ପୁରୀ, ୨୫/୭ : ମହାପ୍ରଭୁଙ୍କ ଆଶିଷ ନେଇ କାର୍ଯ୍ୟରେ ଯୋଗ ଦେଲେ ପୁରୀର ନୂଆ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା। ମହାପ୍ରଭୁଙ୍କୁ ଦର୍ଶନ କରି ସେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ଅବସରରେ ଜିଲ୍ଲାକୁ ଆଗକୁ ନେବାକୁ ସମସ୍ତଙ୍କର ସକ୍ରିୟ ସହଯୋଗ କାମନା କରିଛନ୍ତି। ଏହା ପୂର୍ବରୁ ଦିବ୍ୟ ଜ୍ୟୋତି ପରିଡ଼ା ଗଞ୍ଜାମର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ। ଚଞ୍ଚଳ ରାଣାଙ୍କର ବିଏମସି କମିଶନର ଭାବେ ବଦଳି ହେବା ପରେ ତାଙ୍କୁ ପୁରୀ ଜିଲ୍ଲାପାଳ ଦାୟିତ୍ଵ ଦିଆଯାଇଛି।
ନୂତନ ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଉପଜିଲ୍ଲାପାଳ ରାଜ କିଶୋର ଜେନା ପ୍ରମୁଖ ସ୍ଵାଗତ କରିଛନ୍ତି। ପରେ ଅନ୍ୟ ବିଭାଗୀୟ ଅଧିକାରୀମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇଛନ୍ତି।