ପ୍ରମୂଖ ଖବର
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

ଜାନୁୟାରୀ ୨୯ରେ ମୌନୀ ଅମାବାସ୍ୟା, ଜାଣନ୍ତୁ ବ୍ରତ ଧାରଣ କରିବାର ବିଧି...

Published By : Prameya | January 20, 2025 2:49 PM

ନୂଆଦିଲ୍ଲୀ ୨୦/୦୧: ମାଘମାସ ଅମମାବାସ୍ୟ ତିଥିରେ ପାଳନ ହୁଏ ପବିତ୍ର ମୌନୀ ଅମାବାସ୍ୟା । ଏଥର ଇଂରାଜୀ କାଲେଣ୍ଡର ଅନୁଯାୟୀ ଜାନୁୟାରୀ ୨୯ ତାରିଖରେ ପାଳନ ହେବାକୁ ଯାଉଛି ମୌନୀ ଅମାବାସ୍ୟା । ଏହାର  ଅନ୍ୟନାମ ‘ମାଘି ଅମାବାସ୍ୟା’ ମଧ୍ୟ କୁହାଯାଏ । ଏହି ଅମାବାସ୍ୟା ତିଥିରେ ଗଙ୍ଗାସ୍ନାନ ମହାପୁଣ୍ୟଦାୟୀ । ମହାକୁମ୍ଭ ଅବସରରେ ପ୍ରୟାଗରାଜରେ ତ୍ରିବେଣୀ ସଙ୍ଗମରେ ମୌନୀ ଅମାବାସ୍ୟାରେ ‘ସାହୀ ସ୍ନାନ’ ହୋଇଥାଏ । ଅର୍ଥାତ୍‌ ବିଭିନ୍ନ ଆଖଡ଼ାର ସାଧୁସନ୍ଥମାନେ ସଙ୍ଗମରେ ବୁଡ଼ ପକାଇଥାନ୍ତି । 

ମୌନୀ ଅମାବାସ୍ୟା ବ୍ରତ ପାଳନ କରୁଥିବା ବ୍ୟକ୍ତିମାନେ ସେହି ଦିନ ମୌନ ବ୍ରତ ଧାରଣ କରିବାର ବିଧି ରହିଛି । ସମ୍ପୂର୍ଣ୍ଣ କଥା ନକହି ଅଥବା ଅଯଥା ତଥା କୁବାକ୍ୟ କହିବାରୁ ବିରତ ରହିବା ସହିତ ଚିତ୍ତ ଚଞ୍ଚଳତାରୁ ମୁକ୍ତ ହୋଇ ଦିବ୍ୟସତ୍ତା ପ୍ରତି ଉନ୍ମୁକ୍ତ ହେବାର ପ୍ରୟାସ କରିବା ମୌନୀ ଅମାବାସ୍ୟା ବ୍ରତର ମୁଖ୍ୟ ଲକ୍ଷ୍ୟ । ମୌନୀ ଅମାବାସ୍ୟା ଦିନ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ କରାଯାଇଥାଏ । ଏଥିସହିତ କଳାତିଳ ଦାନ କରାଯାଇଥାଏ । ବସ୍ତ୍ର ଦାନ,ବ୍ରାହ୍ମଣ ଭୋଜନ କରାଇବାର ବିଧି ମଧ୍ୟ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.