ଭଂଜନଗର, ୨୫/୦୭(ଆପ୍ର): ଭଂଜନଗର ଉପଖଣ୍ଡ ପୋଲିସ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ଥାନା ପୋଲିସକୁ ମିଳିଲା ବଡ଼ ସଫଳତା। ଏହି ଥାନା ଅନ୍ତର୍ଗତ ତରଫ ଗାଁକୁ ଲାଗି ରହିଥିବା ଜଙ୍ଗଲ ନିକଟରେ ଚାଲିଥିବା ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରି ୧୯ ଜଣ ଜୁଆଡିଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ, ୪ ଲକ୍ଷ ୪ ହଜାର ଟଙ୍କା ଜବତ କରିବା ସହ ୨ ଟି କାର୍ , ୫ ଟି ବାଇକ୍, ୧୯ ଟି ମୋବାଇଲ ମଧ୍ୟ ଜବତ କରାଯାଇଛି ।
ଖବର ମୁତାବକ, ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଅଞ୍ଚଳରେ ଜୁଆ ଖେଳ ଚାଲୁଥିବା ନେଇ ପୁଲିସକୁ ସୂଚନା ମିଳିଥିଲା । ଆଗୁଆ ସୂଚନା ପାଇବା ପରେ ଗଂଜାମ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଭଂଜନଗର ଏସଡିପିଓ ଡ. ଦୀପକ୍ କୁମାର ମିଶ୍ରଙ୍କ ନେତୃତ୍ବରେ ଭଞ୍ଜନଗର ଓ ଜଗନ୍ନାଥପ୍ରସାଦ ପୋଲିସ ଟିମ୍ ଘଟଣାସ୍ଥଳରେ ଚଢାଉ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲେ । ତେବେ ଏହି ଘଟଣାର ଅଧିକ ତଦନ୍ତ ଚାଲିଥିବା ନେଇ ଭଂଜନଗର ଏସଡ଼ିପିଓ ଡକ୍ଟର ମିଶ୍ର ସୂଚନା ଦେଇଛନ୍ତି।