ପ୍ରମୂଖ ଖବର
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ

Published By : Rasmita Pradhan | July 8, 2025 11:15 AM

ଭୁବନେଶ୍ଵର, ୦୮/୦୭ : ସବୁ ପ୍ରତୀକ୍ଷାର ଅନ୍ତ। ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ। ବିଜେପି ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହେଲେ ମନମୋହନ। ସୋମବାର ଏକମାତ୍ର ପ୍ରାର୍ଥୀ ଭାବେ ଭରିଥିଲେ ନାମାଙ୍କନ। ଲଗାତର ଦ୍ଵିତୀୟ ଏବଂ ମୋଟ ଚତୁର୍ଥ ଥର ପାଇଁ ମନମୋହନ ସାମଲ ବିଜେପି ରାଜ୍ୟ ସଭାପତି ହୋଇଛନ୍ତି। ଏନେଇ ଆଜି କେନ୍ଦ୍ରୀୟ ନିର୍ବାଚନ ପର୍ଯ୍ୟବେକ୍ଷକ ବିଧିବଦ୍ଧ ଘୋଷଣା କରିଛନ୍ତି। ଏଥିପାଇଁ ଏକ ବିରାଟ ସମାବେଶର ଆୟୋଜନ ହୋଇଛି। 

ଗତ ନିର୍ବାଚନରେ ବିଜେପିର ସଫଳତା, ମେଣ୍ଟକୁ ଦୃଢ଼ ବିରୋଧ  ଓ ଦଳ ବିରୋଧରେ ଗ୍ରହଣୀୟତା ସହିତ ସରକାରଙ୍କ ସହ ଉତ୍ତମ  ସମନ୍ୱୟ ପାଇଁ ମନମୋହନଙ୍କୁ ଦଳ ରିପିଟ୍‌ କରିଛି ବୋଲି କୁହାଯାଉଛି ।  ତୃଣମୂଳସ୍ତରର ନେତାଙ୍କ ସହ ତାଙ୍କର  ଭଲ ସମ୍ପର୍କ ରହିଛି । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି । ତାଙ୍କ  ନେତୃତ୍ୱରେ ଦଳ ନିର୍ବାଚନ ଲଢ଼ିବ ।  ସେ ଚତୁର୍ଥ ଥର ପାଇଁ ବିଜେପି ସଭାପତି ହୋଇଛନ୍ତି । ପୂର୍ବରୁ ବିଶ୍ୱଭୂଷଣ ହରିଚନ୍ଦନ ଲଗାତର ୮ ବର୍ଷ ବିଜେପି ସଭାପତି ଥିଲେ । ମନମୋହନ ଆଗରୁ ତିନି ଥର ସଭାପତି ରହି ସାରିଛନ୍ତି । ସେ ସଭାପତି ଭାବେ ମୋଟ ୬ ବର୍ଷ ୩ ମାସ  କାମ କରିଛନ୍ତି । ଏବେ ଆଉ ତିନି ବର୍ଷ ନିର୍ବାଚିତ ହେଲେ  ଲମ୍ବା ଅବଧିର ସଭାପତି ଭାବେ ରେକର୍ଡ କରିବେ । 

ମନମୋହନଙ୍କ ଦୀର୍ଘ ରାଜନୈତିକ ଅଭିଜ୍ଞତା  ରହିଛି । ସେ ପ୍ରଥମେ ଅଖିଳ ଭାରତୀୟ ବିଦ୍ୟାର୍ଥୀ  ପରିଷଦ (ଏବିଭିପି)ରେ ଛାତ୍ର ନେତା ଭାବେ ରାଜନୀତିରେ ପାଦ ଦେଇଥିଲେ । ୧୯୭୯ ମସିହାରେ  ସେ ଭଦ୍ରକ କଲେଜ ଛାତ୍ର ସଂସଦ ସଭାପତି ନିର୍ବାଚିତ  ହୋଇଥିଲେ । ୧୯୭୯ରୁ ୧୯୮୧ ମସିହା ଯାଏ  ଏବିଭିପିର ରାଜ୍ୟ ସମ୍ପାଦକ ଥିଲେ । ୧୯୮୧ରୁ  ୧୯୮୨ ମସିହା ଯାଏ ଏବିଭିପିର ରାଜ୍ୟ ଉପସଭାପତି  ଦାୟିତ୍ୱରେ ରହିଥିଲେ । ୧୯୮୩ରେ ଧାମନଗର ନିର୍ବାଚନମଣ୍ଡଳୀର ସଭାପତି ରହିଥିଲେ । ୧୯୯୦ରୁ  ୧୯୯୨ ମସିହା ଯାଏ ବିଜେପି ରାଜ୍ୟ ସମ୍ପାଦକ ରହିଲେ । ୧୯୯୨ରୁ ୧୯୯୯ ପର୍ଯ୍ୟନ୍ତ ବିଜେପି ରାଜ୍ୟ  ସାଧାରଣ ସମ୍ପାଦକ ଥିଲେ । ୧୯୯୯ରୁ ୨୦୦୪ ମସିହା ଯାଏ ରାଜ୍ୟ ବିଜେପି  ସଭାପତି ଭାବେ ଗୁରୁ ଦାୟିତ୍ୱ ସମ୍ଭାଳିଥିଲେ ।  ସଭାପତି ଥିବା ସମୟରେ ରାଜ୍ୟରେ ବିଜେଡି ସହ ବିଜେପି ମେଣ୍ଟ ସରକାରରେ ସାମିଲ ହୋଇଥିଲା ।  ୨୦୦୦ ମସିହାରେ ମନମୋହନ ରାଜ୍ୟସଭାକୁ  ଯାଇଥିଲେ । ୨୦୦୪ରେ ସେ ଧାମନଗର ଆସନରୁ  ଜିତିବା ପରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ  ମେଣ୍ଟ ସରକାରରେ ମନ୍ତ୍ରୀ ହୋଇଥିଲେ । ସେ ରାଜସ୍ୱ,  ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଭଳି ବିଭାଗର ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ୨୦୧୦ରୁ ୨୦୧୨ ଯାଏ  ସେ ପୁଣି ଥରେ ରାଜ୍ୟ ସାଧାରଣ ସମ୍ପାଦକ ନିଯୁକ୍ତ  ହୋଇଥିଲେ । ୨୦୨୪ ସାଧାରଣ ନିର୍ବାଚନର ପୂର୍ବରୁ  ୨୦୨୩ରେ ଦଳ ତାଙ୍କୁ ପୁଣି ଥରେ ରାଜ୍ୟ ବିଜେପି  ସଭାପତି ଦାୟିତ୍ୱ ଦେଇଥିଲା । ବିଭିନ୍ନ ପ୍ରସଙ୍ଗରେ  ବିଜେଡି ସରକାରକୁ ଜୋରଦାର ଟାର୍ଗେଟ୍‌ କରି  ଚର୍ଚ୍ଚାରେ ରହିଥିଲେ । ବିଜେଡି ଓ ବିଜେପି ମଧ୍ୟରେ  ସମ୍ଭାବ୍ୟ ମେଣ୍ଟକୁ ମନମୋହନ ଖୋଲାଖୋଲି ବିରୋଧ କରିବା ସହିତ ରାଜ୍ୟରେ ବିଜେପି ଏକାକୀ  ସରକାର ଗଢ଼ିବ ବୋଲି କେନ୍ଦ୍ରୀୟ ନେତାଙ୍କ ଆଗରେ  ଯୁକ୍ତି ଉପସ୍ଥାପନ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.