ପ୍ରମୂଖ ଖବର
  • ୨୧ରେ ଛତିଶା ନିଯୋଗ ବୈଠକ, ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ନୀତିକାନ୍ତିରେ ଲାଗିବ ମୋହର
  • ||
  • ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ: ଆସନ୍ତା୨୩ରେ ହୋଇପାରେ ଦଳ ଘୋଷଣା
  • ||
  • ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ ସ୍ଥାନରେ ଚଢାଉ
  • ||
  • ଲକ୍ଷ୍ନୌ: ଚଳନ୍ତା ସ୍ଲିପର୍‌ ବସ୍ ଭୟଙ୍କର ଅଗ୍ନିକାଣ୍ଡ, ୫ ଯାତ୍ରୀଙ୍କ ଚାଲିଗଲା ଜୀବନ,ଏକାଧିକ ଗୁରୁତର, ଦିଲ୍ଳୀରୁ ବିହାରକୁ ୬୦ ଯାତ୍ରୀଙ୍କୁ ନେଇ ଯାଉଥିଲା
  • ||
  • ଘଟଗାଁରେ ବନ ବିଭାଗର ଚଢ଼ାଉ ଜାରି, ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ
  • ||
  • ପ୍ରକାଶ ପାଇଲା ପ୍ରାଥମିକ, ମାଧ୍ୟମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର: ଆଜିଠୁ ଆବେଦନ, ଜୁନ୍‌ରେ ବଦଳି ନିର୍ଦ୍ଦେଶ
  • ||
  • ଜଳେଶ୍ୱର : ଚଢାଉ ବେଳେ ପୋଲିସ ଗାଡ଼ିକୁ ପିଟିଲା ବାଲି ବୋଝେଇ ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ୩ ପୋଲିସ କର୍ମଚାରୀ
  • ||
  • କାଶ୍ମୀର ପୁଲୱାମାରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ
  • ||
  • ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,୧୦ ଉଗ୍ରବାଦୀ ନିପାତ
  • ||
  • ଓୟୋରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ରାସ୍ତାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି ପୁଲିସ
  • ||
  • ଆଜିଠୁ ବଢ଼ିବ କାଳବୈଶାଖୀ, ୭ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ: ୨୧ରୁ କମିପାରେ ତାତି
  • ||

ବିବାହିତା ମହିଳାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା, ସ୍ୱାମୀ ହାତରେ ଧରାପଡ଼ି ବିଦ୍ୟୁତ ଖୁଣ୍ଟରେ ବନ୍ଧା ହେଲେ ୨ ଯୁବକ

Published By : Prameya | May 15, 2025 7:11 PM

କଣ୍ଟାବାଞ୍ଜି,୧୫/୫ : ବିବାହିତ ମହିଳାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା । ବିଦ୍ୟୁତ ଖୁଣ୍ଟରେ ବନ୍ଧା ହେଲେ ୨ ଯୁବକ। ଏହିଭଲି ଘଟଣା ଦେଖିବାକୁ ମିଳିଛି କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କୁର୍ଲି ଗାଁରେ। ଗାଁର ଜଣେ ଯୁବତୀ ଅନ୍ୟ ଗାଁରେ ବିବାହ କରିଛନ୍ତି। ସେ ତାଙ୍କ ବାପ ଘରକୁ ଆସିଥିବା ସମୟରେ ପାଟଣାଗଡ ଅଞ୍ଚଳର ଟିକେ ରାମ ଯୁଏଡ ନାମକ ଯୁବକ ଜଣକ ବିବାହିତ ମହିଳାଙ୍କୁ ପ୍ରେମ କରିଥିବା ନେଇ ଭେଟିବାକୁ ଆସିଥିଲେ।

ଏହି ସମୟରେ ବିବାହିତ ମହିଳାଙ୍କ ସ୍ବାମୀ ଉକ୍ତ ଯୁବକ ଟିକେ ରାମଙ୍କୁ ଧରି ବିଦ୍ୟୁତ ଖୁଣ୍ଟରେ ଦୌଡ଼ିରେ ବାନ୍ଧି ପକାଇଥିଲେ । ଯୁବକଙ୍କ ସହ ଆସିଥିବା ସହଯୋଗୀ ମିଶ୍ର ଯୁଏଡଙ୍କୁ ମଧ୍ଯ ବିଦ୍ୟୁତ ଖୁଣ୍ଟରେ ବାଧିଛନ୍ତି । ଘଟଣାସ୍ଥଳରେ କଣ୍ଟାବାଞ୍ଜି ପୋଲିସ ପହଞ୍ଚି ଦୁଇ ଜଣ ଯୁବକଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି । ଅନ୍ୟପଟେ ପୋଲିସ ଏହାକୁ ଗୁରୁତ୍ବ  ଦେଇ ଦୁଇ ପରିବାର ବର୍ଗଙ୍କୁ ଡାକି ପଚରାଉଚରା ମଧ୍ୟ କରିଛି । ନିଜ ରକ୍ତ ସମ୍ପର୍କୀୟ ଥିବା ମଧ୍ୟ ଜଣାପଡ଼ିଛି । ପ୍ରକୃତରେ ନିଜ ମାମୁଁ ପୁଅ ହେଉଛନ୍ତି ଟିକେରାମ ତେଣୁ ପୋଲିସ ମଧ୍ୟ ଦୁଇ ପକ୍ଷ ପରିବାର କଥା ଶୁଣି କୌଣସି ମାମଲା ରୁଜୁ କରି ନ ଥିବା କହିଛନ୍ତି ଥାନା ଅଧିକାରୀ ରଶ୍ମିତା ବେହେରା ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.