ପ୍ରମୂଖ ଖବର
  • ଗାଁ ନିକଟରେ ବୁଲୁଛନ୍ତି ଗୋଠଛଡ଼ା ମା’-ଛୁଆ ହାତୀ, ଭୟଭୀତ ଲୋକେ
  • ||
  • ଝିଅ ବାହାଘର ପାଇଁ ଜମି ବିକ୍ର କରି ରଖିଥିଲେ ଟଙ୍କା ଏବଂ ସୁନା, କଳାକନା ବୁଲାଇଦେଲେ ଦୁର୍ବୃତ୍ତ
  • ||
  • ବ୍ଲାକ୍‌ମେଲ୍‌ ଓ ସେକ୍ସଟର୍ସନ୍‌ର ଶିକାର ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ମାମଲା, ୫ ଦିନିଆ ରିମାଣ୍ଡରେ ନାଇଜେରୀୟ ଠକ
  • ||
  • ବିଧାନସଭା ବଜେଟ ଅଧିବେଶ, ଗିନି ଘଣ୍ଟମାଡ଼ ଧୋଇଗଲା ପ୍ରଶ୍ନକାଳ, ଦିନ ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ
  • ||
  • ଆଇପିଏଲ୍ ୨୦୨୫: ଆଜି ଗୁଜରାଟ ଟାଇଟନ୍ସ-ପଞ୍ଜାବ କିଙ୍ଗ୍‌ସ ଲଢ଼େଇ, ଫୋକସ୍‌ରେ ପଣ୍ଟିଂ-ଆୟର ଯୋଡ଼ି
  • ||
  • ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା-ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ଏକକାଳୀନ ୯ଟି ସ୍ଥାନରେ ରେଡ୍
  • ||
  • ବିଧାନସଭାରେ ଅଚଳାବସ୍ଥା ଜାରି, ଶାସକ-ବିରୋଧୀଙ୍କ ଜିଦ ଯୋଗୁଁ ଚାଲିପାରୁନି ଗୃହ
  • ||
  • ନନ୍ଦନକାନନ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା, ସ୍ଥାୟୀ ନିଯୁକ୍ତି ଦାବିରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ
  • ||
  • ରାଜ୍ୟରେ ବଦଳିବ ପାଗର ମିଜାଜ୍, ଉପରମୁହାଁ ​‌ହେବ ପାରଦ: ୩ ଦିନରେ ୫ ଡିଗ୍ରୀ ବଢ଼ିବ ତାତି
  • ||

ବାରବାଟୀ ପିଚ୍ ନିରୀକ୍ଷଣ କଲେ ମ୍ୟାଚ ରେଫରୀ

Published By : Prameya | February 8, 2025 6:08 PM

କଟକ, ୮।୨ : ରବିବାର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଭାରତ- ଇଂଲଣ୍ଡ ଦିନିକିଆ ମ୍ୟାଚ। ସେଥିପାଇଁ   ଶନିବାର ମ୍ୟାଚ ରେଫରୀ ଜଭାଗାଲ ଶ୍ରୀନାଥ ବାରବାଟୀର ପିଚ ନିରୀକ୍ଷଣ କରିଛନ୍ତି । ଶ୍ରୀନାଥ ଏବଂ ବିସିସି ଆଇ ଚିଫ କ୍ୟୁରେଟର ବାରବାଟୀ ଗ୍ରାଉଣ୍ଡରେ ପହଞ୍ଚିଥିଲେ।  ତାଙ୍କ ସହ ଆଇସିସିର ଏକ ପ୍ରତିନିଧି ମଣ୍ଡଳୀ ମଧ୍ୟ ବାରବାଟୀର ପିଚ ନିରୀକ୍ଷଣ କରିଛନ୍ତି। 

ବାରବାଟୀ ଦିନିକିଆ ପାଇଁ ୨ ଟି ପିଚ ପ୍ରସ୍ତୁତ କରାଯାଇଛି। ଗୋଟିଏ ବ୍ଲାକ ସଏଲ ପିଚ ଅନ୍ୟଟି ରେଡ ସଏଲରେ ପ୍ରସ୍ତୁତ ହୋଇଥିବା ପିଚ୍। ଉଭୟ ପିଚ ମ୍ୟାଚ ଉପଯୋଗୀ ବୋଲି ପୂର୍ବରୁ ଭେନ୍ୟୁ ମ୍ୟାନେଜର କହିସାରିଛନ୍ତି। କିନ୍ତୁ କେଉଁ ପିଚରେ ଖେଳ ହେବ, ତାର ଚୂଡାନ୍ତ ନିଷ୍ପତ୍ତି ମ୍ୟାଚ ରେଫରୀ ନେବେ।

ଅନ୍ୟପକ୍ଷରେ ଟିମ ଇଣ୍ଡିଆର ଖେଳାଳିମା‌ନେ ଶନିବାର ଭୁବନେଶ୍ବରରୁ ବାରବାଟୀ ଷ୍ଟାଡିୟମରେ ପହଞ୍ଚି ଅଭ୍ୟାସ କରିଛନ୍ତି। ମ୍ୟାଚ ଦିବସ ଯେତେ ପାଖେଇ ଆସୁଛି  ଲୋକଙ୍କ ଉତ୍ସାହ ସେତିକି ବଢ଼ି ବଢ଼ି ଚାଲିଛି ।  ପୂର୍ବରୁ ବାରବାଟୀରେ ଏହି ଦୁଇ  ଦଳ ମୋଟ୍‌ ୫ ଥର ମୁହାଁମୁହିଁ ହୋଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.