ ବାପା ଓ ମାମୁଁ ଗତ ୧୬ ତାରିଖ ଦିନ ପାଟଣାଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । 

ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା କହି ପରିବାର ବର୍ଗଙ୍କୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ରହସ୍ୟ ଜଣାପଡିବ ବୋଲି ଦିନ ଗଡାଇଚାଲିଥିଲା । ଏହି ପରିପ୍ରେକ୍ଷୀରେ ଗତକାଲି ପରିବାର ବର୍ଗଙ୍କ ସହ ଉକ୍ତ ପଡାର ୫୦ ରୁ ଉର୍ଦ୍ଧ୍ୱ ମହିଳା ବଲାଙ୍ଗୀର ଏସପିଙ୍କୁ ସାକ୍ଷାତକରି ଲିଖିତ ଭାବରେ ମୃତ ନାବାଳିକାର ବାପା ମଧୁସୂଦନ ଅଭିଯୋଗ କରିଥିଲେ । ଏସପି ଅଭିଲାସ ଜି ପରିବାର ବର୍ଗ ଏବଂ ପଡ଼ା ବାସୀଙ୍କ ଅଭିଯୋଗ ଉପରେ ବିଚାର ପୁର୍ବକ ପାଟଣାଗଡ ଥାନାକୁ ଘଟଣା ସମ୍ପର୍କରେ ପଚାରିବା ସହ ଅଭିଯୋଗ କାରିଙ୍କ ଅଭିଯୋଗ ଆଧାରରେ ପୁନର୍ବାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । 

ଏସପିଙ୍କ ନିର୍ଦ୍ଦେଶ ପରେ ପାଟଣାଗଡ ପୁଲିସର ଏକ ଟିମ ଉକ୍ତ ଗାଁ ନୁଆପଡାର ମାଁ ଭାରତୀ ବାରଲେଣ୍ଡିଆ, ଝିଅ ପୁଷ୍ପା ବାରଲେଣ୍ଡିଆ ଏବଂ ବୋହୂ ଝର ବାରଲେଣ୍ଡିଆକୁ ଗତକାଲି ରାତ୍ରିସମୟରେ ତାଙ୍କ ଘରୁ  ଥାନାକୁ ଉଠାଇ ନେଇଥିଲା ।  ଖବର ଲେଖା ହେବା ପର୍ଯ୍ୟନ୍ତ ସେମାନଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଥିବା ଏସିଆଇ ବିଶ୍ଵରଞ୍ଜନ ମହାନ୍ତିଙ୍କ ଠାରୁ ଜଣାପଡିଛି । ଏପରିକି ସୋମବାର ଦିନ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହି ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ସେ ପ୍ରକାଶ କରିଛନ୍ତି । 

ମୃତ ନାବାଳିକାଙ୍କ ବାପା ଗତକାଲି ଏସପିଙ୍କୁ ଦେଇଥିବା ଅଭିଯୋଗ ପତ୍ରରେ ଘଟଣାଦିନ ଦିନ ୧୦ ଟା ସମୟରେ ପୁଷ୍ପା ବାରଲେଣ୍ଡିଆ ଏବଂ ଝର ବାରଲେଣ୍ଡିଆ ମଧ୍ୟାହ୍ନ ୧ ଟା ସମୟରେ ଉଭୟେ ମୋ ସ୍ତ୍ରୀ ବନିତାକୁ ତୁମର ଝିଅ ବେଶି ହେଉଛି ଆମକଥା ନମାନିଲେ ଆମେ ତାକୁ ବାଡେଇବୁ ବୋଲି ଫୋନଯୋଗେ ଧମକ ଦେଇଥିଲେ । ପ୍ରତି ଉତ୍ତରରେ ମୋ ସ୍ତ୍ରୀ ବନିତା ସେମାନଙ୍କୁ ମୋ ଝିଅର ମୁଣ୍ଡ ଦରଜ ଔଷଧ ପାଇଁ ବନ୍ଦପଡା ଫାଣ୍ଡି ଶିବତିଲା ଗାଁକୁ ଆସିଛି । ତମେ ସେମିତି କିଛି କରନାହିଁ । ଆମେ ଘରକୁ ଗଲାପରେ ଆପୋସ ସମାଧାନ କରିବା ବୋଲି ଅନୁରୋଧ କରିଥିଲେ । 

ପ୍ରକାଶ ଯେ, ଦିନ ମଜୁରିଆ ଭାବେ କାମ କରୁଥିବା ମଧୁସୂଦନ ବର୍ଗେ ଓ ବନିତା ବନଗୁଲାଙ୍କ ଝିଅ ଭୁମିସୁତାର ମୁଣ୍ଡବିନ୍ଧା ରୋଗ ଲାଗି ରହିଥିଲା । ଏହି ଘଟଣା ଦିନ ଭୁମିସୁତାଙ୍କ ମାଁ ଶିବତିଲା ଗାଁକୁ ଔଷଧ ଆଣିବାକୁ ଯାଇଥିଲେ । ଅପରପକ୍ଷରେ ବାପା ସକାଳୁ ଚୁଡାପାଲିକୁ ଦିନ ମଜୁରିଆ କାମ କରିବାକୁ ଯାଆଥିଲେ । ଘରକୁ ସ୍ବାମୀ ସ୍ତ୍ରୀ ଦୁହେଁ ଫେରିବା ପୁର୍ବରୁ ପଡୋଶୀ କାକା ଖୁଡିଙ୍କ ଠାରୁ ଭୁମିସୁତାଙ୍କ ମୃତଦେହ ଏକ ଧୋତିରେ ଘର ଛାତରେ ଲାଗିଥିବା ଏକ କାଠରେ ଝୁଲୁଥିବାର ଖବରପାଇ ଘରେ ପହଞ୍ଚିଥିଲେ । କାଳେ ଝିଅ ବଞ୍ଚିଛି ଭାବି ଝିଅର ଝୁଲନ୍ତା ମୃତଦେହକୁ ବାପା ମା ଓ ମାଁମୁ ଉଦ୍ଧାର କରିଥିଲେ । ହେଲେ ଭୁମିଶୁତାଙ୍କ ମୃତ୍ୟୁ ହୋଇଥିବା ଜାଣି ଗ୍ରାମରକ୍ଷିଙ୍କ ସହାୟତାରେ ପୁଲିସକୁ ଖବର ଦେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.