ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ରାଜ୍ୟ ସ୍ୱାସ୍ଥ୍ୟ ସେବାରେ ଯୋଡ଼ିବ ନୂଆ ଅଧ୍ୟାୟ: ଆମ୍ରି ହେଲା ମଣିପାଲ ହସ୍ପିଟାଲ୍ସ,୮୦ରୁ ୧୦୦ କୋଟିର ନିବେଶ ହେବ

ଭୁବନେଶ୍ୱର,୨୩/୦୫: ଦେଶର ଦ୍ୱିତୀୟ ବୃହତ୍‌ ହସ୍ପିଟାଲ ଚେନ୍‌ ମଣିପାଲ ହସ୍ପିଟାଲ ଭୁବନେଶ୍ୱରରେ ସେବା ଆରମ୍ଭ କରିଛି । ୨୦୨୩ ସେପ୍ଟେମ୍ବରରେ ୪୦୦ ଶଯ୍ୟା ବିଶିଷ୍ଟ ଆମ୍ରି ହସ୍ପିଟାଲକୁ ଅଧିଗ୍ରହଣ କରିବା ପରେ ସଫଳତା ସହ ମଣିପାଲ ନିଜ ବ୍ରାଣ୍ଡ୍‌କୁ ଏକୀକରଣ କରିଛି।  ମେ’ ୨୨ରୁ ଏହା ଆମ୍ରିର ବିଭିନ୍ନ ସେବାକୁ ମଣିପାଲ  ହସ୍ପିଟାଲ ମାନଦଣ୍ଡ ଅନୁଯାୟୀ ପ୍ରଦାନ କରିବ । ଏହା  ପୂର୍ବ ଭାରତ ତଥା ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂଆ  ଅଧ୍ୟାୟ ଯୋଡ଼ିବ ବୋଲି ଆଶା କରାଯାଉଛି । 

ଦେଶର ବଡ଼ ସହରଗୁଡିକରେ ମିଳୁଥିବା  ସ୍ୱାସ୍ଥ୍ୟ ସେବା ଏଠାରେ ମିଳିବ । ଏ ଅବସରରେ  ମଣିପାଲ ହସ୍ପିଟାଲ ପକ୍ଷରୁ ଚିଫ୍‌ ପିପୁଲ୍ସ ଅଫିସର  ପାର୍ଥ ଦାସ, ଭୁବନେଶ୍ୱର ଓ ବିଜୟୱାଡା କ୍ଲଷ୍ଟର  ନିର୍ଦ୍ଦେଶକ ଡ.ସୁଧାକର କଂଟିପୁଡି ଏବଂ ହସ୍ପିଟାଲ  ନିର୍ଦ୍ଦେଶକ ଡ. ଶକ୍ତିମୟ ମହାପାତ୍ର ସାମ୍ବାଦିକ  ସମ୍ମିଳନୀରେ ହସ୍ପିଟାଲର ଆଭିମୁଖ୍ୟ ସମ୍ପର୍କରେ  ସୂଚନା ଦେଇଥିଲେ । ଆଗାମୀ ଦିନରେ ରୋଗୀ  ଏଠାରେ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ପାଇବେ ।  କର୍କଟ ରୋଗ ଚିକିତ୍ସା ଲାଗି ସ୍ୱତନ୍ତ୍ର ୟୁନିଟ୍‌ ଏବଂ  ଯକୃତ ପ୍ରତିରୋପଣ କ୍ଷେତ୍ରରେ ସ୍ୱତନ୍ତ୍ର କ୍ଲିନିକ୍‌  ଆସିବ । ଅତ୍ୟାଧୁନିକ ଦ୍ୱିତୀୟ କ୍ୟାଥୋଲ୍ୟାବ ପ୍ରତିଷ୍ଠା  ହେବ । ସିଟି ସ୍କାନ ଏବଂ ଏମ୍‌ଆର୍‌ଆଇ ସୁବିଧା  ସହ ସାମ୍ପ୍ରତିକ ଯନ୍ତ୍ରପାତି ଗୁଡିକର ବୃଦ୍ଧି ଉପରେ  ହସ୍ପିଟାଲ ଧ୍ୟାନ କେନ୍ଦ୍ରିତ କରିବ । ୮୦ରୁ ୧୦୦  କୋଟି ନିବେଶ କରିବ ହସ୍ପିଟାଲ । 

ଚିଫ୍‌ ପିପୁଲ୍ସ ଅଫିସର ଶ୍ରୀ ଦାସ କହିଛନ୍ତି, ଆମ୍ରି ହସ୍ପିଟାଲର ସମୃଦ୍ଧ ପରମ୍ପରା ସହ ମଣିପାଲ  ହସ୍ପିଟାଲ୍ସର ସମୃଦ୍ଧ ପାରଦର୍ଶିତାକୁ ମିଶ୍ରଣ କରି  ରୋଗୀଙ୍କୁ ସର୍ବୋକୃଷ୍ଟ ସ୍ୱାସ୍ଥ୍ୟ ସେବା ଯୋଗାଣ  ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଛି । ହସ୍ପିଟାଲ  ନିର୍ଦ୍ଦେଶକ (ଭୁବନେଶ୍ୱର) ଡା. ଶକ୍ତିମୟ ମହାପାତ୍ର  କହିଛନ୍ତି, ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ବିସ୍ତାର କରିବା  ଲକ୍ଷ୍ୟ । ମଣିପାଲର ସୁପ୍ରସିଦ୍ଧ ସେବା ଉତ୍କର୍ଷତାକୁ  ଧ୍ୟାନରେ ରଖି ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ସମାଧାନ  ପ୍ରଦାନ କରିବା ଦିଗରେ ଉଦ୍ୟମ ଜାରି ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.