ଦିଗପହଣ୍ଡି, ୨୧/୭(ଆପ୍ର): ଦିଗପହଣ୍ଡି ବ୍ଲକରେ ଝାଡାଵନ୍ତିର ପ୍ରକୋପ ଥମିବାର ନା ନେଉନି। ଗୋଟିଏ ଗାଁରେ ସ୍ୱାଭାବିକ ହୋଇଥିବାବେଳେ, ଅନ୍ୟ ଗାଁରେ କାୟା ବିସ୍ତାର କରୁଛି। ଦିଗପହଣ୍ଡି ବ୍ଲକ ଏସ. ଟିକରପଡା ପଞ୍ଚାୟତ ଅନ୍ତର୍ଗତ ଓସ୍ଥାପଲ୍ଲୀ ଗାଁରେ ଝାଡାଵନ୍ତି ତିନି ଜଣଙ୍କ ଜୀବନ ନେଇଥିବା ବେଳେ ଏବେ ଏହି ବ୍ଲକ ଅନ୍ତର୍ଗତ ଫସିଗୁଡା ଗାଁରେ ଏହାର ପ୍ରକୋପ ଦେଖିବାକୁ ମିଳିଛି। ଏଥିରେ ଗାଁ ୬ ଜଣ ଝାଡାଵନ୍ତିରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ବଡ଼ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ଗ୍ରାମର ନୁଆ ସାହିର ବୋଲି ସୂଚନା ମିଳିଛି।
ସେମାନଙ୍କ ମଧ୍ୟରୁ ଜଣେ ୬୫ ବର୍ଷିୟ ବୃଦ୍ଧ କାଶୀନାୟକ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଅନ୍ୟ ସମସ୍ତ ରୋଗୀ ଚିକିତ୍ସାଧୀନ ଅଛନ୍ତି। ସେମାନେ ହେଲେ ସୁବୁଦ୍ଧି ପ୍ରଧାନ(୬0), ସିମାଞ୍ଚଳ ମଣ୍ଡଳ (୫୫) ଓ ପୂଜା ନାୟକ(୧୨)। ଏନୋଇ ବ୍ଲକ ଉପାଧ୍ୟକ୍ଷ ସୁକାନ୍ତି ପ୍ରଧାନଙ୍କ ସ୍ଵାମୀ ନକୂଳ ପ୍ରଧାନ ସୂଚନା ଦେଇଛନ୍ତି।
ସୂଚନା ପ୍ରକାରେ ଗତ ଚାରିଦିନ ତଳେ କାଶୀ ନାୟକ ଝାଡାଵନ୍ତିରେ ଆକ୍ରାନ୍ତ ହୋଇଥିଲେ ତାଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନନ୍ତର କରାଯାଇଥିଲା। ଆଜି ପାହାନ୍ତିଆ ସମୟରେ ସିମାଞ୍ଚଳ ନାୟକ ଓ ପୂଜା ନାୟକ ଆକ୍ରାନ୍ତ ହେବାରୁ ତାଙ୍କୁ ସଂଗେ, ସଂଗେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ସମ୍ପର୍କରେ ଉପାଧ୍ୟକ୍ଷ ସୁକାନ୍ତି ପ୍ରଧାନ ଦିଗପହଣ୍ଡି ବିଡ଼ିଓ ଅନାମିକା ପାଣ୍ଡେ, ବୋମକେଇ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ସୁପରୀଟେଣ୍ଡେଣ୍ଟଙ୍କୁ ଅବଗତ କରାଯାଇଛି।
ସୋମବାର ଏନେଇ ଏକ ଡାକ୍ତରି ଦଳ, ଅଙ୍ଗନବାଡି କର୍ମୀ ପ୍ରଭାବିତ ନୁଆସାହିକୁ ଯାଇ ଘାଟଣା ସମ୍ପର୍କରେ ଲୋକମାନଙ୍କ ସହ ଆଲୋଚନା କରିଛନ୍ତି। ସାହିରେ ତିନି ଗୋଟି ନାଳକୂପ ରହିଛି। କେଉଁ କାରଣ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଲା ସେ ସମ୍ପର୍କରେ ଫସିଗୁଡା ସରପଞ୍ଚ ଗୌରୀ ବିଷୋୟୀ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା ଚଳାଇଛନ୍ତି।