ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

ହିତାଧିକାରୀଙ୍କୁ ରାସନକାର୍ଡ଼ ବାଣ୍ଟିଲେ ମନ୍ତ୍ରୀ

Published By : Prameya | May 16, 2025 6:56 PM

ଗଁଦିଆ,୧୬/୫ : ଗଁଦିଆ ବ୍ଲକ ସଭାଗୃହ ପରିସରରେ ରାସନ କାର୍ଡ଼ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମ ପର୍ଯ୍ୟାୟରେ ୩୦ଜଣ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ କରିଥିଲେ। 

ବ୍ଲକ ଯୋଗାଣ ଅଧିକାରୀ ରଞ୍ଜନ କୁମାର ନାୟକଙ୍କ କହିବା ଅନୁସାରେ ଏ ପର୍ଯ୍ୟନ୍ତ ୧୦୭ଜଣ ନୂଆ ହିତାଧିକାରୀ ଚୟନ ହୋଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ସମସ୍ତ ହିତାଧିକାରୀ ଚୟନ କରି କାର୍ଡ଼ ବଣ୍ଟନ କରାଯିବ। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ, ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ବିଶ୍ୱଭୂଷଣ କର, ବ୍ଲକ ସହକାରୀ ଯନ୍ତ୍ରୀ ସଚିତାନନ୍ଦ ମାଦେଳି ଯୋଗ ଦେଇଥିଲେ। ଶେଷରେ ପୋରୁହଖୋଜ ସରପଞ୍ଚ ରତିକାନ୍ତ ସାହୁ ଧନ୍ୟବାଦ ଦେଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.