ଖପ୍ରାଖୋଲ ୮/୭( ଆ ପ୍ର) : ଖପ୍ରାଖୋଲ ବ୍ଲକ ସ୍ଥାନୀୟ ଉପ ବଜାର କେନ୍ଦ୍ର ଠାରେ ବ୍ଲକ ଡ୍ରାଇଭର ସଂଘ ତରଫରୁ ୭ ଦଫା ଦାବି ନେଇ ଷ୍ଟିୟରିଂ ଛାଡ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ବ୍ଲକ ଡ୍ରାଇଭର ସଂଘ ସଭାପତି ଦିଲୀପ ନାଏକଙ୍କ ନେତୃତ୍ୱରେ ବ୍ଲକର ଶତାଧିକ ଡ୍ରାଇଭରମାନେ ଡ୍ରାଇଭର ସଂଘର ଡାକରାରେ ୭ ଦଫା ଦାବି ନେଇ ଷ୍ଟିୟରିଂ ଛାଡ କରି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଫଳରେ ପରିବହନ ଠାରୁ ଆରମ୍ଭ କରି ଲୋକଙ୍କ ଯାତାୟାତ ରେ ବ୍ୟାପକ ଅସୁବିଧା ହେଉଥିବା ଦେଖିବାକୁ ମିଳୁଛି।
ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିୟରିଂ ଛାଡ କରାଯିବ ବୋଲି ସଂଘ ତରଫରୁ ପ୍ରକାଶ କରାଯାଇଛି । ଆନ୍ଦୋଳନରେ ସମ୍ପାଦକ ସିମାଞ୍ଚଳ ସାହୁ , ଉପ ସଭାପତି ରାଜୁ ମାଝୀ , ବ୍ଲକ ଆଡମିନ ଧନୁର୍ଦ୍ଧର ବାରିକ , ଅନ୍ତର୍ଯ୍ୟାମୀ ସେଠ, ନୃପ ମାଝୀ , ସୁରେନ୍ଦ୍ର ସାହୁ , ମୋହନ ଭୁଏ, ଫକୀର ପଧାନ, ମଧୁ ମେହେର ଓ ଶତାଧିକ ଡ୍ରାଇଭର ସାମିଲ ହୋଇଥିଲେ।