ପ୍ରମୂଖ ଖବର
  • ଝାଡ଼ଖଣ୍ଡରେ ଏନ୍‌କାଉଣ୍ଟର, ସୁରକ୍ଷାବାହିନୀ ଗୁଳିରେ ଟଳିଲେ ୩ ନକ୍ସଲ, ସର୍ଚ୍ଚ ଅପରେସନ୍ ଜାରି
  • ||
  • ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଦିଲ୍ଲୀରୁ ଫେରିବା ପରେ ମନମୋହନଙ୍କ ବଡ଼ ବୟାନ: 'ଖୁବଶୀଘ୍ର ବିଜେପିର ନୂଆ ସାଂଗଠନିକ କମିଟି'
  • ||
  • ଖୁବ୍‌ଶୀଘ୍ର ଏସ୍‌ସିବିରୁ ଡିସ୍‌ଚାର୍ଜ ହେବେ ଜ୍ୟୋତିପ୍ରକାଶ, ସୋମବାର ଡାକ୍ତରୀ ଟିମର ଜରୁରି ବୈଠକ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଦିଲ୍ଲୀ ଏମ୍‌ସରେ ମୁହଁ ଖୋଲିଲେ ବଳଙ୍ଗା ପୀଡ଼ିତା: ବଖାଣିଲେ ସାଂଘାତିକ ସତ, ମାଜିଷ୍ଟ୍ରେଟ୍‌, ଡାକ୍ତରଙ୍କ ସାମ୍ନାରେ ବୟାନ ରେକର୍ଡ
  • ||
  • ଶନିବାର କଟକରେ ସରକାରୀ ଛୁଟି ବାତିଲ୍‌, ବର୍ଷା ଓ ଜଳବନ୍ଦୀ ପାଇଁ ସତର୍କତା
  • ||
  • ମନ୍ତ୍ରିମଣ୍ଡଳ ଅଦଳବଦଳ ଖୁବ୍‌ଶୀଘ୍ର; ବାଦ୍‌ ପଡ଼ିବେ ସବୁ ଅପାରଗ, ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ
  • ||
  • ବଳ ଗୋଟାଉଛି ଅବପାତ: ଆଜି ପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଏସ୍‌ଆରସିଙ୍କ ସତର୍କତା
  • ||

ବିକୃତ ମାନସିକତା: ଗାଈକୁ ଏସିଡ୍‌ ମାଡ଼, ବ୍ୟକ୍ତିଙ୍କ ନାଁରେ ଥାନାରେ ଅଭିଯୋଗ

Published By : Prameya | July 25, 2025 10:27 AM

ବ୍ରହ୍ମପୁର,୨୫/୦୭: ଘର ଆଗରେ ବୁଲୁଥିଲା ।  ଏହାକୁ ସହ୍ୟ କରି ପାରିଲେ ନାହିଁ । ଶେଷରେ ଗୃହପାଳିତ ଗାଈକୁ ଏସିଡ୍‌ ମାଡ଼ କରିଛନ୍ତି ଜଣେ ବ୍ୟକ୍ତି । ଏ ନେଇ  ଗୁରୁବାର ଟାଉନ୍‌ ଥାନାରେ ଅଭିଯୋଗ ହୋଇଛି ।  

ଅଭିଯୋଗ ଅନୁଯାୟୀ, ଗାନ୍ଧୀ ନଗର ଅଞ୍ଚଳର ଏମ୍‌.  ରାମକ୍ରିଷ୍ଣା ରାଓ ୭ରୁ ୮ଟି ଗାଈକୁ ପାଳନ କରୁଛନ୍ତି ।  କ୍ଷୀର ବିକ୍ରି କରି ସେ ପରିବାର ପୋଷଣ କରୁଛନ୍ତି ।  ଗତ ରବିବାର ଠାରୁ ତାଙ୍କର ଗୋଟିଏ ଗାଈ ଅସୁସ୍ଥ ହୋଇଥିଲା । ଗାଈର ଦେହ ଉପରେ କ୍ଷତ ଚିହ୍ନ ଦେଖିବାକୁ ପାଇଥିଲେ । ମଙ୍ଗଳବାର ପୁଣି ଆଉ ଏକ ଗାଈ ଉପରେ ଏକାଭଳି କ୍ଷତ ଥିବା ଦେଖିବାକୁ ପାଇଥିଲେ । ଆହତ  ଗାଈଙ୍କୁ ଗୁହାଳରେ ରଖି ଚିକିତ୍ସା କରିବା ସହ ଦୁଇଟି ଗାଈକୁ ବୁଲିବାକୁ ଛାଡ଼ିଥିଲେ । ଦୂରରୁ ରହି ଗାଈ ଉପରେ  ନଜର ରଖିଥିଲେ । ଏହି ସମୟରେ ମାରୁତି ବିହାରର ଜଣେ ବ୍ୟକ୍ତି ତାଙ୍କ ଗାଈ ଉପରକୁ ଏସିଡ୍‌ ଫିଙ୍ଗୁଥିବାର ଦେଖିବାକୁ ପାଇଥିଲେ । ଏନେଇ ପଚାରିବାରୁ ‘ତୁମ ଗାଈ ମୋ ଘର ସାମ୍ନାରେ ବୁଲି ଆବର୍ଜନା କରୁଛି’ ବୋଲି ବ୍ୟକ୍ତି  ଜଣଙ୍କ ଉତ୍ତର ଦେଇଥିଲେ । ଏହା ବିରୋଧରେ ରାମକ୍ରିଷ୍ଣା ପୁଲିସ ନିକଟରେ ଅଭିଯୋଗ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.