ବେଗୁନିଆପଡା, ୨୧।୭ : ବେଗୁନିଆପଡା ଥାନା ଅନ୍ତର୍ଗତ ସୁମଣ୍ଡଳ ଠାରୁ ଅଙ୍ଗାର ଗାଁ ମୁଖ୍ୟ ରାସ୍ତାର ସାଙ୍କୁଡା ନିକଟସ୍ଥ ଗୁଣ ସାଗର ବନ୍ଧ ନିକଟରେ ଏକ ଜେସିବି ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। କ୍ଷତି ପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ମୃତକ ଜଣକ ହେଲେ ତାଳସର ଗ୍ରାମର ଗାୟତ୍ରୀ ସ୍ୱାଇଁ (୪୦)।
ଗାୟତ୍ରୀ ନିଜ ପୁତୁରାଙ୍କ ବାଇକ ରେ ବସି ନିଜ ଗ୍ରାମକୁ ଆସୁଥିଲେ। ବାଇକ ଆଗରେ ୨ ଜଣ ପିଲା ହଠାତ ବାଇକ ଆଗକୁ ଆସିବା ବେଳେ ବାଇକ ଭାରସାମ୍ୟ ହରାଇଥିଲା । ଏହି ସମୟରେ ପଛରୁ ଆସୁଥିବା ଏହି ଜେସିବି ଗାଡି ତାଙ୍କୁ ଧକ୍କା ଦେବା ସହ ଚକା ତଳେ ଗାୟତ୍ରୀ ପଡିଯାଇ ଘଟଣା ସ୍ଥଳରେ ମୃତ୍ୟୁଘଟିଥିଲା। ସେହି ସ୍ଥାନରୁ ଜେସିବି ଟି ଚାଲିଯାଇଥିଲା। ପରେ ଉତ୍ତ୍ୟକ୍ତ ଲୋକେ ଘଟଣା ସ୍ଥଳରେ ପହଂଚି ରାସ୍ତା ଅବରୋଧ କରିଥିଲେ। ପରେ ବେଗୁନିଆପଡା ପୋଲିସ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝା ସୁଝା କରିଥିବା ସହ ତଦନ୍ତ ଜାରି ରଖିଛି।