ଭୁବନେଶ୍ୱର, ୧୦।୧୧: ମାର୍ଗଶୀର ମାସ ଗୁରୁବାର ମା’ ଲକ୍ଷ୍ମୀଙ୍କ ବାର । ଏହି ଦିନ ମାଣ ବସାଇ ମହିଳାମାନେ ମା’ ଲକ୍ଷ୍ମୀଙ୍କୁ ପୂଜା କରିଥାନ୍ତି । ଚଳିତ ବର୍ଷ ନଭେମ୍ୱର ୨୧ରେ ମାଣବସାର ପ୍ରଥମ ଗୁରୁବାର ପଡ଼ୁଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ସମସ୍ତ ମହିଳାଙ୍କୁ ଏନେଇ ଏକ ଅନୁରୋଧ କରିଛନ୍ତି । ଶ୍ରୀ ଅନ୍ନ ଓ ବିସ୍ତୃତ ଖାଦ୍ୟ ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ମାଣବସା ଗୁରୁବାରରେ ମାଣ୍ଡିଆ ଓ ମାଣ୍ଡିଆ ଦ୍ୱାରା ପ୍ରସ୍ତୁତ ଭୋଗ ଲାଗି କରିବାକୁ ରାଜ୍ୟର ସମସ୍ତ ମା’ ମାନଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମାଣ୍ଡିଆ ଦ୍ୱାରା ପ୍ରସ୍ତୁତ ବ୍ୟଞ୍ଜନ ପରିବାର ଲୋକଙ୍କୁ ଖୁଆଇବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।
ମିଲେଟ୍କୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ କୃଷି ବିଭାଗର ଉଦ୍ୟମ । କୃଷି ବିଭାଗ ପକ୍ଷରୁ ଆୟୋଜିତ ଶ୍ରୀଅନ୍ନ ଓ ବିସ୍ମୃତ ଖାଦ୍ୟ ଆନ୍ତର୍ଜାତିକ ସମ୍ମିଳନୀ ହୋଇଛି । ଲୋକସେବା ଭବନରେ ଆୟୋଜିତ ଏହି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି । ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୧୭୭ ବ୍ଲକ୍ରେ ମାଣ୍ଡିଆ ଚାଷ ହେଉଛି । ବର୍ତ୍ତମାନ ମିଲେଟ୍ ହବ୍ ପାଇଁ ବାତାବରଣ ସୃଷ୍ଟି ହୋଇଛି । ମାଣ୍ଡିଆ ଉତ୍ପାଦନ ଓ ବିକ୍ରିବଟା ପାଇଁ ଗୁରୁତ୍ଵ ଦେଉଛନ୍ତି । ମାଣ୍ଡିଆର ଚାହିଦା ବୃଦ୍ଧି ସହ ଚାଷୀ କିପରି ଆଗ୍ରହ ପ୍ରକାଶ କରିବ ସେନେଇ ଯୋଜନା ହେଉଛି । ଆଗକୁ ରପ୍ତାନି ବ୍ୟବସ୍ଥା ବି କରାଯିବ । ସରକାରୀ କ୍ୟାଣ୍ଟିନ୍, ସ୍କୁଲ ଓ ଡାକ୍ତରଖାନାକୁ ମାଣ୍ଡିଆ ଯୋଗାଇ ଦେବାକୁ ବ୍ୟବସ୍ଥା ହେବ । ବାଜରା, ଜୱାର ଓ ମାଣ୍ଡିଆ ଆଦୃତ ହୋଇଛି ।
ମାଣ୍ଡିଆରେ ଧାନଠାରୁ ୧୦ଗୁଣ ଖାଦ୍ୟ ତନ୍ତୁ ରହିଛି । କ୍ଷୀରଠାରୁ ୩ ଗୁଣା କ୍ୟାଲସିୟମ୍ ରହିଛି । ଶ୍ରୀ ଅନ୍ନ ସୁପର୍ ଫୁଡ୍ର ମାନ୍ୟତା ପାଇଛି । ସବୁ ସ୍ଥାନରେ ମାଣ୍ଡିଆ ଦ୍ଵାରା ପ୍ରସ୍ତୁତ ଖାଦ୍ୟ ପରସା ଯାଉଛି । ଅଧିକ ମାଣ୍ଡିଆ ଚାଷ ଓ ଉତ୍ପାଦନ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରାଯାଇଛି । ଲୋକଙ୍କ ଥାଳିରେ ମାଣ୍ଡିଆ ପହଞ୍ଚିବା ସରକାରଙ୍କ ଲକ୍ଷ । ଏହା ହୋଇପାରିଲେ ସଫଳ ବୋଲି ଧରାଯିବ। ମିଡ ଡେ ମିଲ ରେ ମାଣ୍ଡିଆ ଦିଆଯାଉଛି। ସାଧାରଣ ଲୋକଙ୍କ ଥାଳିରେ ପହଞ୍ଚିବ । ସବୁ ଲୋକଙ୍କ ଥାଳିରେ ମାଣ୍ଡିଆ ପହଞ୍ଚାଇବା ସରକାରଙ୍କ ଉଦ୍ଦେଶ୍ୟ । ମିଡ୍ ଡେ’ ମିଲ୍ରେ ମାଣ୍ଡିଆ ଦିଆଯାଉଛି । ଆଗକୁ ଲୋକଙ୍କ ଥାଳିରେ ବି ମାଣ୍ଡିଆ ପହଞ୍ଚିବ । ଏଭଳି ହୋଇପାରିଲେ ସରକାର ତାଙ୍କ ଲକ୍ଷ୍ୟରେ ସଫଳ ହେବେ ବୋଲି ଧରାଯିବ । ରାନ୍ଧଣା ଶୈଳୀ ବଦଳାଇବା ସହ ଅଧିକ ଆଦୃତ କରିବାକୁ ଫୁଡ୍ ବ୍ଲଗରଙ୍କ ସହାୟତା ନିଆଯିବ ।